ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଚିକିତ୍ସକମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ : ସ୍ୱରାଷ୍ଟ୍ର ମନ୍ତ୍ରୀ

• ଡାକ୍ତର ଓ ଆଇଏମଏର ବରିଷ୍ଠ ପ୍ରତିନିଧିଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା;
• କରୋନା ବିରୋଧି ଲଢେଇରେ ସଂପୃକ୍ତ ଚିକିତ୍ସକ ଓ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ନିନ୍ଦା, ପ୍ରସ୍ତାବିତ ଧର୍ମଘଟରୁ ଓହରିଲେ ଡାକ୍ତର

प्रविष्टि तिथि: 22 APR 2020 12:12PM by PIB Bhubaneshwar

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ତର ହର୍ଷବର୍ଦ୍ଧନ ବୁଧବାର ଚିକିତ୍ସକ ଏବଂ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତିଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ କରୋନା ବିରୋଧୀ ଲଢେଇରେ ଡାକ୍ତରମାନଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରିବା ସହ ଲୋକଙ୍କୁ  ନିରାପଦ ରଖିବା ପାଇଁ ସେମାନେ ଯେଉଁ ତ୍ୟାଗ ସ୍ୱୀକାର କରୁଛନ୍ତି ତାହାର ପଟାନ୍ତର ନାହିଁ ବୋଲି କହିଥିଲେ ।

କରୋନା ଲଢେଇର ଏହି ପ୍ରମୁଖ ଯୋଦ୍ଧା ଚିକିତ୍ସକମାନଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି ତାହାକୁ ଦୃଢ ହସ୍ତରେ ଦମନ କରିବା ସହ ଚିକିତ୍ସାଗତ ସବୁ ଡାକ୍ତରଙ୍କୁ ସମସ୍ତ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନେଇ ଦୃଢ ପ୍ରତିଶ୍ରୃତି ଦେଇଥିଲେ । ସେ କହିଥିଲେ ଚିକିତ୍ସକମାନଙ୍କ ସୁରକ୍ଷା କ୍ଷେତ୍ରରେ ମୋଦୀ ସରକାର କୌଣସି ତ୍ରୁଟି ରଖିବେ ନାହିଁ  ଏବଂ ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କ ଉପରେ ନିକଟରେ ହୋଇଥିବା ଆକ୍ରମଣ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କର ନଜର ରହିଛି । ଏହି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥି ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଦେଶ ଓ ବିଶ୍ୱ ଭିତରେ ଏହି ଘଟଣାକୁ ନେଇ ଚିକିତ୍ସକମାନେ କୌଣସି ପ୍ରକାର ପ୍ରତୀକାତ୍ମକ ପ୍ରତିବାଦ ନ କରିବାକୁ ଶ୍ରୀ  ଶାହ ନିବେଦନ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିଶ୍ରୃତି ତଥା କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ଚିକିତ୍ସକମାନେ ସେମାନଙ୍କ ପ୍ରସ୍ତାବିତ ଧର୍ମଘଟକୁ ପ୍ରତ୍ୟାହାର କରିଦେଇଛନ୍ତି ।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ, ବରିଷ୍ଠ ଚିକିତ୍ସକ ଏବଂ ନୀତି ଆୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

**********


(रिलीज़ आईडी: 1617196) आगंतुक पटल : 313
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam