ବୟନ ଶିଳ୍ପ ମନ୍ତ୍ରଣାଳୟ

କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପୋଷାକ ଉତ୍ପାଦନ କ୍ଷମତା ଦୈନିକ ଏକ ଲକ୍ଷକୁ ବୃଦ୍ଧି

Posted On: 26 APR 2020 3:57PM by PIB Bhubaneshwar

କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସଂପୃକ୍ତ ଚିକିତ୍ସକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପୋଷାକ(କଭରାଲ)ର ଚାହିଦା ଏବେ ଯଥେଷ୍ଟ ବଢିଛି । ବ୍ୟକ୍ତିଗତ ସୁରକ୍ଷା ଓ ନିରାପତ୍ତା ପାଇଁ ସଂପୃକ୍ତ କର୍ମଚାରୀମାନେ ଏଭଳି ସଂକ୍ରମଣ ବିରୋଧୀ ପୋଷାକ ପରିଧାନ କରିବାକୁ ବାଧ୍ୟ ।  ଏହି ସ୍ୱତନ୍ତ୍ର ପୋଷାକ ଉତ୍ପାଦନ କ୍ଷମତା ଏବେ ଦେଶରେ ଦୈନିକ ଏକ ଲକ୍ଷରେ ପହଁଚିଛି । ପିପିଇ ନାମରେ ପରିଚିତ ଏହି ସ୍ୱତନ୍ତ୍ର ପୋଷାକ ଉତ୍ପାଦନର ମୁଖ୍ୟ କେନ୍ଦ୍ର ପାଲଟିଛି ବେଙ୍ଗାଲୁରୁ । ସେଠାରେ ଦେଶର 50 ଶତାଂଶ ଏଭଳି ସ୍ୱତନ୍ତ୍ର ପୋଷାକ ଏବେ ଉତ୍ପାଦିତ ହେଉଛି । ଭୂତାଣୁ ସଂକ୍ରମଣକୁ ରୋକିବାକୁ ଏହି ସୁରକ୍ଷା ପୋଷାକ ଉଦ୍ଦିଷ୍ଟ ହୋଇଥିବାରୁ ଏହାର ସିଲେଇ ଓ ଡିଜାଇନ ସ୍ୱତନ୍ତ୍ର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରାଦ ଓ ନିର୍ଦ୍ଧାରିତ ମାନ ଅନୁସାରେ ଏହା ପ୍ରସ୍ତୁତ କରାଯାଉଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚଏଲଏଲ ଲାଇଫ କେୟାର ଲିମିଟେଡ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଏସବୁ ପରିଧାନ ସଂଗ୍ରହ କରି ବିଭିନ୍ନ ହସପିଟାଲ ଓ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ଯୋଗାଉଛି ।

ବେଙ୍ଗାଲୁରୁ ବ୍ୟତୀତ ତାମିଲନାଡୁର ତିରୁପୁର, ଚେନ୍ନାଇ ଓ କୋଏମ୍ବାଟୁରରେ ମଧ୍ୟ ଏସବୁ ପିପିଇ ଧାର୍ଯ୍ୟ ବୈଷୟିକ ଗୁଣମାନ ଓ ଡିଜାଇନ ସହିତ ଉତ୍ପାଦିତ ହେଉଛି । ଏହାଛଡା ଗୁଜରାଟର ବରୋଦା, ପଞ୍ଜାବର ଫଗୱାଡା ଓ ଲୁଧିଆନା, ମହାରାଷ୍ଟ୍ରର କୁମୁମନଗର ଓ ଭିୱାଣ୍ଡି, ରାଜସ୍ଥାନର ଡୁଙ୍ଗରପୁର ତଥା ନୂଆଦିଲ୍ଲୀ, କୋଲକାତା, ନୋଇଡା, ଗୁରୁଗ୍ରାମ ଓ ଆଉକେତେକ ସ୍ଥାନରେ ମଧ୍ୟ ତିଆରି ହେଉଛି । ଏଯାଏ ଏହି ପରିଧାନର ମୋଟ ଉତ୍ପାଦନ 10 ହଜାର ପହଁଚିଛି ।

2020 ଜାନୁଆରୀ ଶେଷ ସପ୍ତାହରେ ଏସବୁ ସ୍ୱତନ୍ତ୍ର ପୋଷାକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ବୈଷୟିକ ମାନ ଅନୁସାରେ ପ୍ରସ୍ତୁତ ହେଉଥିଲା । ସେତେବେଳେ ଏସବୁ ଭାଇରାଲ କ୍ଲାସ-3 ଏକ୍ସପୋଜରେ ପ୍ରେସର ସମ୍ଭାଳିବାକୁ ଉଦ୍ଦିଷ୍ଟ ଥିଲା ଯାହା ଆଇଏସଓ 16003 କିମ୍ବା ତତୁଲ୍ୟ ମାନର ଅଳ୍ପ କେତେକ ଆନ୍ତର୍ଜାତିକ କଂପାନୀ ଏହି ପୋଷାକ ପ୍ରସ୍ତୁତ କରୁଥିଲେ ।

ଯେଉଁଠି ଏହି ସବୁ ପୋଷାକ ଉତ୍ପାଦିତ ହେଉଥିଲା ସେସବୁ ଦେଶ ଏହା ଉପରେ ରପ୍ତାନୀ କଟକଣା ଜାରି କରିବାରୁ ଏବଂ ଚାହିଦା ଅନୁସାରେ ଏହା ଉପଲବ୍ଧ ନହେବାରୁ ଏସବୁ କଂପାନୀ ଏହା ଯୋଗାଇବାକୁ ଅସାମର୍ଥ୍ୟ  ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିଜର ଯୋଗାଣକାରୀ ସଂସ୍ଥାଙ୍କ ଜରିଆରେ ଅଳ୍ପ ପରିମାଣର ଏହି ପୋଷାକ ସଂଗ୍ରହ କରୁଥିଲେ ।

ତେବେ ବର୍ଦ୍ଧିତ ଘରୋଇ ଚାହିଦା ପୂରଣ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱଦେଶୀ ସାମଗ୍ରୀରେ ଏହା ତିଆରି କରିବାକୁ ଗତ ମାର୍ଚ୍ଚ 2 ତାରିଖରେ ବୈଷୟିକ ମାନ ଓ ଡିଜାଇନ ଚୂଡାନ୍ତି କରିଥିଲେ । ଏହି କ୍ଷେତ୍ରର ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶରେ ଏହି ଡିଜାଇନ ମାନ ଚୂଡାନ୍ତ ହେବା ପରେ ଏହାକୁ ଏଚଏଲଏଲ ଲାଇଫ କେୟାର ଲିମିଟେଡର ୱେବସାଇଟରେ ମାର୍ଚ୍ଚ ପାଞ୍ଚ ତାରିଖରେ ସ୍ଥାନିତ କରାଯାଇ ଆବଶ୍ୟକ ଦକ୍ଷତା ଓ ସ୍ୱତନ୍ତ୍ର ଜ୍ଞାନ ଥିବା ଉତ୍ପାଦକମାନଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଦେଶରେ ସିନଟେକବ୍ଲଡ ସେନିଟ୍ରେସନ ରେଜଷ୍ଟ୍ରାନ୍ସ ଟେଷ୍ଟ କରିବାର ସୁବିଧା ମାତ୍ର ଚାରିଟି ପରୀକ୍ଷାଗାର ରହିଛି । କୋଭିଦଡ-19ର ଚିକିତ୍ସାରେ ସଂପୃକ୍ତ ଡାକ୍ତର ଓ ଚିକିତ୍ସାକର୍ମଚାରୀଙ୍କ ପାଇଁ ପରିଧାନର ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତ ପ୍ରମାଣପତ୍ର ମଧ୍ୟ ପରୀକ୍ଷାଗାର ଯୋଗାଇଥାନ୍ତି । ଏହି ଚାରୋଟି ପରୀକ୍ଷାଗାର ହେଲା ସାଉଥ ଇଣ୍ଡିଆନ ଟେକ୍ସଟାଇଲ ରିସର୍ଚ୍ଚ ଆସୋସିଏସନ (ସିଟ୍ରା) କୋଏମ୍ବାଟୁର, ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଚାଲିୟର) ତଥା ଭାରତ ସରକାରଙ୍କ ଅର୍ଡାନ୍ସ ଫ୍ୟାକ୍ଟ୍ରି ବୋର୍ଡ ଅଧୀନ ଅୱଡିସ୍ଥିତ ଅଭିଯାନ କାରଖାନ ଓ କାନପୁରସ୍ଥିତ ଲାଲକଅସ୍ତ୍ର କାରଖାନାର ପରୀକ୍ଷାଗାର ବିଭିନ୍ନ ଉତ୍ପାଦନକାରୀଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ସୁରକ୍ଷିତ ପୋଷାକର ନମୁନା ତଥା  ଏଥିରେ ବ୍ୟବହୃତ ବସ୍ତ୍ରର ନମୁନାକୁ ଏହି ପରୀକ୍ଷା କରାଯିବା ପରେ ଏକ ୟୁନିକ ସାର୍ଟିଫିକେସନ ବୋର୍ଡ ୟୁସିସି ଜେନେରେଟ କରାଯାଇ କୋଭିଡ-19ର ଚିକିତ୍ସାରେ ଡାକ୍ତର ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଏହା ବ୍ୟବହୃତ ହୋଇପାରିବ ବୋଲି ସୁପାରିସ କରାଯାଇଛି । ଆହୁରି ମଧ୍ୟ ବହି ବୋର୍ଡରେ ବସ୍ତ୍ରର ପ୍ରକାର, କପଡାର ପ୍ରକାର, ଟେଷ୍ଟିଂ ଷ୍ଟାଣ୍ଡାର୍ଡ ଓ ଅନ୍ୟାୟ ଆବଶ୍ୟକ ତଥ୍ୟ ଉଲ୍ଲେଖ ଅଛି ।  ସବୁ ଅନୁମୋଦିତ ନମୁନାର ତଥ୍ୟାବଳୀ ସଂପୃକ୍ତ ଚାରୋଟି ପରୀକ୍ଷାଗାରର ନିଜସ୍ୱ ୱେବସାଇଟରେ ଉପଲବ୍ଧ । ଆବଶ୍ୟକ ପଡିଲେ ଯେ କୌଣସି ବ୍ୟବହାରକରି ଏହି ୟୁସିସି ତଥ୍ୟକୁ ନେଇ ପୋଷକର ଗୁଣମାନ ପରୀକ୍ଷା କରିପାରିବା । ଏଭଳି ସ୍ୱତନ୍ତ୍ର ପୋଷାକର ମାନକୁ ଆହୁରି ଉନ୍ନତ ଓ ନରାପଦ କରିବା ପାଇଁ କୌଣସି ସଂସ୍ଥା ଯଦି ଚୂଡାନ୍ତ ସେମାନେ ନିର୍ଦ୍ଧାରିତ ଆବେଦନ ପତ୍ରରେ ସଂପୃକ୍ତ ପରୀକ୍ଷାଗାର ସହ ଯୋଗାଯୋଗ କରି ନିଜର  ନମୁନା ମଧ୍ୟ ପଠାଇପାରିବେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଧରଣର ପୋଷାକ (କଲରାଲ/ପିପିଇ) କୁ ରାଜ୍ୟ ସରକାରଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଉଛି । ଏହାର ଯୋଗାଣ ପ୍ରକ୍ରିୟାକୁ ନିରନ୍ତର ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଫର୍ମାସିଭଟିକାଲ ବିଭାଗ ଓ ବୟନ ଶିଳ୍ପ ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ବିଭିନ୍ନ ଉତ୍ପାଦନକାରୀ ସଂପୃକ୍ତ ଉଦ୍ୟୋଗ ଓ ଏହା ସହିତ ଜଡିତ ବିଭିନ୍ନ ପକ୍ଷଙ୍କ ସହ ଅନବରତ ସଂପର୍କ ରକ୍ଷା  କରୁଛନ୍ତି । କରୋନ ବିରୋଧୀ ଲଢେଇ ଅପରିହାର୍ଯ୍ୟ ହୋଇଥିବା ଏହି ସ୍ୱତନ୍ତ୍ର ପୋଷାକ ଯୋଗାଣ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ସବୁ ମନ୍ତେ ଉଦ୍ୟମ ଜାରି ରହିଛି ।

 

**********



(Release ID: 1618495) Visitor Counter : 275