ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରମଣ ରୋକିବା ଲାଗି ପ୍ରତିରକ୍ଷା ଓ ଗବେଷଣା ବିକାଶ ସଂଗଠନ (DRDO) ପ୍ରସ୍ତୁତ କରିଛି ଦୁଇଟି ବିଶୋଧକ

Posted On: 17 APR 2020 3:07PM by PIB Bhubaneshwar

କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଏହା ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ  ଉପଯୋଗ  କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି । ଏହି ପରୀପ୍ରେକ୍ଷୀରେ ମହାମାରୀ କାଳରେ ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ଦୁଇଟି ଦ୍ରବ୍ୟ ବିକଶିତ କରିଛି ।

Automatic Miss Belt sanitizer defenses unique (MCO) କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ । ଅଗ୍ନି ବିସ୍ଫୋରକ ଏବଂ ପରିବେଶ ନୀରାପତ୍ତା କେନ୍ଦ୍ର (CPFES)  ଏହାର ବିଶେଷଜ୍ଞ ଜ୍ଞାନ ଉପଯୋଗ କରି କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ ବିକଶିତ କରିଛନ୍ତି । ଏହି ସ୍ପର୍ଶ ବିହୀନ ଆଲକହଲ ଯୁକ୍ତ ସାନିଟାଇଜର କୌଣସି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ହାତର ବିଶୋଧକଭାବେ କାର୍ଯ୍ୟ କରିବ ।

ଏକ Altrasonic censor ଦ୍ୱାରା ହାତର ସ୍ପର୍ଶ  ବିନା ଏହାକୁ ପ୍ରୟୋଗ କରି ହେବ । ଏଥିରୁ ନିର୍ଗତ ଏକ ଧୂଆଁଳିଆ ମିଶ୍ରଣର ସ୍ପ୍ରେ ଦ୍ୱାରା ହାତକୁ ପୁରାପୁରି ବିଶୋଧନ କରିହେବ । ଏହି ବିଶୋଧକ ଏକାନ୍ତବାସ, ସଂଗରୋଦ୍ଧ ସ୍ଥାନକୁ ଯିବା ଆସିବା ବେଳେ ମଧ୍ୟ ବିଶୋଧନ ପାଇଁ ବ୍ୟବହାର କରାଯାଇ ପାରିବ ।

UV-C Sanitation box and held  UV – Device ପ୍ରତିରକ୍ଷା ଓ ଅନ୍ୟାନ୍ୟ ବିଜ୍ଞାନ ପ୍ରତିଷ୍ଠାନ (DITAS) ଏବଂ ଆଣବିକ ଔଷଧ ଏବଂ ଅନ୍ୟାନ୍ୟ ବିଜ୍ଞାନ(INMA) ଦିଲ୍ଳୀସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(DRDO) ବିଜ୍ଞାନ ଗବେଷଣା ମିଳିତ ଭାବେ ଏକ ବିଶୋଧକ ଯନ୍ତ୍ର ନିର୍ମାଣ କରିଛନ୍ତି । ଏଥିରୁ ନିର୍ଗତ ରଶ୍ମୀ କୋଭିଡ-19ରେ ରହିଥିବା ସଂକ୍ରମଣ ଜୀବାଣୁ ଗୁଡିକୁ ନଷ୍ଟ କରିଦେଇ ପାରିବ । ଏହି UV-C ମେସିନ ଅଣୁ ଜୀବଗୁଡକୁ ଖୁବ ଶୀଘ୍ର ମାରିଦେଇ ପାରିବ । ଏହା ଜୀବାଣୁଗୁଡିକ ନଷ୍ଟ କରିବା ସହ ପରିବେଶର କୌଣସି କ୍ଷତି କରିବ ନାହିଁ । ଏହି UV-C ବକ୍ସ ମୋବାଇଲ ଫୋନ୍, ଟାବଲେଟ, ଟର୍ଚ୍ଚ ଅଫିସର ଫାଇଲ, ଟଙ୍କା ପଇସା ଭଳି ବ୍ୟକ୍ତିଗତ ଆସବାବଗୁଡିକୁ ଜୀବାଣୁ ମୁକ୍ତ କରିବାରେ  UV-C  lamp ଗୋଟିଏ ମିନିଟ୍ ପାଇଁ କୋଭିଡ-19 ଭୂତାଣୁଗୁଡିକୁ ନିଷ୍କ୍ରିୟ କରିପାରିବ ।

        8ୱାଟ ଯୁକ୍ତ ଏହି UV-C lamp ପାଖରେ ପଡିଲେ କୌଣସି ଅଫିସରେ ଥିବା  ଆସବାବପତ୍ରଗୁଡିକୁ ଭଲ ଭାବେ ବିଶୋଧନ କରିପାରିବ । ଏହାଫଳରେ କାର୍ଯ୍ୟାଳୟ ପରିସ ର ଓ ସର୍ବ ସାଧାରଣ  ସ୍ଥାନଗୁଡିକୁ କୋଭିଡ଼-19 ଭୂତାଣୁ ମୁକ୍ତ କରିପାରବ ।

 

**********

 

 

       



(Release ID: 1615473) Visitor Counter : 237