କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲର ପ୍ରେସ ବିବୃତି
ପୋଷ୍ଟ କରାଯିବା ଦିନାଙ୍କ:
11 APR 2020 11:04AM by PIB Bhubaneswar
କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ସଦା ସର୍ବଦା ନିଜର ପ୍ରମୁଖ ଖଣ୍ଡପୀଠ ଏବଂ ସାରା ଦେଶରେ ଥିବା ନିଜର ଖଣ୍ଡପୀଠଗୁଡିକ ମାଧ୍ୟମରେ ମାମଲା ଦାୟର କରି ତାହାର ସମାଧାନ ଚାହୁଁଥିବା ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ତେବେ ବାସ୍ତବ ତଥ୍ୟ ଅନୁସାରେ ଫେବୃଆରୀ 2020ରେ ଅଦ୍ଭୁତପୂର୍ବ ଭାବେ ମାମଲାଗୁଡିକର ସାମଧାନ କରାଯାଇଛି ।
କରୋନା ଭୂତାଣୁ ସଂକ୍ରମଣର ପ୍ରଭାବ ଯୋଗୁଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦିନେ ଛଡା ଦିନେ ବ୍ୟବଧାନରେ ଶୁଣାଣି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ତେବେ ମାର୍ଚ୍ଚ 22 ଠାରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ଶୁଣାଣି ବା ଖଣ୍ଡପୀଠ ବସିବା ଅସମ୍ଭବ ହୋଇଯାଇଛି । ଲକଡାଉନ୍ ଜାରି ହେବା ପରେ ଖଣ୍ଡପୀଠ କାର୍ଯ୍ୟ କରିବା ଅସମ୍ଭବ ହୋଇ ପଡିଛି କାରଣ ଟ୍ରିବ୍ୟୁନାଲର ନା କେବଳ ଆଇନଜୀବୀ ବରଂ କର୍ମଚାରୀମାନେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ଆସିବା ସ୍ଥିତିରେ ନାହାନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣୀ ଆୟୋଜିତ କରିବାର ବିକଳ୍ପ ପ୍ରଥମରୁ ଉପଲବ୍ଧ ନ ଥିଲା କାରଣ ଆବଶ୍ୟକ ଉପକରଣର ଭିତ୍ତିଭୂମି ନଥିଲା, ଦ୍ୱିତୀୟରେ ଲକଡାଉନ୍ ସମୟରେ ଏହିସବୁ ଉପକରଣ କିଣିବା ସମ୍ଭବ ନ ଥିଲା । ବାସ୍ତବରେ ପ୍ରମୁଖ ଖଣ୍ଡପୀଠରେ 2ରୁ 12 ଅପ୍ରେଲ ପର୍ଯ୍ୟନ୍ତ ଏକ ଲଘୁ ଅବକାଶ ହେବାର ଥିଲା ।
15.04.2020 ପରେ ସରକାରଙ୍କର ପଦକ୍ଷେପ ଅବା ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଯଦି ଅଦାଲତ ପରିଚାଳନା କରିବାର ସାମାନ୍ୟ ତମ ସମ୍ଭାବନା ସୃଷ୍ଟି ହେବ ତ, ଏହାର ଲାଭ ଉଠାଇବାକୁ ପ୍ରୟାସ କରାଯିବ ।
**********
(ରିଲିଜ ଆଡି: 1613446)
ପରିଦର୍ଶକ କାଉଣ୍ଟର : 264
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam