ଅର୍ଥ ମନ୍ତ୍ରଣାଳୟ

ତ୍ୱରିତ ଟଙ୍କା ଫେରସ୍ତ ପାଇଁ ପଠାଯାଇଥିବା ଇ-ମେଲକୁ ହଇରାଣ ବୋଲି ବିବେଚନା କରାଯିବା ଅନୁଚିତ: ସିବିଡ଼ିଟି

Posted On: 21 APR 2020 11:45AM by PIB Bhubaneshwar

ସାମାଜିକ ଗଣମାଧ୍ୟମରେ ପ୍ରସାରିତ କେତେକ ମନ୍ତବ୍ୟ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡ଼ିଟି) ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଏଭଳି ସମ୍ବାଦରେ ମତ ପ୍ରକାଶ ପାଇଛି ଯେ ଆୟକର ବିଭାଗ ପକ୍ଷରୁ ରିକଭରି ପ୍ରୋସିଡ଼ିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଏଥିଲାଗି କେତେକ ବଳପ୍ରୟୋଗକାରୀ ପଦ୍ଧତି ଯଥା ଷ୍ଟାର୍ଟ ଅପ ମାନେ ଫେରସ୍ତ ପାଇବାକୁ ଥିବା ଅର୍ଥକୁ ଏଥିରେ ଆଡ଼ଜଷ୍ଟ କରାଯାଉଛି । ସିବିଡ଼ିଟି ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ ଏଭଳି ସମ୍ବାଦ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ବାସ୍ତବ ତଥ୍ୟର ସଂପୂର୍ଣ୍ଣ ଭୁଲ ଉପସ୍ଥାପନ ।

ସିବିଡ଼ିଟି ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଟିକସ ରିଫଣ୍ଡ ପାଇବା ପାଇଁ ଯୋଗ୍ୟ ସେମାନଙ୍କ ପାଖକୁ ପଠାଯାଇଥିବା ଇ-ମେଲରେ ସେମାନଙ୍କର ଠାରୁ କେବଳ ସ୍ପଷ୍ଟୀକରଣ ମଗାଯାଇଛି ଏବଂ ସେମାନଙ୍କର ଯେଉଁ ଟିକସ ସରକାରଙ୍କୁ ଦେବାର ଅଛି ଏହି ଇ-ମେଲ ସେମାନଙ୍କୁ ହଇରାଣ କରିବା ଲାଗି ପଠାଯାଇ ନାହିଁ । ଏହି ଇ-ମେଲ କମ୍ପ୍ୟୁଟର ଦ୍ୱାରା ସୃଷ୍ଟ ଏବଂ ତାହା ଦେଶର ପ୍ରାୟ 1.72 ଲକ୍ଷ ଆସେସିଙ୍କ ନିକଟକୁ ପଠାଯାଇଛି ଏବଂ ସେଥିରେ ସବୁ ବର୍ଗର କରଦାତା ଅଛନ୍ତି । ସେଥିରେ ବ୍ୟକ୍ତିଗତ କରଦାତାଙ୍କ ଠାରୁ ନେଇ ଏଚୟୁଏଫ, ଫାର୍ମ, ବଡ଼ କିମ୍ବା ଛୋଟ କମ୍ପାନୀ ଯେଉଁଥିରେ ଷ୍ଟାର୍ଟ ଅପ ମଧ୍ୟ ସାମିଲ । ତେଣୁ ଷ୍ଟାର୍ଟ ଅପ ମାନଙ୍କୁ ଏକୁଟିଆ ଭାବେ ଚିହ୍ନଟ କରାଯାଇ ହଇରାଣ ହରକତ କରାଯାଉଛି ବୋଲି ପ୍ରସାରିତ ସମ୍ବାଦ ସଂପୂର୍ଣ୍ଣ ରୂପେ ସତ୍ୟର ଅପଳାପ ।

ସିବିଡ଼ିଟି ପକ୍ଷରୁ କୁହାଯାଇଛି ଯେ ସେହିସବୁ ଇ-ମେଲ ହେଉଛି ଫେସଲେସ ଯୋଗାଯୋଗର ଅଂଶବିଶେଷ ଏବଂ ତାହା ସରକାରଙ୍କ ଅର୍ଥ ସଞ୍ଚୟ ଯୋଜନାର ଅଂଶ ମାତ୍ର । କରଦାତାଙ୍କ ଠାରୁ ଯାହାକିଛି ଟିକସ ପାଇବାକୁ ଅଛି ତାହା ଆଡ଼ଜଷ୍ଟ ନହେବା ପର୍ଯ୍ୟନ୍ତ ସେମାନେ ପାଇବାକୁ ଥିବା ଅର୍ଥ ଫେରସ୍ତ ଦିଆଯିବନାହିଁ ବୋଲି ସେଥିରେ କେବଳ ସୂଚୀତ ହୋଇଛି । ରିଫଣ୍ଡ ମାମଲାରେ ଆୟକର ଆଇନର ସେକ୍ସନ 245 ଅନୁସାରେ ସେହି ଇ-ମେଲ ଆପେ ସୃଷ୍ଟ ସୂଚନା । ଯେଉଁଠାରେ ଆସେସିଙ୍କର ସରକାରଙ୍କ ଠାରୁ କୌଣସି ଅର୍ଥ ପାଇବାକୁ ଥିବ ତାହା ପ୍ରଦାନ କରାଯିବ । ଯଦି କର ଦାତା ତାଙ୍କ ଉପରେ ବାକି ଥିବା ଟିକସ ଅର୍ଥ ପଅଦାନ କରିସାରିଥିବେ କିମ୍ବା କୌଣସି କର ବିଭାଗର କୌଣସି ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ତାହା ଉପରେ ରୋକ ଲଗାଯାଇଛି, ସେଭଳି ସ୍ଥଳେ କରଦାତାମାନଙ୍କୁ ଏହି ଇ-ମେଲ ଜରିଆରେ ଅନୁରୋଧ କରାଯାଉଛି ଯେ ସେମାନେ ନିଜର ଅପ୍ଡ଼େଟ୍ ଷ୍ଟାଟସ୍ ସରକାରଙ୍କୁ ଜଣାଇ ଦିଅନ୍ତୁ । ଫଳରେ ଯେତେବେଳେ ରିଫଣ୍ଡ ପ୍ରଦାନବେଳେ ସେଭଳି ଫେରସ୍ତ ପାଇବାକୁ ଥିବା ଅର୍ଥ ଅଟକାଯିବ ନାହିଁ ଏବଂ ତୁରନ୍ତ ସେମାନେ ସେହି ଅର୍ଥ ଫେରସ୍ତ ପାଇପାରିବେ ।

ସିବିଡ଼ିଟି କହିଛି ଯେ ଏଭଳି ଯୋଗାଯୋଗ ମେଲ କେବଳ ଅନୁରୋଧ ମାତ୍ର ଯେଉଁଥିରେ ଆସେସିଙ୍କଠାରୁ ସେମାନଙ୍କର ଅପ୍ଡ଼େଟ୍ ପ୍ରତିକ୍ରିୟା ଆହ୍ୱାନ କରାଯାଇଛି ଯାହା ପ୍ରସ୍ତାବିତ ରିଫଣ୍ଡ ଆଡ଼ଜଷ୍ଟମେଣ୍ଟ ପାଇଁ ଉଦ୍ଦିଷ୍ଟ । ତାହା ସେମାନଙ୍କ ଉପରେ ବାକି ଥିବା ଟିକସ ଦାବି ସହ ଆଡ଼ଜଷ୍ଟ କରାଯିବଏହାକୁ ରିକଭରୀ ନୋଟିସ୍ ବୋଲି ଭୁଲ ବୁଝିବା ଅନୁଚିତ କିମ୍ବା ଆୟକର ବିଭାଗ ଏଭଳି ପତ୍ର ମାଧ୍ୟମରେ ଧମକ ଦେଉଛନ୍ତି ବୋଲି ବିବେଚନା କରିବା ସମୀଚୀନ ନୁହେଁ । କାରଣ, ଆୟକର ବିଭାଗ ମଧ୍ୟ ନିଜର କର୍ତ୍ତବ୍ୟ ସଂପାଦନ ତଥା ସରକାରୀ ଅର୍ଥ ସଂଚୟ ପାଇଁ ବଚନବଦ୍ଧ ଏବଂ ଏଭଳି ଅର୍ଥ ଫେରସ୍ତ ପୂର୍ବରୁ ବକେୟା ଅର୍ଥ ଆଡ଼ଜଷ୍ଟ କରିବା ପାଇଁ ଚାହିଁବା ସ୍ୱାଭାବିକ ।

ସିବିଡ଼ିଟି ପକ୍ଷରୁ ଆହୁରି କୁହାଯାଇଛି ଯେ ଷ୍ଟାର୍ଟ ଅପମାନଙ୍କୁ ଏକ ଝିନଝଟମୁକ୍ତ ଟିକସ ବାତାବରଣ ଯୋଗାଇ ଦେବା ସକାଶେ ସିବିଡ଼ିଟି ପକ୍ଷରୁ ଅଗଷ୍ଟ 30, 2019ରେ ଜାରି  22/2019 ନମ୍ବର ସମନ୍ୱିତ ସର୍କୁଲାର ଜାରି କରାଯାଇଥିଲା । ଷ୍ଟାର୍ଟ ଅପମାନଙ୍କ କର ହିସାବ ସକାଶେ ଉପଯୁକ୍ତ ବ୍ୟବସ୍ଥା କରାଯିବା ସହ ଏକଥା ମଧ୍ୟ ସ୍ଥିର କରାଯାଇଛି ଯେ ଆୟକର ଆଇନର ଧାରା 56(2) (ଛ-ବି) ଅଧୀନରେ ବକେୟା ଥିବା ଆୟକର ଦାବି ଯାହାକି ଏଥିସହ ସଂଯୋଗ ସଂପର୍କୀତ ହୋଇଥିବ, ସେଭଳି ମାମଲାକୁ ଆଗକୁ ବଢ଼ାଯିବ ନାହିଁ । ଷ୍ଟାର୍ଟ ଅପମାନଙ୍କର ଅନ୍ୟ ଯେକୌଣସି ଆୟକର ଦାବିକୁ ମଧ୍ୟ ଏବେ ଆଗକୁ ବଢ଼ାଯିବ ନାହିଁ ଯଦ୍ୟପି ତାହା ଆଇଟିଏଟି ଦ୍ୱାର ପୁଷ୍ଟି କରାଯାଇଥିବ । ଅଧିକନ୍ତୁ, ଷ୍ଟାର୍ଟ ଅପମାନଙ୍କ ସମସ୍ତ ପ୍ରକାର ସମସ୍ୟା ଓ କର ସଂପର୍କୀତ ଅସୁବିଧାବଳୀର ସମାଧାନ ସକାଶେ ଏକ ଷ୍ଟାର୍ଟ ଅପ୍ ସେଲ ଗଠନ କରାଯାଇଛି ।

ଆସେସିଙ୍କ କ୍ଷେତ୍ରରେ ସେମାନଙ୍କ ଉପରେ ବାକିଥିବା ଦାବି ରିକଭରୀ ସଂପର୍କରେ ଥିବା ଅଚଳ ବିଧି ଉପରେ ସୂଚନା ଦେଇ ସିବିଡ଼ିଟି ପକ୍ଷରୁ କୁହାଯାଇଛି ଯେ ଆସେସିଙ୍କ ପାଇଁ ଆୟକର ବିଭାଗ ପକ୍ଷରୁ ଏକ ବିଶେଷ ସୁଯୋଗ ଯୋଗାଇ ଦିଆଯାଇଛି ଯାହା ସେମାନଙ୍କର ଦାବିକୁ ସ୍ପଷ୍ଟ କରିବ କିମ୍ବା ଆୟକର ବିଭାଗର ଦାବି ସଂପର୍କରେ ଥିବା ସ୍ଥିତି ସଂପର୍କରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସାଧାରଣତଃ, ଏଭଳି ପତ୍ର ବିଭାଗ ପକ୍ଷରୁ ଇ ମେଲ୍ ମାଧ୍ୟମରେ ଆସେସିଙ୍କ ନିକଟକୁ ପଠାଯାଇଥାଏ ଏବଂ ସେମାନଙ୍କୁ ସେମାନଙ୍କ ଉପରେ ବାକି ଥିବା ଟିକସ ସଂପର୍କରେ ସୂଚୀତ କରାଯାଇଥାଏ । ଏହାଦ୍ୱାରା ସେମାନଙ୍କୁ ବକେୟା କର ଦେବାଲାଗି ଏକ ସୁଯୋଗ ଦିଆଯାଇଥାଏ କିମ୍ବା ଯଦି ସେମାନେ ତାହା ଅଗ୍ରୀମ ପୈଠ କରିସାରିଛନ୍ତି ତାହାର ପ୍ରମାଣ ଦେବାକୁ ଅବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଷ୍ଟାଟସ୍ ଅପ୍ଡ଼େଟ କରାଯାଇଥାଏ ।

ସିବିଡ଼ିଟି ପକ୍ଷରୁ କୁହାଯାଇଛି ଯେ ଆୟକର ଦାତା ସେମାନଙ୍କ ଉପରେ ବକେୟା ଥିବା କର ସଂପର୍କୀତ ବିସ୍ତୃତ ବିବରଣୀ ପୈଠ କରିପାରିବେ । ସେଥିରୁ ସେମାନେ ତାଙ୍କର ବାକିଥିବା କର ଦେଇ ସାରିଛନ୍ତି କିମ୍ବା ତାହା ଉପରେ କୌଣସି ଆପିଲେଟ୍/ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ରହିତାଦେଶ ଜାରି କରାଯାଇଛି ତାହା ଆୟକର ବିଭାଗ ଜାଣିପାରିବ । ତାହା ଫଳରେ ଏଭଳି ମାମଲାକୁ ବିଭାଗ ପୃଥକ ଭାବେ ରଖିପାରିବ ଏବଂ ରିଫଣ୍ଡ ଟଙ୍କାରୁ ସେଭଳି ଅର୍ଥ କଟାଯିବନାହିଁ ।

ତେଣୁ, ବକେୟା କର ଦାବିରୁ ଉଦ୍ଧାର ପାଇଁ ବର୍ତ୍ତମାନ ପ୍ରଚଳିତ ବିଧିକୁ ପାଳନ ପୂର୍ବକ ଅନୁରୂପ ଇ ମେଲ୍ 1.72 ଲକ୍ଷ କରଦାତାଙ୍କ ନିକଟକୁ ପଠାଯାଇଛି ଯେଉଁଥିରେ ଷ୍ଟାର୍ଟ ଅପ ମାନେ ମଧ୍ୟ ସାମିଲ । ସେଥିରେ ସେମାନେ ସେମାନଙ୍କ ଉପରେ ବାକିଥିବା କର ଏବଂ ତାହା ଉପରେ କୌଣସି କ୍ଷମତାପ୍ରାପ୍ତ ଅଧିକାରୀ ରୋକ ଲଗାଇଛନ୍ତି କି ତାହା ସୂଚୀତ କରି ଆୟକର ବିଭାଗକୁ ଅବଗତ କରାଇପାରିବେ । ତାହା ଫଳରେ ଫେରସ୍ତ ପାଇବାକୁ ଥିବା ଟଙ୍କା ଉପରେ କୌଣସି ବିଳମ୍ବ ବିନା ଷ୍ଟାର୍ଟ ଅପମାନଙ୍କୁ ତାହା ଫେରସ୍ତ ଦିଆଯିବା ଲାଗି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ଠାରୁ କୌଣସି ଉତ୍ତର ନପାଇବା ଏବଂ ଅଯଥାରେ ଏଭଳି ଆତଙ୍କିତ ସ୍ୱର ଉତ୍ତୋଳନ କରିବା ସିବିଡ଼ିଟିର ସର୍କୁଲାର 22/2019ର ପରିପନ୍ଥୀ ଏବଂ ସଂପୂର୍ଣ୍ଣ ଅସମୀଚୀନ ।

ସିବିଡ଼ିଟି ପକ୍ଷରୁ ଆହୁରି ଅନୁରୋଧ କରାଯାଇଛି ଯେ ଷ୍ଟାର୍ଟ ଅପମାନେ ଏଭଳି ଇ ମେଲର ଯଥାଶୀଘ୍ର ଉତ୍ତର ଦିଅନ୍ତୁ ଯଦ୍ୱାରା ବିଭାଗ ପକ୍ଷରୁ ତୁରନ୍ତ ତାହା ଉପରେ ପ୍ରଚଳିତ ବିଧି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସିବିଡ଼ିଟି ପକ୍ଷରୁ ଅନୁରୋଧ କରାଯାଇଛି ଯେ ଅପ୍ରେଲ 8, 2020 ତାରିଖ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ଇସ୍ତାହାରରେ ଯାହା ସୂଚୀତ ହୋଇଥିଲା ତାହାକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ସିବିଡ଼ିଟି ପକ୍ଷରୁ ଏବେସୁଦ୍ଧା ପ୍ରାୟ 14 ଲକ୍ଷ ରିଫଣ୍ଡ କାର୍ଯ୍ୟକାରୀ କରାଯାଇଛି ଏବଂ ପ୍ରାୟ 9,000 କୋଟି ଟଙ୍କା ବିଭିନ୍ନ କରଦାତା ଯେଉଁଥିରେ ବ୍ୟକ୍ତିବିଶେଷ ଏଚୟୁଏଫ, ସଂସ୍ଥା ମାଲିକ, ଫାର୍ମ, କର୍ପୋରେଟ, ଷ୍ଟାର୍ଟ ଅପ୍, ଏମଏସଏମଇ ଆଦି ସାମିଲ ସେମାନଙ୍କୁ ପ୍ରଦାନ କରାଯାଇଛି । କୋଭିଡ-19 ମହାମାରୀ ପରିସ୍ଥିତିରୁ ଉଦ୍ଧାର ପାଇଁ ଆୟକର ବିଭାଗ ପକ୍ଷରୁ ଏଭଳି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କରଦାତାଙ୍କ ଠାରୁ ଉତ୍ତର ମିଳି ନଥିବାରୁ ଏଭଳି ଅନେକ ରିଫଣ୍ଡ ବାକି ପଡ଼ିଛି ଏବଂ ସେମାନଙ୍କ ଠାରୁ ସୂଚନା ମିଳିବା ମାତ୍ରେ ଯଥାଶୀଘ୍ର ସେସବୁ ଫେରସ୍ତର ବ୍ୟବସ୍ଥା କରାଯିବ ।

 

**********



(Release ID: 1616859) Visitor Counter : 217