ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଡାକ୍ତର, ମେଡିକାଲ କର୍ମଚାରୀ ଓ ଆଗଧାଡିର କର୍ମୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

• କର୍ତ୍ତବ୍ୟ ସଂପାଦନ ବେଳେ କରୋନା ସଂକ୍ରମଣରେ ଏଭଳି କୌଣସି ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ଘଟିଲେ ତାଙ୍କ ଶେଷ କୃତ୍ୟ ସଂପାଦନରେ ବାଧା ପ୍ରଦାନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ

Posted On: 22 APR 2020 5:24PM by PIB Bhubaneshwar

କରୋନା ସଂକ୍ରମିତଙ୍କ ଚିକିତ୍ସା ସେବାରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମୀ, ବିଶେଷଜ୍ଞ ଅନ୍ୟସମସ୍ତ ଆଗଧାଡିର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ ତଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରମାନଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତିଏସବୁ ପେସାଦାର ବ୍ୟକ୍ତି ବିଶେଷଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷିତ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛିଆହୁରି ମଧ୍ୟ କର୍ତ୍ତବ୍ୟ ସଂପାଦନ  ସମୟରେ ଏହି ଚିକିତ୍ସକ ପେସାଦାର ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କେହି ଯଦି ସଂକ୍ରମିତ ହୋଇ ପ୍ରାଣ ହରାନ୍ତି ତେବେ ସେମାନଙ୍କ ଶେଷକୃତ୍ୟ କେହି ରୋକି ପାରିବେ ନାହିଁଯିଏ ଏହାକୁ ବିରୋଧ କରିବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି

ସୂଚନାଯୋଗ୍ୟ ଯେ, ଚିକିତ୍ସକ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା ପୂର୍ବରୁ 24 ମାର୍ଚ୍ଚ, 4 11 ଏପ୍ରିଲରେ ମାର୍ଗଦର୍ଶିକା ରାଜ୍ୟମାନଙ୍କ ପାଇଁ ଜାରି ହୋଇଥିଲାଏହା ସତ୍ୱେ କେତେକ ସ୍ଥାନରେ ଚିକିତ୍ସକ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଘଟିଛିଏଭଳି ଘଟଣା ଏହି ସମୟରେ ସବୁ ଚିକିତ୍ସକ, ଚିକିତ୍ସା କର୍ମଚାରୀ ଆଗଧାଡିର କର୍ମୀଙ୍କ ମଧ୍ୟରେ ଏକ ଅସୁରକ୍ଷାର ଭାବନା ସୃଷ୍ଟି କରିବାର ସମ୍ଭାବନା ରହିଛିତେଣୁ ରାଜ୍ୟ ସରକାରମାନେ ସେମାନଙ୍କ ସୁରକ୍ଷା ନିରାପତ୍ତାକୁ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ନୂଆ ମାର୍ଗ ଦର୍ଶିକାରେ କୁହାଯାଇଛି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅନୁସାରେ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ସରକାର ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚିକିତ୍ସକ, ଚିକିତ୍ସା କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ବା ନିୟମ ମାନୁନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ  କଠୋର  ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି

ଆହୁରି ମଧ୍ୟ ସ୍ୱାସ୍ଥ୍ୟ ସେବାର ଚିକିତ୍ସକ କର୍ମଚାରୀଙ୍କ ନିରାପତ୍ତା ଆଦି କଥା ବୁଝି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ଜିଲ୍ଲାସ୍ତରରେ ନୋଡାଲ ଅଫିସର ତୁରନ୍ତ ନିଯୁକ୍ତି କରି 24 ଘଣ୍ଟିଆ ସୁରକ୍ଷା ସେବା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିନୋଡାଲ ଅଫିସର ନିଯୁକ୍ତି, ତାଙ୍କର ଠିକଣା, ଡାକ୍ତରଙ୍କ ପାଇଁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଆଦି ସଂପର୍କରେ ଯଥେଷ୍ଟ ପ୍ରଚାର ପ୍ରସାର ଦିଗରେ କାମ କରିବାକୁ ରାଜ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି

 

**********



(Release ID: 1617267) Visitor Counter : 228