ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କରୋନା ସଂକ୍ରମଣ ଯୋଗୁଁ ଯାତ୍ରା ସୁଯୋଗ ନପାଇ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଯୋଗାଣ ଏପ୍ରିଲ 30 ଯାଏଁ ବଢିଲା
Posted On:
13 APR 2020 2:38PM by PIB Bhubaneshwar
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯାତ୍ରା ଓ ବିଭିନ୍ନ ପ୍ରକାର ଗମନାଗମନ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବାରୁ ବିଭିନ୍ନ କାର୍ଯ୍ୟରେ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି । ଏହି ନାଗରିକମାନଙ୍କୁ ଭାରତରେ ଥିବା ନିଜନିଜ ଦେଶର ଦୂତାବାସ ଓ ବାଣିଜ୍ୟ ଦୂତାବାସ ସହ ସମ୍ପର୍କ ରକ୍ଷା କରିବାର ସୁଯୋଗ ଯୋଗାଇ ଦିଆଯାଉଛି । ନିଜନିଜର ସୁବିଧା ପାଇଁ କୂଟନୈତିକ ନିୟମ ଅନୁସାରେ ଏସବୁ ବିଦେଶୀମାନଙ୍କୁ ଏହି ସୁବିଧା ମିଳିଛି ।
ତେବେ ଏହି ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଭିସା ଅବଧି ମିଆଦ 1 ଫେବୃଆରୀ 2020 ମଧ୍ୟରାତ୍ରି ସୁଦ୍ଧା ପୁରିଯାଉଛି ଏବଂ ଆଉ ଯେଉଁମାନଙ୍କ ଏହି ଅବଧି ପୁରିବାକୁ ଯାଉଛି ସେମାନଙ୍କ ସୁବିଧା ପାଇଁ ସରକାର ଏହି ସମୟସୀମାକୁ ଏପ୍ରିଲ 30 ତାରିଖ ମଧ୍ୟରାତ୍ରି ଯାଏଁ ବଢାଇ ଦେଇଛନ୍ତି । ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ନିଜନିଜର ଦୂତାବାସ ସହ ସମ୍ପର୍କ ରକ୍ଷା ପୂର୍ବକ ନିୟମିତ ଭିସା, କିମ୍ବା ଭିସା ମିଆଦ ବୃଦ୍ଧି ପାଇଁ ଅନଲାଇନରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ । ଏହି ସେବା ପାଇଁ କୌଣସି ଦେୟ ଦେବାକୁ ପଡିବ ନ।ହିଁ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏବେ ସାରା ଭାରତରେ ଲକଡାଉନ ଯୋଗୁଁ ବିମାନ, ଜାହାଜ, ରେଳ ଓ ଅନ୍ୟାନ୍ୟ ପରିବହନ ସେବା ବନ୍ଦ ରହିଛି । ତେଣୁ ଲକଡାଉନ ପୂର୍ବରୁ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ସେମାନଙ୍କୁ ଭାରତ ସରକାର ଦୂତାବାସ ସ୍ତରୀୟ ସମ୍ପର୍କ ରକ୍ଷା କରିବାର ସୁଯୋଗ ଦେଇଛନ୍ତି । ତେବେ ଏହି ନାଗରିକମାନଙ୍କୁ କେତେକଙ୍କ ଭିସା ମିଆଦ ପୂରଣ ହୋଇଥିବା ବେଳେ ଆଉ କେତେକଙ୍କ ଶେଷ ହେବା ଉପରେ । ତେଣୁ ଏ ନେଇ କାଳେ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି ହେବ ତାହାକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏହି ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଚଳିତ ମାସ 30 ତାରିଖ ମଧ୍ୟରାତ୍ରି ଯାଏ ବଢାଇ ଦେଇଛନ୍ତି ।
**********
(Release ID: 1614092)
Visitor Counter : 241
Read this release in:
Tamil
,
English
,
Urdu
,
Hindi
,
Marathi
,
Hindi
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam