ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

Posted On: 26 APR 2020 5:13PM by PIB Bhubaneshwar

ଏକ ପର୍ଯ୍ୟାୟକ୍ରମିକ, ପ୍ରାକ୍ ପଦକ୍ଷେପ ଓ ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ମାଧ୍ୟମରେ ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି କୋଭିଡ-19 ବିରୋଧରେ ଅନେକ ପ୍ରତିଷେଧମୂଳକ, ନିୟନ୍ତ୍ରଣ ଓ ପରିଚାଳନାମୂଳକ ପଦକ୍ଷେଗ ଗ୍ରହଣ କରିଛନ୍ତି । ସେହିସବୁ କାର୍ଯ୍ୟକ୍ରମକୁ ନିୟମିତ ଭାବେ ଉଚ୍ଚ ସ୍ତରରେ ସମୀକ୍ଷା ତଥା ପରିଚାଳନା କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର  ଟ୍ରମା ସେଣ୍ଟର ଗସ୍ତ କରିବା ସହ କୋଭିଡ-19 ମହାମାରୀକୁ ନିୟନ୍ତ୍ରଣ କରିବା ସଂପର୍କୀତ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଗସ୍ତ ବେଳେ, ସେ ଡାକ୍ତରଖାନାର ବିଭିନ୍ନ ୱାର୍ଡ଼ ବୁଲିବା ସହ ସେଠାରେ କୋଭିଡ-19 ରୋଗୀଙ୍କ ପାଇଁ ନିର୍ମିତ ଅତ୍ୟାଧୁନିକ ଆଇସୋଲେସନ୍ ବ୍ୟବସ୍ଥା ପରିଦର୍ଶନ କରିଥିଲେ ଫୋନ୍ ଜରିଆରେ ଭିଡ଼ିଓ କଲ୍ ମାଧ୍ୟମରେ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କେତେକ ରୋଗୀଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ ।

ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିସ୍ତୃତ ସମୀକ୍ଷା କରିବା ପରେ ବିଭିନ୍ନ ୟୁନିଟର ପ୍ରସ୍ତୁତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । କୋଭିଡ-19ରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସକାଶେ ଏମ୍ସରେ ବ୍ୟବସ୍ଥା  ସୁନିଶ୍ଚିତ କରାଯାଇଥିବାରୁ ସେ ଏମ୍ସ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ଏଭଳି ଚିକିତ୍ସା ବ୍ୟବସ୍ଥାରେ ଡ଼ିଜିଟାଲ ପ୍ଲାଟଫର୍ମ ଏବଂ ଭିଡ଼ିଓ / ଭଏସ୍ କଲ୍ ପ୍ରଯୁକ୍ତିର ବ୍ୟବହାର କରାଯାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ଜନସାଧାରଣଙ୍କୁ ନିବେନଦ କରିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ସେମାନେ ନିଷ୍ଠାର ସହ ପାଳନ କରନ୍ତୁ । କାରଣ ତାହା କୋଭିଡ-19ର ଚେନକୁ ପ୍ରତିହତ କରିବା ପାଇଁ ମୁଖ୍ୟ ଅସ୍ତ୍ର । ଭାରତରେ ଚିହ୍ନଟ ହୋଇଥିବା କରୋନା ହଟସ୍ପଟର ସ୍ଥିତିରେ ଏବେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ସେଗୁଡିକ ଧୀରେଧୀରେ ଅଣ ହଟ୍ ସ୍ପଟରେ ପରିବର୍ତ୍ତିତ ହେଉଛି ।

ଆଜି କ୍ୟାବିନେଟ ସଚିବ ମଧ୍ୟ ଭିଡ଼ିଓ କନଫରେନ୍ସିଂ ଯୋଗ ରାଜ୍ୟ/ କେନ୍ତ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନସଚିବ ଏବଂ ଡ଼ିଜିପିମାନଙ୍କର କୋଭିଡ-19 ସଂପର୍କୀତ ପ୍ରସ୍ତୁତି ଓ ମୁକାବିଲା ସଂପର୍କରେ ବିସ୍ତୃତ ଆଲୋଚନା କରିଚନ୍ତି । ଏହି ଆଲୋଚନାବେଳେ ସେ ଲକଡାଉନର ସର୍ତ୍ତାବଳୀକୁ କାୟମନୋବାକ୍ୟରେ ପାଳନ ସୁନିଶ୍ଚିତ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା କଣ୍ଟେନମେଣ୍ଟ କାର୍ଯ୍ୟପନ୍ଥା ସଫଳ ହୋଇପାରିବ । ରାଜ୍ୟମାନେ ସେମାନଙ୍କର ମେଡ଼ିକାଲ ସଂସାଧନକୁ ଉନ୍ନତ କରିବା ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ଆଇସୋଲେସନ୍ ବେଡ଼ ତଥା ଆଇସିୟୁ ମହଜୁତ ରଖିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି ।

ଏବେସୁଦ୍ଧା ଦେଶରେ 5804 ଜଣ କରୋନା ରୋଗୀ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିବା ବେଳେ ଆରୋଗ୍ୟଙ୍କ ମାତ୍ରା 21. 90% ଛୁଇଁଛି । ସେହିଭଳି ମୋଟ 26,496ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ 824ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।

କୋଭିଡ-19 ସଂପର୍କୀତ ସଠିକ୍ ତଥ୍ୟ ସୂଚନା, ଟେକ୍ନିକାଲ ପ୍ରସଙ୍ଗ, ଗାଇଡ଼ଲାଇନ ତଥା ଉପଦେଶିକା ନିମନ୍ତେ ଦୟାପୂର୍ବକ ନିୟମିତ ଭାବେ    https://www.mohfw.gov.in/ ଭିଜିଟ କରନ୍ତୁ ।

କୋଭିଡ-19 ସଂପର୍କୀତ ଟେକ୍ନିକାଲ ପ୍ରଶ୍ନାବଳୀ ପାଇଁ  technicalquery.covid19[at]gov[dot]in ଏବଂ ଅନ୍ୟ ଜିଜ୍ଞାସା ପାଇଁ ncov2019[at]gov[dot]in କୁ ଇ-ମେଲ୍ କରନ୍ତୁ ।

କୋଭିଡ-19 ସଂପର୍କୀତ ଯେକୌଣସି ସୂଚନା ଜାଣିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପ ଲାଇନ୍+91-11-23978046 କିମ୍ବା 1075 (ଦେୟମୁକ୍ତ) ସହ ଯୋଗାଯୋଗ କରନ୍ତୁ । ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କର ହେଲ୍ପଲାଇନ ମାନଙ୍କ ନମ୍ବର https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ।

 

**********

 

 



(Release ID: 1618498) Visitor Counter : 165