ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଦେଶରେ ଉତ୍ପନ୍ନ କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମାତାପିତାମାନଙ୍କ ସହ ୱେବିନାର ମାଧ୍ୟମରେ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା
• ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ତଥା ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସକାଶେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ : ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’
• ରାଜ୍ୟ ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବମାନଙ୍କ ସହ ଅପ୍ରେଲ 28, 2020ରେ ଆଲୋଚନା କରିବେ ମାନବ ସମ୍ବଳ ବିକାଶ ମନ୍ତ୍ରୀ
Posted On:
27 APR 2020 6:46PM by PIB Bhubaneshwar
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ୱେବିନାର ମାଧ୍ୟମରେ ଦେଶବ୍ୟାପୀ ଛାତ୍ରଛାତ୍ରୀମାନଙ୍କ ମାତାପିତା ଓ ଅଭିଭାବକମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଦେଶରେ ଦେଖା ଦେଇଥିବା କୋଭିଡ-19 ଯୋଗୁ ଉତ୍ପନ୍ନ ପରିସ୍ଥିତି ଯୋଗୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ବ୍ୟାହତ ହୋଇଛି ବୋଲି ଅଭିଭାବକମାନଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ଦୂର କରିବା ସକାଶେ ମନ୍ତ୍ରୀ ଶ୍ରୀ ପୋଖରିଆଲ ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତିଯେ ଏଭଳି ପରିସ୍ଥିତିର ମୁକାବିଲା କରିବା ସକାଶେ ଏବେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଅନଲାଇନ୍ ଶିକ୍ଷାଦାନ ନିମନ୍ତେ ଅଭିଯାନ ଓ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି । ସେ କହିଛନ୍ତିଯେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ କାର୍ଯ୍ୟକଳାପ ସକାଶେ ତାଙ୍କ ମନ୍ତ୍ରଣାଳୟ ସଂପୂର୍ଣ୍ଣ ସଚେତନ ରହିଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହିସବୁ ଅନଲାଇନ୍ ଶିକ୍ଷାଦାନ ଓ କାର୍ଯ୍ୟକ୍ରମ ଦେଶର 33 କୋଟି ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ସହାୟକ ହେବ ।
ଛାତ୍ରଛାତ୍ରୀମାନଙ୍କ ମାତାପିତା ତଥା ଅଭିଭାବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରି ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେ ଅଧୁନା ଦେଶ ଏକ ଅଭୂତପୂର୍ବ ସଂକଟ ପରିସ୍ଥିତି ଦେଇ ଗତି କରୁଛି । ମାତାପିତାମାନଙ୍କ ନିମନ୍ତେ ମଧ୍ୟ ଏ ସମୟ ଅତି ମାତ୍ରରେ ସଂକଟମୟ ହୋଇଛି । ସେମାନେ ନିଜ ନିଜର ପିଲାମାନଙ୍କ ପାଠପଢ଼ା ତଥା ଭବିଷ୍ୟତକୁ ନେଇ ନିଶ୍ଚିତ ଭାବେ ଚିନ୍ତିତ ରହିଛନ୍ତି । ତେବେ ବିଦ୍ୟାର୍ଥମୀନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସକାଶେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଂପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ବୋଲି ସେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେ ଏହି ଦିଗରେ ତାଙ୍କ ମନ୍ତ୍ରଣାଳୟ ସମସ୍ତ ଶିକ୍ଷାଥୀଙ୍କ ପାଇଁ ଇ-ପାଠଶାଳା, ମୁକ୍ତ ଶୈକ୍ଷିକ ସମ୍ବଳ ସଂପର୍କୀତ ଜାତୀୟ ରିପୋଜିଟୋରୀ (ଏନଆରଓଇଆର), ସ୍ୱୟମ୍, ଡିଟିଏଚ ଚାନେଲ ସ୍ୱୟଂପ୍ରଭା ଇତ୍ୟାଦି ବ୍ୟବସ୍ଥାରେ ପିଲାମାନଙ୍କ ଶିକ୍ଷା ଅର୍ଜନକୁ ଜାରି ରଖିବା ସକାଶେ ସବୁମତେ ପ୍ରୟାସ ଜାରି ରଖିଛି ।
ଶ୍ରୀ ପୋଖରିଆଲ କହିଲେ ଯେ ଦେଶରେ ଅନଲାଇନ୍ ଶିକ୍ଷା ନୀତିକୁ ସୁଦୃଢ଼ କରିବା ସକାଶେ ଆମେ ଏବେ “ଭାରତ ପଢ଼େ” ଅନଲାଇନ ଅଭିଯାନ ଆରମ୍ଭ କରିଛୁ ଏବଂ ସେଥିପାଇଁ ଦେଶବ୍ୟାପୀ ଛାତ୍ରଛାତ୍ର, ମାତାପିତା ଓ ଶିକ୍ଷକମୀନଙ୍କ ଠାରୁ ସେମାନଙ୍କର ମତାମତ ଲୋଡ଼ାଯାଇଛି । ଏହି ପରିପ୍ରେକ୍ଷୀରେ ଆମେ ପ୍ରାୟ 10 ହଜାରରୁ ଅଧିକ ମତାମତ ପାଇଛୁ ଏବଂ ମନ୍ତ୍ରଣାଳୟ ସେସବୁ ତର୍ଜମା କରିବା ପରେ ଖୁବ୍ ଶୀଘ୍ର ଏକ ନୂତନ ଗାଇଡ଼ଲାଇନ୍ ଘୋଷଣା କରିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ ଅଭିଭାବକ ତଥା ମାତାପିତାମାନଙ୍କୁ “ବିଦ୍ୟାଦାନ 2.0” ସଂପର୍କରେ ସୂଚୀତ କରି କହିଛନ୍ତି ଯେ, ଏହି ଅଭିଯାନର ଅଂଶବିଶେଷ ସ୍ୱରୂପ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଶିକ୍ଷାବିତ୍ ଏବଂ ଶୈକ୍ଷିକ ସଂଗଠନମାନଙ୍କୁ ପାଠ୍ୟଖସଡ଼ା ଅନୁସାରେ ପରିବର୍ତ୍ତିତ ଇ-ଲର୍ଣ୍ଣିଂ ପ୍ଲାଟଫମର୍ର ବିକାଶ ସହ ସେ ଦିଗରେ ସେମାନଙ୍କର ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ଶ୍ରୀ ପୋଖରିଆଲ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହା ଅଧୀନରେ ଖୁବ୍ ଶୀଘ୍ର ପ୍ରଚୁର କୋର୍ସ ପାଠ୍ୟକ୍ରମ ପାଇପାରିବେ ।
ଏହି ଭାବ ବିନିମୟ ବେଳେ ଅଭିଭାବକମାନଙ୍କ ପକ୍ଷରୁ ସେମାନଙ୍କ ପିଲାମାନେ ସମ୍ମୁଖୀନ ହେଉଥିବା କେତେକ ଜଟିଳ ପ୍ରସଙ୍ଗ ଉପରେ ପ୍ରଶ୍ନ ଉତ୍ଥାପନ କରାଯାଇଥିଲା । ଏନସିଇଆରଟି ପୁସ୍ତକ ଉପଲବ୍ଧ ହେବା ସଂପର୍କରେ ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେ ଏନସିଇଆରଟି ପ୍ରାୟ ସମସ୍ତ ରାଜ୍ୟକୁ ତାଙ୍କର ପାଠ୍ୟପୁସ୍ତକ ପଠାଇ ସାରିଛନ୍ତି ଏବଂ ଖୁବ୍ ଶୀଘୟ ସେସବୁ ବହି ଛାତ୍ରଛାତ୍ରୀମାନଙ୍କ ସକାଶେ ଉପଲବ୍ଧ ହେବ ।
ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଅବଶିଷ୍ଟ ପରୀକ୍ଷା ଅନୁଷ୍ଠିତ ହେବା ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୋଖରିଆଲ କହିଲେ ଯେ ପ୍ରଥମ ଉପଲବ୍ଧ ସମ୍ଭାବ୍ୟ ସୁଯୋଗ ସୃଷ୍ଟି ହେବା ମାତ୍ରେ 29ଟି କୋର୍ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ ।
ଲକଡାଉନ୍ ଯୋଗୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷତିକୁ କିଭଳି ଭାବେ ଭରଣା କରାଯିବ ବୋଲି ଏକ ପ୍ରଶ୍ନର ଉତ୍ତରରେ ମାନବ ସମ୍ବଳ ମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଏବେ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଜାରି ରହିଛି । ମନ୍ତ୍ରଣାଳୟର ଦୀକ୍ଷା ପ୍ଲାଟଫର୍ମରେ 80 ହଜାରରୁ ଅଧିକ କୋର୍ସ ଏବେ ଉପଲବ୍ଧ ରହିଛି । ସେ ଆହୁରି ସୂଚୀତ କରିଥିଲେ ଯେ ଦେଶରେ ଇ- ଲର୍ଣ୍ଣିଂ ବ୍ୟବସ୍ଥାରେୠି କେଇ ସପ୍ତାହ ମଧ୍ୟରେ ପର୍ଯ୍ୟାପ୍ତ ଅଭିବୃଦ୍ଧି ଘଟିଛି ।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଲେ ଯେ ଲକ୍ ଡାଉନ୍ ଯୋଗୁ ବିଦ୍ୟାର୍ଥୀମାନଙ୍କ ଶିକ୍ଷାଲାଭ କ୍ଷତିର ଭରଣା ସକାଶେ ଏକ ବିକଳ୍ପ କ୍ୟାଲେଣ୍ଡର ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସିବିଏସଇକୁ ମଧ୍ୟ ଏକ ବିକଳ୍ପ କ୍ୟାଲେଣ୍ଡର ଦେବାଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ, କେନ୍ତ୍ର ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ କ୍ୟାରିଅର୍ ତଥା ପରୀକ୍ଷା ଓ ଅନ୍ୟାନ୍ୟ ପ୍ରଶ୍ନାବଳୀର ଉତ୍ତର ଦେଇଥିଲେ ।
ଏହି ୱେବିନାର ବେଳେ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚାଇଥବଲେ ଯେ ତାଙ୍କ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀ ତଥା ଶିକ୍ଷା ସଚିବମାନଙ୍କ ସହ ନିୟମିତ ଭାବେ ଯୋଗାଯୋଗରେ ଅଛନ୍ତି । ଆସନ୍ତା କାଲି, ଅପ୍ରେଲ 28, 2020ରେ ସେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେମାନଙ୍କ ସହ କୋଭିଡ-19 ପରିସ୍ଥିତିର ମୁକାବିଲା, ମଧ୍ୟାହ୍ନ ଭୋଜନ, ସମଗ୍ର ଶିକ୍ଷା ଆଦି ସଂପର୍କରେ ଆଲୋଚନା କରିବେ ଏବଂ ଏକଥା ସୁନିଶ୍ଚିତ କରିବେ ଯେ ଛାତ୍ରଛାତ୍ରୀମାନେ ଯେଭଳି ଏପରି ଜଟିଳ ପରିସ୍ଥିତିରେ ସେମାନଙ୍କର ପାଠପଢ଼ା ଜାରି ରଖନ୍ତି ।
ମନ୍ତ୍ରୀ ଶ୍ରୀ ପୋଖରିଆଲ ଏହି ୱେବିନାର ଆଲୋଚନାରେ ଅଂଶଗ୍ରହଣ କରିଥିବା ମାତାପିତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସନ୍ତା ସପ୍ତାହରେ ସେ ୱେବିନାର ମାଧ୍ୟମରେ ଦେଶବ୍ୟାପୀ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ । ଆଜି ଛାତ୍ରଛାତ୍ରୀମାନଙ୍କ ମାତାପିତାମାନଙ୍କ ସହ ଆଲୋଚନା ଶେଷ କରିବା ପୂର୍ବରୁ ମନ୍ତ୍ରୀ ଶ୍ରୀ ପୋଖରିଆଲ ସେମାନେ ଧୈର୍ଯ୍ୟର ସହ ଲକଡାଉନ ନିୟମାବଳୀ ମାନି ସାମାଜିକ ଦୂରତା ରକ୍ଷା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
**********
(Release ID: 1618814)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam