ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 27 APR 2020 6:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କରିଛନ୍ତି ରାଜ୍ୟର ଯେଉଁ ଜିଲ୍ଲାଗୁଡିକ ରେଡ ଓ ଅରେଞ୍ଜ ଜୋନ ମଧ୍ୟରେ ଆସୁଛି, ସେସବୁ ସ୍ଥାନରୁ କରୋନା ସଂକ୍ରମଣ ଦୂର କରିବାକୁ ହେବ ବୋଲି ସେ ମତ ଦେଇଛନ୍ତି ହଟ ସ୍ପଟ ତଥା ରେଡ ଜୋନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଲକଡାଉନକୁ କଡାକଡି ଭାବେ ପାଳନ କରିଥିବାରୁ ସେ ତାର ପ୍ରଶଂସା କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ରେଡ ଜୋନକୁ ଅରେଞ୍ଜ ଜୋନରେ ଏବଂ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ପରିଣତ କରାଯିବା ଦିଗରେ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭୂତାଣୁକୁ ନେଇ କୌଣସି ବାଛବିଚାର ନକରି କୋଭିଡ-19 ପରିବର୍ତ୍ତେ ଅନ୍ୟାନ୍ୟ ରୋଗଗୁଡିକୁ ମଧ୍ୟ ସମାନ ଦୃଷ୍ଟି ଦିଆଯିବା ଆବଶ୍ୟକ ପାରମ୍ପରିକ ଭେଷଜ ପଦ୍ଧତି ମଧ୍ୟ ଏଥିସହିତ ଅନୁସରଣ କରାଯାଇପାରିବ ପୂର୍ବରୁ କରୋନା ସଂକ୍ରମଣ ଥିବା 16 ଜିଲ୍ଲାରୁ ଗତ 28 ଦିନ ମଧ୍ୟରେ କୌଣସି ମାମଲା ଦୃଷ୍ଟିକୁ ଆସିନାହିଁ 3ଟି ନୂଆ ଜିଲା ଗତ 24 ତାରିଖରୁ ଏଥିରେ ସାମିଲ ହୋଇଛି । ସେଗୁଡିକ ହେଲା – ମହାରାଷ୍ଟ୍ରର ଗୋନ୍ଦିଆ, କର୍ଣ୍ଣାଟକର ଦେବଙ୍ଗିରି ଓ ବିହାରର ଲଖିସରାଇ । ଗତ 28ଦିନ ମଧ୍ୟରେ କୌଣସି ମାମଲା ଦେଖାଦେଇନଥିବା 2ଟି ଜିଲ୍ଲାରୁ ବର୍ତ୍ତମାନ ସଂକ୍ରମଣ ଦେଖାଦେଇଛି । ସେହି ଦୁଇ ଜିଲ୍ଲା ହେଉଛି ଉତ୍ତରପ୍ରଦେଶର ପିଲଭିତ ଏବଂ ପଞ୍ଜାବର ସହିଦ ଭଗତ ସିଂହ ନଗର । ଏତଦବ୍ୟତୀତ 25 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 85 ଜିଲ୍ଲାରେ ଗତ 14 ଦିନ ମଧ୍ୟରେ କୌଣସି ମାମଲା ଦୃଷ୍ଟିଗୋଚର ହୋଇନାହିଁ ।

ସରକାରଙ୍କର କ୍ଷମତାପ୍ରାପ୍ତ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ଚିକିତ୍ସା ଉପକରଣ ପର୍ଯ୍ୟାପ୍ତ ଭାବେ ରହିଛି । ଏହାର ଯୋଗାଣ ମଧ୍ୟ ନିର୍ବିଘ୍ନରେ ଚାଲିଛି ।

କ୍ଷମତାସୀନ ଗୋଷ୍ଠୀର ଆବାହକ ତଥା ପାନୀୟ ଜଳ ଓ ପରିମଳ ସଚିବ ଶ୍ରୀ ପରମେଶ୍ଵର ଆୟାର କହିଛନ୍ତି ଯେ, 4ଟି ଗୁରୁତ୍ଵପୂର୍ଣ୍ଣ ବିଭାଗ ଉପରେ ସରକାର ଗୁରୁତ୍ଵାରୋପ କରୁଛନ୍ତି । ସେଗୁଡିକ ହେଲା – କୃଷି, ଉତ୍ପାଦନ, ଲଜିଷ୍ଟିକ ଏବଂ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଖାଦ୍ୟ । ସେ କହିଛନ୍ତି ଯେ, ଖାଦ୍ୟ ପଦାର୍ଥ ଓ ଔଷଧପତ୍ର ପରିବହନ କରୁଥିବା ଟ୍ରକଗୁଡିକର ସଂଖ୍ୟା ମାର୍ଚ୍ଚ 30 ସୁଦ୍ଧା ଶତକଡା 46 ଭାଗ ଥିବା ବେଳେ ଏପ୍ରିଲ 25 ସୁଦ୍ଧା ଶତକଡା 76 ଭାଗକୁ ବୃଦ୍ଧି କରାଯାଇଛି । ସେହିପରି ଏହିସମୟ ମଧ୍ୟରେ ରେଳବାଇ ରେକ ସଂଖ୍ୟା ଶତକଡା 67 ରୁ 76କୁ ବୃଦ୍ଧି କରାଯାଇଛି ଜାହାଜ ପରିବହନ ଶତକଡା 70 ରୁ 87କୁ ବୃଦ୍ଧି ପାଇଥିବା ବେଳେ ବଡ ବଡ ମଣ୍ଡିରେ ମାଲ ପରିବହନ ଶତକଡା 61 ରୁ 79କୁ ବୃଦ୍ଧି ପାଇଛି ବିଭିନ୍ନ ସରକାରୀ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ ଓ ଶିଳ୍ପାନୁଷ୍ଠାନ ଦ୍ଵାରା ପ୍ରତିଦିନ 1.5 କୋଟିରୁ ଅଧିକ ଲୋକଙ୍କୁ ଖାଇବା ଯୋଗାଇ ଦିଆଯାଉଛି ।

କ୍ଷମତାସୀନ 5 ଜଣିଆ ଗ୍ରୁପର ଭୂମିକା ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଯୋଗାଣଗୁଡିକ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡିକୁ ଦୂର କରାଯାଇଛି । ଏହି ଗ୍ରୁପ ଅନ୍ୟାନ୍ୟ ବିଭାଗ ସମେତ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ, ବିଭିନ୍ନ ମଣ୍ଡି, ପାଇକାରୀ ଖୁଚୁରା ବ୍ୟବସାୟୀ, ପରିବାହନକାରୀ ସଂସ୍ଥାମାନଙ୍କ ସହ ଉତ୍ତମ ସମନ୍ଵୟ ରକ୍ଷା କରିଛନ୍ତି । ଏପର୍ଯ୍ୟନ୍ତ ଶତକଡା 22.17 ପ୍ରତିଶତ ଅର୍ଥାତ 6,184 ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ସୁଦ୍ଧା 1,396ଟି ନୂତନ ମାମଲା ନଜରକୁ ଆସିଛି । ଦେଶରେ ଏପର୍ଯ୍ୟନ୍ତ 27,892 ଜଣ କୋଭିଡ-19 ସଂକ୍ରମିତ ହୋଇଥିବା ଜଣାପଡିଛି । ଗତ 24 ଘଣ୍ଟା ମଧ୍ୟରେ ଆଉ 48 ଜଣଙ୍କ ମୃତ୍ୟୁକୁ ମିଶାଇ ଏପର୍ଯ୍ୟନ୍ତ 872 ଜଣକ ପ୍ରାଣହାନୀ ଘଟିଛି । କୋଭିଡ-19 ସଙ୍କରାନ୍ତିୟ ବୈଷୟିକ ତଥ୍ୟ ନିଯମାବଳୀ ଓ ମାର୍ଗଦର୍ଶିକା ସଂକ୍ରାନ୍ତ ସଠିକ ଓ ସର୍ବିଶେଷ ତଥ୍ୟ ଜାଣିବା ପାଇଁ ନିୟମିତ ଭାବେ https://www.mohfw.gov.in/

କୋଭିଡ-19 ସମ୍ପର୍କିତ ବୈଷୟିକ ଜିଜ୍ଞାସା ନେଇ  technicalquery.covid19[at]gov[dot]in ଏବଂ ଅନ୍ୟାନ୍ୟ ଜିଜ୍ଞାସା ନେଇ ncov2019[at]gov[dot]in କୁ ଇ-ମେଲ କରିପାରନ୍ତି

କୋଭିଡ-19 ସଂପର୍କୀତ ଯେକୌଣସି ସୂଚନା ଜାଣିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ମନ୍ତ୍ରଣାଳୟର ହେଲ୍ପ ଲାଇନ୍+91-11-23978046 କିମ୍ବା 1075 (ଦେୟମୁକ୍ତ) । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଥିବା କୋଭିଡ-19 ହେଲ୍ପ ଲାଇନ ନମ୍ବରଗୁଡିକ  https://www.mohfw.gov.in/pdf/coronvavirushelplinenumber.pdf ୱେବସାଇଟରେ ଉପଲବ୍ଧ ।

 

**********



(Release ID: 1618764) Visitor Counter : 208