ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ବର୍ଷ 2020-21 ଲାଗି ଫସ୍ଫରସ ଏବଂ ପୋଟାସଯୁକ୍ତ ସାର ପାଇଁ ପୋଷକତତ୍ଵ ଆଧାରିତ ସବସିଡି ଦର ନିର୍ଦ୍ଧାରଣ ଲାଗି କ୍ୟାବିନେଟ ମଞ୍ଜୁରି

प्रविष्टि तिथि: 22 APR 2020 3:39PM by PIB Bhubaneshwar

ବର୍ଷ 2020-21 ଲାଗି ଫସ୍ଫରସ ଏବଂ ପୋଟାସଯୁକ୍ତ ସାର ପାଇଁ ପୋଷକତତ୍ଵ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ ଲାଗି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)ମଞ୍ଜୁରି ପ୍ରଦାନ କରିଛନ୍ତି ଏନବିଏସ ପାଇଁ ସ୍ଵୀକୃତି ଦର ନିମ୍ନ ପ୍ରକାରରେ ହୋଇଛି –

ପ୍ରତି କିଲୋଗ୍ରାମ ସବସିଡି ଦର (ଟଙ୍କାରେ)

ଏନ

ପି

କେ

ଏସ

18.789

14.888

10.116

2.374

ଏନବିଏସ ଯୋଜନା ଅଧୀନରେ ଆମୋନିୟମ ଫସ୍ଫେଟ (ଏନପି 14:28:0:0) ନାମକ ଏକ ଜଟିଳ ସାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ସିସିଇଏ ମଞ୍ଜୁରି ପ୍ରଦାନ କରିଛନ୍ତି

2020-21 ବର୍ଷରେ ପି ଏଣ୍ଡ କେ ସବସିଡି ଦେବା ଲାଗି 22,186.55 କୋଟି ଟଙ୍କାର ବ୍ୟୟ ବରାଦ ହେବାର ଅନୁମାନ କରାଯାଉଛି । 

ସାର କମ୍ପାନୀଗୁଡ଼ିକୁ ସିସିଇଏ ଦ୍ଵାରା ଅନୁମୋଦିତ ସବସିଡି ଦରରେ ପି ଏଣ୍ଡ କେ ସବସିଡି ପ୍ରଦାନ କରାଯିବ ।

 

**********

 

 

 


(रिलीज़ आईडी: 1617367) आगंतुक पटल : 149
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Bengali , Punjabi , Gujarati , Tamil , Telugu , Malayalam