PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

(କୋଭିଡ-19 ସଂକ୍ରାନ୍ତରେ ପିଆଇବି ପକ୍ଷରୁ ଗତ 24 ଘଣ୍ଟା ମଧ୍ୟରେ ଜାରି ପ୍ରେସ ବିବୃତି ଓ ଫ୍ୟାକ୍ଟ ଚେକର ତାଲିକା)
• ବର୍ତ୍ତମାନସୁଦ୍ଧା ଦେଶରେ 17,265ଟି ସୁନିଶ୍ଚିତ କୋଭିଡ-19 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, 2547 ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି, ମହାମାରୀରେ 543 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି
• ଲକଡାଉନ ପୂର୍ବରୁ ସଂକ୍ରମଣ ମାମଲା ଦ୍ବିଗୁଣିତ ହେବାର ହାର 3.4 ଦିନ ଥିବା ବେଳେ ଏଥିରେ ସୁଧାର ଆସି ଏବେ 7.5ରେ ପହଞ୍ଚିଛି
• ଅତ୍ୟାବଶ୍ୟକ ସାମଗ୍ରୀର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳର ସୁଗମ ପରିବହନ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
• କୋଭିଡ-19 ସଂକ୍ରମଣକୁ ପ୍ରତିହତ ଓ ମୁକାବିଲା ପ୍ରୟାସର ଆକଳନ କରିବା ଓ ରାଜ୍ୟଗୁଡ଼ିକୁ ସହାୟତା କରିବା ନିମନ୍ତେ 6ଟି ଆନ୍ତଃମନ୍ତ୍ରଣାଳୟ ଗୋଷ୍ଠୀ ଗଠନ କଲେ କେନ୍ଦ୍ର ସରକାର
• ତୃଣମୂଳସ୍ତରୀୟ ପ୍ରଶାସନର ଉପଯୋଗ ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସ୍ବେଚ୍ଛାସେବୀଙ୍କ ଏକ ଅନଲାଇନ ପୁଲ ଗଠନ

Posted On: 20 APR 2020 6:25PM by PIB Bhubaneshwar

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ଦେଶରେ ମୋଟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା 17,265ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ 14.75 ପ୍ରତିଶତ ଅର୍ଥାତ 2547 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା କୋଭିଡ-19ରେ 543 ଜଣଙ୍କର ପ୍ରାଣହାନି ଘଟିଛି। ଲକଡାଉନ ଜାରି ହେବା ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣିତ ହେବା ମାମଲାର ହାର 3.4 ଦିନ ଥିବା ସମୟରେ 19 ଏପ୍ରିଲ, 2020 ସୁଦ୍ଧା ଶେଷ ସାତ ଦିନରେ ଏହି ହାରରେ ସୁଧାର ଆସି 7.5 ଦିନରେ ପହଞ୍ଚିଛି ।

 

କୋଭିଡ-୧୯ ସମୟରେ ଜୀବନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିଙ୍କଡ୍ ଇନ ଜରିଆରେ କେତେକ ବିଚାର ବ୍ୟକ୍ତ କରିଛନ୍ତି, ଯାହା ଯୁବପିଢ଼ି ଏବଂ ପେସାଦାରମାନଙ୍କୁ ଆକୃଷ୍ଟ କରିବ।  ଆଜି, ବିଶ୍ବ ଏକ ନୂଆ ବ୍ୟବସାୟ ମଡେଲ ଲକ୍ଷ୍ୟରେ ରହିଛି । ଯୁବ ରାଷ୍ଟ୍ର ଭାରତ ନିଜର ଅଭିନବ ଆଗ୍ରହ ପାଇଁ ପରିଚିତ । ଏହା ଏକ ନୂଆ କର୍ମସଂସ୍କୃତି ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସେ ନିମ୍ନୋକ୍ତ ସ୍ବରବର୍ଣ୍ଣରେ ନୂଆ ବ୍ୟବସାୟ ଏବଂ କର୍ମସଂସ୍କୃତି ପରିଭାଷିତ ହେଉଥିବା ଦେଖିପାରୁଛନ୍ତି-ଗ୍ରହଣଯୋଗ୍ୟତା, ଦକ୍ଷତା, ସମାବେଶୀତା, ସୁଯୋଗ ଏବଂ ସାର୍ବଜନୀନତା।

ସ୍ଥିତି ଆକଳନ କରିବା ଏବଂ କୋଭିଡ-19 ମୁକାବିଲାକୁ ପ୍ରତିହତ ଓ ମୁକାବିଲା କରିବା ଲାଗି ରାଜ୍ୟଗୁଡ଼ିକୁ ସହାୟତା କରିବା ନିମନ୍ତେ 6ଟି ଆନ୍ତଃମନ୍ତ୍ରଣାଳୟ ଦଳ ଗଠନ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାରଙ୍କ ପକ୍ଷରୁ 6ଟି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ଗଠନ କରାଯାଇଛି। ଏଥିମଧ୍ୟରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ପାଇଁ 2ଟି ଲେଖାଏଁ ଦଳ ଗଠନ କରାଯାଇଥିବା ବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ଗୋଟିଏ ଲେଖାଏଁ ଦଳ ଗଠନ କରାଯାଇଛି। ଏହି ଟିମ ତୁରନ୍ତ ଘଟଣାସ୍ଥଳରେ ପରିସ୍ଥିତିର ଆକଳନ କରିବା ସହିତ ଏହାର ସମାଧାନ ଲାଗି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବଜନ ସାଧାରଣଙ୍କ ବ୍ୟାପକ ସ୍ବାର୍ଥ ଦୃଷ୍ଟିରୁ  କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ କରିବ।

ରାଜ୍ୟଗୁଡ଼ିକ ଇ-କମର୍ସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ସମଗ୍ର ଯୋଗାଣ ଶୃଙ୍ଖଳର ସୁଗମ ପରିବହନ ସୁନିଶ୍ଚିତ କରିବା ଉଚିତ

-କମର୍ସ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟାପକ ଯୋଗାଣ ଶୃଙ୍ଖଳର ସୁଗମ ପରିବହନ ସୁନିଶ୍ଚିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ସମସ୍ତ କ୍ଷେତ୍ରସ୍ତରର ସଂସ୍ଥା ଏବଂ ଜନସାଧାରଣଙ୍କ ମଧ୍ୟରେ ଆବଶ୍ୟକ ନିର୍ଦ୍ଦେଶନାମା ଓ ସଚେତନତା ସୃଷ୍ଟି କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଗୃହ ମନ୍ତ୍ରଣାଳୟର ଆଦେଶ/ଗାଇଡଲାଇନକୁ ସଠିକ ଭାବେ ପାଳନ କରିବା ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କୁହାଯାଇଛି।

କୋଭିଡ-19 ସଂକ୍ରମଣକୁ ପ୍ରତିହତ ଓ ମୁକାବିଲା କରିବା ଲାଗି ଗୁରୁତ୍ବପୂର୍ଣ୍ଣ ମାନବ ସମ୍ବଳର ଏକ ଅନଲାଇନ ଡାଟା ପୁଲ ଶୁଭାରମ୍ଭ କଲେ ସରକାର

କେନ୍ଦ୍ର ସରକାର ଜରୁରି ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ନେଇ ଏକ ଅନଲାଇନ ଡାଟା ପୁଲ ପ୍ରସ୍ତୁତ କରିଛନ୍ତି। ଏଥିରେ ଆୟୁଷ ଡାକ୍ତରଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହାଛଡ଼ା ଏନଓ୍ବାଇକେ, ଏନସିସି, ଏନଏସଏସ, ପିଏମଜିକେଭିଓ୍ବାଇ, ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି। ଏମାନଙ୍କୁ ରାଜ୍ୟ, ଜିଲ୍ଲା ଓ ପୌରାଞ୍ଚଳରେ କ୍ଷେତ୍ର ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପଯୋଗ କରିପାରିବେ। ଏହି ସୂଚନାକୁ ନିୟମିତ ଅପଡେଟ ହେଉଥିବା ଡ୍ୟାଶବୋର୍ଡରେ ଅପଲୋଡ କରାଯାଇଛି।  କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଏବଂ ନିରାକରଣ କରିବା ନିମନ୍ତେ ଏହି ଗୁରୁତ୍ବପୂର୍ଣ୍ଣ ମାନବ ସମ୍ବଳ ସୃଷ୍ଟି କରାଯାଇ ସୂଚନାର ପ୍ରସାର କରାଯାଇଛି।

କୋଭିଡ-19 ନିୟନ୍ତ୍ରଣ ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜି-20 ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକରେ ଆଲୋଚନା

19ଟି ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ ସରକାରଙ୍କୁ ନେଇ ଗଠିତ ଜି-20 ରାଷ୍ଟ୍ର ସମୂହଙ୍କ ଅନ୍ତର୍ଜାତୀୟ ମଞ୍ଚରେ ଉଦବୋଧନ ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛଡ଼୍ତି ଯେ କୋଭିଡ-19 ରୋଗ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସହଯୋଗ ତଥା ଆପୋସ ସହମତି ଭିତ୍ତିକ ତଥା ଉପାଦେୟ ସହଭାଗିତାର ଆବଶ୍ୟକତା ରହିଛି। ବୈଶ୍ବିକ ସ୍ବାସ୍ଥ୍ୟ ଏଜେଣ୍ଡା ପ୍ରତି ଭାରତର ସମର୍ଥନକୁ ଡ. ହର୍ଷ ବର୍ଦ୍ଧନ ଦୋହରାଇଥିଲେ ଏବଂ କହିଥିଲେ ଯେ, “କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜି-20 ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟତା କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଭାରତ ଆଗ୍ରହୀ।

ଚାଷୀଙ୍କ ଚାହିଦା ପୂରଣ ଲାଗି କୋଭିଡ-19 ଲକଡାଉନ ସତ୍ତ୍ବେ ସାର ଉତ୍ପାଦନ ଓ ପରିବହନ  ଜାରି

17 ଏପ୍ରିଲ, 41ଟି ସର୍ବାଧିକ ସଂଖ୍ୟକ ସାର ରେକ ପ୍ଲାଣ୍ଟ ଏବଂ ବନ୍ଦରରୁ ପରିବହନ କରାଯାଇଛିଏହା ଲକଡାଉନ ଅବଧି ସମୟରେ ଗୋଟିଏ ଦିନରେ ସର୍ବାଧିକ।

ଲକଡାଉନ ସମୟରେ ଉତ୍ତର ପୂର୍ବାଞ୍ଚଳରେ ଏଫସିଆଇର କାରବାର

ଲକଡାଉନର 25 ଦିନରେ ଉତ୍ତର ପୂର୍ବାଞ୍ଚଳକୁ ଏଫସିଆଇ ପକ୍ଷରୁ 4,42,000 ମେଟ୍ରିକଟନ କ୍ଷମତାବିଶିଷ୍ଟ 158 ଟ୍ରେନ ଲୋଡ ଖାଦ୍ୟଶସ୍ୟ ପରିବହନ କରିଛି। ପୂର୍ବରୁ ଏଫସିଆଇର ହାରାହାରୀ ପରିବହନ 80 ଟ୍ରେନ ଲୋଡ ରହିଥିଲା। ଏବେ ଏହା ଦୁଇଗୁଣିତ ହୋଇଛି। ରେଳ ଯୋଗେ ପରିବହନ ବ୍ୟତୀତ ସଡ଼କ ଯୋଗେ ମଧ୍ୟ ଖାଦ୍ୟଶସ୍ୟ ଉତ୍ତର ପୂର୍ବାଞ୍ଚଳକୁ ପରିବହନ କରାଯାଇଛି।

ପ୍ରଧାନମନ୍ତ୍ରୀ ଏବଂ ମାଳଦୀପ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦୀପ ରାଷ୍ଟ୍ରପତି ମହାମହିମ ମିଃ ଇବ୍ରାହିମ ମହମ୍ମଦ ସୋଲିହଙ୍କ ମଧ୍ୟରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ ହୋଇଛି। ଦୁଇ ନେତା ଏହି ଅବସରରେ ସେମାନଙ୍କ ଦେଶରେ କୋଭିଡ-19 ସଂକ୍ରମଣ ସାମ୍ପ୍ରତିକ ସ୍ଥିତି ବିଷୟରେ ପରସ୍ପରକୁ ସୂଚନା ଦେଇଥିଲେ। ସାର୍କ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ସହଯୋଗ ନେଇ ହୋଇଥିବା ସହମତି ସକ୍ରିୟ ଭାବେ କାର୍ଯ୍ୟକାରୀ ହେଉଥିବା ନେଇ ସେମାନେ ସହମତି ବ୍ୟକ୍ତ କରିଥିଲେ।

ନାରେଲା କ୍ବାରେଣ୍ଟାଇନ କେନ୍ଦ୍ରକୁ ସହାୟତା ଯୋଗାଇ ଦେଲା ସେନା

ଦିଲ୍ଲୀର ନାରେଲା କ୍ବାରେଣ୍ଟାଇନ କେନ୍ଦ୍ର ଦେଶର ସର୍ବବୃହତ କେନ୍ଦ୍ର ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଦିଲ୍ଲୀର କୋଭିଡ ସନ୍ଦିଗ୍ଧଙ୍କୁ ରଖାଯାଇଛି। ମାର୍ଚ୍ଚ 2020 ମଧ୍ୟ ଭାଗରେ ଦିଲ୍ଲୀ ସରକାରଙ୍କ ଦ୍ବାରା ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ସେନାର ଡାକ୍ତର ଓ ନର୍ସମାନଙ୍କର ଏକ ଦଳ ନାରୋଲା କ୍ବାରେଣ୍ଟାଇନ କେନ୍ଦ୍ରରେ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରୁଛି। ଏପ୍ରିଲ ପହିଲାରୁ ଏହି ଦଳ ଏଠାରେ ନିୟୋଜିତ ଥିବା ବେଳେ 16 ତାରିଖ ଠାରୁ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ଏହି କେନ୍ଦ୍ର ପରିଚାଳନା ଦାୟିତ୍ବ ସେନା ଗ୍ରହଣ କରିଛି। ଦିଲ୍ଲୀ ସରକାରଙ୍କ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ କେବଳ ରାତିରେ ଏହି କେନ୍ଦ୍ରର ଦାୟିତ୍ବରେ ରହୁଛନ୍ତି।

ନିଜ ୱେବସାଇଟରେ ଢାବା ଓ ଟ୍ରକ ମରାମତି ଦୋକାନର ତାଲିକା ଥିବା ଡ୍ୟାଶବୋର୍ଡର ଶୁଭାରମ୍ଭ କଲା ସଡ଼କ ମନ୍ତ୍ରଣାଳୟ

ଏନଏଚଏଆଇ, ରାଜ୍ୟ, ତୈଳ ବିପଣନ କମ୍ପାନୀ ଭଳି ସଂଗଠନ ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଢାବା ଓ ଟ୍ରକ ମରାମତି ଦୋକାନଗୁଡ଼ିକର ତାଲିକା ଥିବା ଏକ ଡ୍ୟାଶବୋର୍ଡ ଲିଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟରେ ଦିଆଯାଇଛି। କୋଭିଡ-19 ଲକଡାଉନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଚାଳକ, କ୍ଲିନରମାନଙ୍କୁ ଏହା ସହାୟକ ହେବ।

କୋଭିଡ-19 ମୁକାବିଲାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ

ବର୍ତ୍ତମାନସୁଦ୍ଧା 80ଟି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ କ୍ବାରେଣ୍ଟାଇନ କେନ୍ଦ୍ର ଭାବେ ଉପଯୋଗ କରିବା ଲାଗି ବିଭିନ୍ନ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଇଛି। ଅନଲାଇନ ପ୍ଲାଟଫର୍ମ ଜରିଆରେ 7,07,312 ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ଲାଗି 32,247 ଜଣ ଶିକ୍ଷକ ଅନଲାଇନ ପାଠପଢ଼ା ଆରମ୍ଭ କରିଛି।

କୋଭିଡ-୧୯ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ

ମାର୍ଗଦର୍ଶିକା ସମିତି ଗଠନ, ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି କାନ୍ଥ ଚିତ୍ରଣ ଆରମ୍ଭ କରିବା, ସ୍ଥାନୀୟ ସ୍ତରରେ ମାସ୍କ ସିଲେଇ ଓ ବଣ୍ଟନ କରିବା; ଅସହାୟଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଓ ରାସନ ବଣ୍ଟନ କରିବା ଏବଂ ସାର୍ବଜନୀନ ସ୍ଥାନ ବିଶୋଧନ କରିବା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି।

କୋଭିଡ-19 ପରିଚାଳନାର ସ୍ଥିତି ସମୀକ୍ଷା ଲାଗି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲ ପରିଦର୍ଶନ କଲେ ଡ. ହର୍ଷବର୍ଦ୍ଧନ

ଜରୁରିକାଳୀନ ଆବଶ୍ୟକତାକୁ ପୂରଣ କରିବା ଲାଗି ଯଥେଷ୍ଟ ଆଇସୋଲେସନ ଓ୍ବାର୍ଡ ଓ ଶଯ୍ୟା ସହିତ ଏକ ସମର୍ପିତ କୋଭିଡ-19 ଡାକ୍ତରଖାନା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଏହି ହସ୍ପିଟାଲ ପରିଦର୍ଶନ କରି ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଦେଶରେ କୋଭିଡ-19 ମୁକାବିଲା, ପ୍ରତିହତ ଏବଂ ନିରାକରଣ ନିମନ୍ତେ ରାଜ୍ୟଗୁଡ଼ିକ ସହ ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହିତ ଏହାକୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି।

ଅସହାୟ ଲୋକଙ୍କୁ ୨୦ ଲକ୍ଷ ମାଗଣା ରନ୍ଧା ଖାଦ୍ୟ ଯୋଗାଇଲା ଭାରତୀୟ ରେଳବାଇ

 

ଲକଡାଉନ ସମୟରେ ଭାରତୀୟ ରେଳବାଇ ପକ୍ଷରୁ 20.5 ଲକ୍ଷରୁ ଅଧିକ ମାଗଣା ରନ୍ଧା ଖାଦ୍ୟ ଦେଶର ବିଭିନ୍ନ ଭାଗରେ ଥିବା ଅସହାୟ ଲୋକମାନଙ୍କୁ ବଣ୍ଟା ଯାଇସାରିଲାଣି। ଭାରତୀୟ ରେଳପଥର କର୍ମଚାରୀଙ୍କ ସହିତ ରେଳ ବିଭାଗର ବିଭିନ୍ନ ସଂଗଠନ ପକ୍ଷରୁ 28 ମାର୍ଚ୍ଚ ପରଠାରୁ ମାଗଣା ରନ୍ଧା ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ବିତରଣ କରାଯାଉଛି। ଆରପିଏଫ ଏବଂ ବିଭନ୍ନ ଏନଜିଓଗୁଡ଼ିକର ସହାୟତାରେ ଆଇଆରସିଟିସି ରୋଷେଇ ଶାଳରେ ଜରିଆରେ ଏହି ଖାଦ୍ୟ ବଣ୍ଟନ କରାଯାଉଛି।

କୋଇଲା ଓ ଖଣି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କୋଭିଡ-19 ମୁକାବିଲାରେ ଯଥାସମ୍ଭବ ସହାୟତା ଯୋଗାଉଛନ୍ତି : ଶ୍ରୀ ପ୍ରହଲ୍ଲାଦ ଯୋଶୀ

ଆଜି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଏବଂ ଏମସିଏଲର ସମ୍ପୂର୍ଣ୍ଣ ଆର୍ଥିକ ସହଯୋଗରେ ଓଡ଼ିଶାରେ ପ୍ରସ୍ତୁତ ହୋଇଥିବା ଦୁଇଟି ସମର୍ପିତ କୋଭିଡ-19 ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ବାରା ଭିଡିଓ କନଫରେନ୍ସ ଜରିଆରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଦୁଇଟି ହସ୍ପିଟାଲ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦ୍ବାରା ପରିଚାଳିତ ହେବ।

ଦେଶର ବିଭିନ୍ନ ପ୍ରାନ୍ତକୁ ଜରୁରି ସାମଗ୍ରୀ ପରିବହନ ଲାଗି 3 ଲକ୍ଷ କିମି ଦୂରତା ଅତିକ୍ରମ କଲା ଲାଇଫଲାଇନ ଉଡ଼ାନ ବିମାନ

ଲାଇଫଲାଇନ ଉଡ଼ାନ ଏକ୍ସପ୍ରେସ 3 ଲକ୍ଷ କିମି ଦୂରତା ଅତିକ୍ରମ କରି 507.85 ଟନ ଜରୁରି ଚିକିତ୍ସା ସରଞ୍ଜାମ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରିଛି। ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ କମ୍ପାନୀଗୁଡ଼ିକ ଦ୍ବାରା 301ଟି ବିମାନ ପରିଚାଳିତ ହୋଇଛି।

ଉନାରେ କର୍କଟ ପୀଡ଼ିତ ଶିଶୁ ନିକଟରେ ଜରୁରି ଔଷଧ ପହଞ୍ଚାଇଲା ଭାରତୀୟ ଡାକ

ହିମାଚଳ ପ୍ରଦେଶ ଉନାରେ ଶାଳିନୀ (ଛଦ୍ମ ନାମ) ନାମ୍ନୀ ଜଣେ 8 ବର୍ଷୀୟା ବାଳିକା କର୍କଟ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭୋଗୁଥିବା ବେଳେ ତାଙ୍କ ନିକଟରେ ଭାରତୀୟ ଡାକ ଜରୁରି ଔଷଧ ପହଞ୍ଚାଇଛି।

 

https://static.pib.gov.in/WriteReadData/userfiles/image/image005DGBN.jpg

https://static.pib.gov.in/WriteReadData/userfiles/image/image0065SGI.jpg

 



(Release ID: 1616571) Visitor Counter : 323