ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଇଥିବା ଦାଦନ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବା ଲାଗି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର

Posted On: 12 APR 2020 5:03PM by PIB Bhubaneshwar

କୋଭିଡ-19 ସଂକ୍ରମଣର ମୁକାବିଲା ଲାଗି ଘୋଷିତ ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜ୍ୟଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରଖାଯାଇଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କଡାକଡି ରୂପେ ପାଳନ କରିବା ଲାଗି କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରହିଥିବା ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ, ସ୍ଵଚ୍ଛ ପାନୀୟ ଜଳ ଏବଂ ସ୍ଵଚ୍ଛତାର ସଠିକ ବ୍ୟବସ୍ଥା ସହିତ ଉତ୍ତମ ଚିକିତ୍ସା ପ୍ରଦାନ ସୁନିଶ୍ଚିତ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବ୍ୟତୀତ ବିଭିନ୍ନ ଧର୍ମଗୁରୁ ମାନେ ରିଲିଫ କେନ୍ଦ୍ରଗୁଡ଼ିକୁ ଯାଇ ପରାମର୍ଶ ଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅଦାଲତ ଏହାମଧ୍ୟ ଉପଲବ୍ଧି କରିଛନ୍ତି ଯେ, ପୁଲିସ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଦାଦନ ଶ୍ରମିକମାନଙ୍କ ଭୟ ଏବଂ ଭାବପ୍ରବଣତାକୁ ବୁଝିବା ଆବଶ୍ୟକ । ଏହି ଶ୍ରମିକମାନଙ୍କର ସୁବିଧା ଅସୁବିଧା ବୁଝିବା ଲାଗି ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ ସହ ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକୁ ମଧ୍ୟ ସାମିଲ କରିବା ଆବଶ୍ୟକ । ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପତ୍ର ଓ ନିର୍ଦ୍ଦେଶ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଲେଖାଯାଇଥିବା ପତ୍ରରେ ମଧ୍ୟ ସନ୍ନିବେଶିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶ୍ରମିକମାନଙ୍କ ମନରେ ଥିବା ମନସ୍ତାତ୍ତ୍ଵିକ ସମସ୍ୟାକୁ ନେଇ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି, ଯାହାକି https://www.mohfw.gov.in/pdf/RevisedPsychosocialissuesofmigrantsCOVID19.pdf ରେ ମଧ୍ୟ ଉପଲବ୍ଧ ।

 

**********



(Release ID: 1613712) Visitor Counter : 216