PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

Posted On: 12 APR 2020 7:00PM by PIB Bhubaneshwar

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ                         

ତାରିଖ: 12.4.2020

(କୋଭିଡ-19 ସଂକ୍ରାନ୍ତରେ ପିଆଇବି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଫ୍ୟାକ୍ଟ ଚେକ୍)

Text Box: •	ଗତକାଲି ଠାରୁ ଆଜି ମଧ୍ୟରେ 909 କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି
•	ସମର୍ପିତ ଡାକ୍ତରଖାନା, ଆଇସୋଲୋସନ ଶଯ୍ୟା, ଆଇସିୟୁ ଏବଂ କ୍ବରେଣ୍ଟାଇନ ସୁବିଧା ଥିବା ପ୍ରାଥମିକ ଡାକ୍ତରୀ ଭିତ୍ତିଭୂମି କ୍ଷମତା ବୃଦ୍ଧି ଉପରେ ସରକାରଙ୍କ ଗୁରୁତ୍ବାରୋପ
•	କୋଭିଡ-19 ମୁକାବିଲା କ୍ଷେତ୍ରରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ
•	ଗତ 11 ଦିନ ମଧ୍ୟରେ 85 ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀମାନଙ୍କୁ ଏଲପିଜି ସିଲିଣ୍ଡର ବିତରଣ; ସମସ୍ତ ବାଧା ସତ୍ତ୍ବେ ଦିନକୁ 60 ଲକ୍ଷ ସିଲିଣ୍ଡର ବିତରଣ କରୁଛନ୍ତି ବିତରଣ କର୍ମଚାରୀ
•	ରିଲିଫ କ୍ୟାମ୍ପରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ

 

ପତ୍ର ସୂଚନା କାର୍ଯ୍ୟାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ସରକାର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ଗତକାଲି ଠାରୁ ଆଜି ମଧ୍ୟରେ ଦେଶରେ ଆହୁରି 909 ଜଣ କରୋନା ସଂକ୍ରମିତ ବୃଦ୍ଧି ପାଇଛନ୍ତି। ଆଜି ସୁଦ୍ଧା 716 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 273 ଜଣ ପ୍ରାଣ ହରାଇଛନ୍ତି। ସରକାର ସମର୍ପିତ ହସ୍ପିଟାଲ, ଆଇସୋଲେସନ ଶଯ୍ୟା, ଆଇସିୟୁ ଶଯ୍ୟା ଏବଂ କ୍ବାରେଣ୍ଟାଇନ ଆଦି ପ୍ରାଥମିକ ସ୍ବାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ସରକାରୀ ଡାକ୍ତରଖାନା ସମେତ ଘରୋଇ ହସ୍ପିଟାଲ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସେନା ଡାକ୍ତରଖାନା, ଭାରତୀୟ ରେଳପଥ ଏହି ପ୍ରୟାସରେ ସହଯୋଗ କରୁଛନ୍ତି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613367

 

ରିଲିଫ କ୍ୟାମ୍ପରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ଲାଗି ଲକଡାଉନକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହିତ ଦେଶର ବିଭିନ୍ନ ସ୍ଥାନରେ ରିଲିଫ କ୍ୟାମ୍ପଗୁଡ଼ିକରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପତ୍ର ଲେଖାଯାଇଛି।

କୋଭିଡ-19 ସଂକ୍ରମଣର ମୁକାବିଲା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ହସ୍ପିଟାଲ ପରିସରରେ ଏବଂ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବା ଏବଂ କ୍ବାରେଣ୍ଟାଇନରେ ଥିବା ସନ୍ଦିଗ୍ଧ ଲୋକଙ୍କୁ ଯାଞ୍ଚ କିମ୍ବା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥାନରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613432

 

ଚଳିତ ମାସରେ 85 ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ; କୋଭିଡ-19 ବିରୋଧରେ ଦେଶର ଲଢ଼େଇରେ ଯୋଗଦାନ ନିମନ୍ତେ ଯୋଗାଣ ଶୃଙ୍ଖଳରେ ଥିବା ବିତରଣ କର୍ମଚାରୀମାନେ ଅବିରାମ ଭାବେ କାର୍ଯ୍ୟ କରିଚାଲିଛନ୍ତି

କୋଭିଡ-19 ମହାମାରୀ ସମୟରେ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଅନୁକୂଳ ପ୍ରୟାସ ଆରମ୍ଭ କରାଯାଇଛି ଏହି ଯୋଜନା ଅନ୍ତର୍ଗତ ଏପ୍ରିଲରୁ ଜୁନ 2020 ପର୍ଯ୍ୟନ୍ତ ତିନି ମାସ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀମାନଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ବର୍ତ୍ତମାନ ସୁଦ୍ଧା 1.26 ଲକ୍ଷ ହିତାଧିକାରୀ ସିଲିଣ୍ଡର ପାଇବା ଲାଗି ବୁକିଂ କରିଥିବା ବେଳେ 85 ଲକ୍ଷ ସିଲିଣ୍ଡର ଯୋଗାଇ ଦେଇଛି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613563

 

କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ଲକଡାଉନ ସମୟରେ ପ୍ରୋତ୍ସାହନ ଯୋଗାଇ ଦେବାକୁ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ

ଲକଡାଉନ ସମୟରେ କ୍ଷେତ୍ରୀୟ ସ୍ତରରେ କୃଷକ ଏବଂ କୃଷି  କାର୍ଯ୍ୟକଳାପ ନିମନ୍ତ ସୁବିଧା ଦେବା ସକାଶେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613393

 

କୋଭିଡ-19 କାର୍ଯ୍ୟକଳାପ ସଂକ୍ରାନ୍ତରେ ସିଏସଆର ବ୍ୟୟର ଯୋଗ୍ୟତା ସମ୍ପର୍କରେ ଏମସିଏ ପକ୍ଷରୁ ନିୟମିତ ଭାବେ ପଚରାଯାଉଥିବା ପ୍ରଶ୍ନ

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613404

 

କରୋନା ଭୂତାଣୁ ମୁକାବିଲାରେ ଭାରତୀୟ ବାୟୁ ସେନାର ସହାୟତା

ବିଭିନ୍ନ ରାଜ୍ୟର ନୋଡାଲ ପଏଣ୍ଟକୁ ଜରୁରି ଚିକିତ୍ସା ସାମଗ୍ରୀ ଓ ରାସନ ପହଞ୍ଚାଇବା ନିମନ୍ତେ ସମସ୍ତ ପ୍ରୟାସ କରାଯାଉଛି। ଏହାଦ୍ବାରା ମହାମାରୀକୁ ପ୍ରଭାବୀ ଢଙ୍ଗରେ ଏବଂ ଦକ୍ଷତାପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଓ ସହାୟକ ସଂସ୍ଥାଗୁଡ଼ିକୁ ସଫଳ ହୋଇପାରୁଛନ୍ତି।

ଅଧିକ ବିବରଣୀ ନିମନ୍ତେ :   https://pib.gov.in/PressReleseDetail.aspx?PRID=1613372

 

ପୋର୍ଟ ବ୍ଲେୟାରରେ କୋଭିଡ-19 ମୁକାବିଲା କ୍ଷେତ୍ରରେ ଭାରତୀୟ ନୌସେନାର ସହାୟତା

କୋଭିଡ-19 ସଙ୍କଟ ସମୟରେ ଅସହୟ ଲୋକମାନଙ୍କୁ ସହାୟତା କରିବା ନିମନ୍ତେ ଉତକ୍ରୋଶ ଏବଂ ପୋର୍ଟ ବ୍ଲେୟାର ମ୍ୟାଟେରିଆଲ ଅର୍ଗାନାଇଜେସନ ପକ୍ଷରୁ ଖାଦ୍ୟ ବିତରଣ କରାଯାଉଛି।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1613524

 

ୟୁକ୍ତି (ୟଙ୍ଗ ଇଣ୍ଡିଆ କମ୍ବାଟିଂ କୋଭିଡ ଓ୍ବିଦ ନଲେଜ, ଟେକ୍ନୋଲୋଜି ଆଣ୍ଡ ଇନୋଭେସନ) ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ

କୋଭିଡ-19 ମହାମାରୀ ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଏବଂ ପ୍ରୟାସକୁ ଅନୁଧ୍ୟାନ କରିବା ଏବଂ ରେକର୍ଡଭୁକ୍ତ କରି ରଖିବା ଏହି ପୋର୍ଟାଲର ଉଦ୍ଦେଶ୍ୟ।  ଏହି ପୋର୍ଟାଲ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ବିଭିନ୍ନ ସଂସ୍ଥାନଗୁଡ଼ିକ ମଧ୍ୟରେ ଦୁଇ ମାର୍ଗ ବିଶିଷ୍ଟ ଯୋଗାଯୋଗ ମାଧ୍ୟମ ପ୍ରତିଷ୍ଠା କରିବ ଯାହାଫଳରେ ସଂସ୍ଥାନଗୁଡ଼ିକୁ ଆବଶ୍ୟକ ସହାୟତା ବ୍ୟବସ୍ଥା ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଇପାରିବ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613569

 

କୋଭିଡ-19 ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ- ଦିଲ୍ଲୀ କ୍ଷେତ୍ର ପକ୍ଷରୁ  ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ବିଭିନ୍ନ ପଦକ୍ଷେପ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦିଲ୍ଲୀ କ୍ଷେତ୍ର ପକ୍ଷରୁ ଫେସବୁକ ଏବଂ ୟୁଟ୍ୟୁବ ଜରିଆରେ ନବମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଲାଇଭ କ୍ଲାସ ଆରମ୍ଭ କରାଯାଇସାରିଛି। ସୋମବାର ଠାରୁ ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଲାଇଭ କ୍ଲାସ ଆରମ୍ଭ ହେବ।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1613382

ବିଭିନ୍ନ ଦିଗରୁ କୋଭିଡ-19ର ମୁକାବିଲା କରୁଛି ସିଏସଆଇଆର-ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମବି), ହାଇଦ୍ରାବାଦ

ସିଏସଆଇଆର ଦ୍ବାରା ଗଠିତ ଅଗ୍ରଣୀ ବାୟୋଲୋଜି ଲ୍ୟାବ ସିସିଏମବି, ହାଇଦ୍ରାବାଦ ପକ୍ଷରୁ ଦେଶର କୋଭିଡ-19 ମୁକାବିଲା କ୍ଷେତ୍ରରେ ଯୋଗଦାନ ନିମନ୍ତେ ବିଭିନ୍ନ ଉପକରଣ ଏବଂ ପ୍ରସ୍ତାବମାନ ନିୟୋଜନ କରୁଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613535

 

କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରର କର୍ମଚାରୀ : ଶ୍ରୀ ମାଣ୍ଡଭ୍ୟ

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ କହିଛନ୍ତି ଯେ ବର୍ତ୍ତମାନର ସଂକଟଜନକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର (ପିଏମଜେକେ) କର୍ମଚାରୀମାନେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିବା ସହ ଦେଶସେବା କରୁଛନ୍ତି।

ଦୁଇଟି ପରସ୍ତବିଶିଷ୍ଟ ଖଦି ମାସ୍କ ପ୍ରସ୍ତୁତ କଲା କେଭିଆଇସି

ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ଦୁଇ ପରସ୍ତ ବିଶିଷ୍ଟ ଖଦି ମାସ୍କ ବିକଶିତ କରାଯାଇଛି ଏବଂ ବିପୁଳ ପରିମାଣରେ ଏହାର ବିକ୍ରି ନିମନ୍ତେ ବରାଦ ପାଇଛି। କେବଳ ଜମ୍ମୁ ଓ କଶ୍ମୀର ସରକାରଙ୍କୁ 7.5 ଲକ୍ଷଟି ଖଦି ମାସ୍କ ଯୋଗାଇ ଦେବା ନିମନ୍ତେ କେଭିଆଇସିକୁ ବରାଦ ମିଳିଛି।

ଦେଶରେ କୋଭିଡ-19କୁ ପ୍ରତିହତ କରିବା ଲାଗି ଏନଆରଏଲଏମ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ ସାମୁଦାୟିକ ଯୋଦ୍ଧା ଭାବେ ଉଭା ହୋଇଛନ୍ତି

27ଟି ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (ଏସଆରଏଲଏମ)ର 78,000 ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ପ୍ରାୟ 2 କୋଟି ମାସ୍କ ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ରାଜ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ 5000 ପିପିଇ କିଟ ବିକଶିତ କରାଯାଇଥିବା ବେଳେ 9ଟି ରାଜ୍ୟର 900 ଏସଏଚଜି ଉଦ୍ୟୋଗୀମାନେ 1 ଲକ୍ଷ ଲିଟରରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ବିକଶିତ କରିଛନ୍ତି। ହାତ ସଫା କରିବା ଲାଗି କେତେକ ଏସଏଚଜି ମଧ୍ୟ ତରଳ ସାବୁନ ପ୍ରସ୍ତୁତ କରିଛନ୍ତି।

Fact Check on #Covid19

 

 

 

 

 

 

 

 

 

 

 

 



(Release ID: 1613759) Visitor Counter : 321