ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଲାଇଫଲାଇନ ଉଡ଼ାନ ବିମାନ ପରିବହନ ମାଧ୍ୟମରେ ଏପ୍ରିଲ 7 ସୁଦ୍ଧା ଦେଶର ବିଭିନ୍ନ ଭାଗକୁ 39 ଟନ ମେଡ଼ିକାଲ ସାମଗ୍ରୀ ପ୍ରେରଣ

• ଲାଇଫଲାଇନ ଉଡ଼ାନ ପୋର୍ଟାଲ ହିତାଧିକାରୀଙ୍କୁ ଅତ୍ୟାବଶ୍ୟକ ଘରୋଇ ମେଡ଼ିକାଲ ସାମଗ୍ରୀ ପ୍ରେରଣର ଯୋଜନା ଓ ଟ୍ରାକିଂରେ ହେଉଛି ସହାୟକ

Posted On: 08 APR 2020 5:37PM by PIB Bhubaneshwar

ଲାଇଫଲାଇନ ଉଡ଼ାନ ବିମାନ ପରିବହନ ଜରିଆରେ ଗତକାଲି ଅର୍ଥାତ, ଏପ୍ରିଲ 07, 2020 ସୁଦ୍ଧା ଦେଶର ବିଭିନ୍ନ ଭାଗରେ 39.3 ଟନ ମେଡ଼ିକାଲ ସାମଗ୍ରୀ ପହଞ୍ଚାଯାଇଛି । କୋଭିଡ଼-19 ସଂକ୍ରମଣ ପରବର୍ତ୍ତୀ ଲକଡାଉନ ପରଠାରୁ ଏଭଳି ବିମାନ ପରିବହନ ମାଧ୍ୟମରେ ମୋଟ 240 ଟନ ଚିକିତ୍ସା ଉପକରଣ ଓ ଅତ୍ୟାବଶ୍ୟକ ଔଷଧ ଆଦି ଦେଶର ଅନେକ ସ୍ଥାନକୁ ପ୍ରେରଣ କରାଯାଇସାରିଛି । ଏପର୍ଯ୍ୟନ୍ତ ଲାଇଫଲାଇନ ଉଡ଼ାନ 161ଟି ଉଡ଼ାଣ ଦ୍ୱାରା ମୋଟ 1,41,080 କିଲୋମିଟର ଆକାଶପଥ ଯାତ୍ରା କରିଛି । ସେଥିମଧ୍ୟରୁ ଏୟାର ଇଣ୍ଡିଆ ଏବଂ ଆଲିଆନ୍ସ ଏୟାର ଦ୍ୱାରା 99 ଥର ଉଡ଼ାଣ ଭରାଯାଇଥିବା ବେଳେ ଆଇଏଏଫ ଦ୍ୱାରା 54 ଥର କାର୍ଗୋ ସାମଗ୍ରୀ ବହନକାରୀ ବିମାନ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛି । ସେହିଭଳି ଅନ୍ତରାଷ୍ଟ୍ରୀୟ ଆକାଶପଥରେ ଏପ୍ରିଲ 07, 2020 ସୁଦ୍ଧା ଏୟାର ଇଣ୍ଡିଆ ହଂକଂରୁ 6.14 ଟନ ମେଡ଼ିକାଲ ସାମଗ୍ରୀ ଭାରତକୁ ପରିବହନ କରି ଆଣିଛି । ଅଧିକନ୍ତୁ ଏୟାର ଇଣ୍ଡିଆ କଲମ୍ବୋକୁ 8.85 ଟନର ସାମଗ୍ରୀ ପରିବହନ କରିନେଇଛି ।

ଉତ୍ସର୍ଗୀକୃତ ମେଡ଼ିକାଲ ଏୟାର କାର୍ଗୋ ସଂପର୍କୀତ ୱେବସାଇଟ ଲାଇଫଲାଇନ ଉଡ଼ାନରେ ଲାଇଫଲାଇନ ଉଡାଣ ସଂପର୍କୀତ ବିସ୍ତୃତ ଯାତ୍ରା ବିବରଣୀ ଏବଂ ସଦ୍ୟତମ ଫଟୋଚିତ୍ରମାନ ରହିଛି । ଏହି ଲିଙ୍କ https://esahaj.gov.in/lifeline_udan. ଉପଲବ୍ଧ । ସେଥିରେ ବିଭିନ୍ନ ଉଡ଼ାଣର ବିବରଣୀ ତଥା ସେଥିରେ ପରିବହନ କରାଯାଇଥିବା ସାମଗ୍ରୀ ସଂପର୍କୀତ ତଥ୍ୟ ବିଭିନ୍ନ ଏଜେନ୍ସି ଓ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ଅପ୍‌ଲୋଡ଼ କରାଯାଇଛି, ଯଦ୍ୱାରା ଏଭଳି କାର୍ଯ୍ୟରେ ସଫଳତାର ସହ ସମନ୍ୱୟ ରକ୍ଷା ତଥା ବିଭିନ୍ନ ପୋର୍ଟାଲରୁ ବିସ୍ତୃତ ବିବରଣୀ ସଂଗ୍ରହ କରିବା ସହଜସାଧ୍ୟ ହୋଇପାରିଛି । ଏଥିସହ ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଚାଲେଞ୍ଜ ସଂପର୍କରେ ପୋର୍ଟାଲକୁ ଅପ୍‌ଡ଼େଟ୍‌ ଓ ପରିବର୍ତ୍ତନ କରାଯାଉଛି ଯାହାକି ହିତଧାରକଙ୍କ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ସେବାରେ ଆସିପାରୁଛି ।

Date

Air India

Alliance

IAF

Indigo

SpiceJet

Total flights

07.4.2020

04

02

03

--

--

09

ଏୟାର ଇଣ୍ଡିଆ ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ) ମୁଖ୍ୟତଃ ଜମ୍ମୁ ଓ କଶ୍ମୀର, ଲଦାଖ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଓ ଅନ୍ୟାନ୍ୟ ଦ୍ୱୀପପୁଞ୍ଜ କ୍ଷେତ୍ର ପାଇଁ ସହଯୋଗ ଯୋଗାଇ ଦେଇଛି ।

ଘରୋଇ କାର୍ଗୋ ଅପରେଟରଗଣ: ବ୍ଲୁ ଡାର୍ଟ, ସ୍ପାଇସ୍‌ ଜେଟ୍‌ ଏବଂ ଇଣ୍ଡିଗୋ ପକ୍ଷରୁ ମାଲ ପରିବହନ ବ୍ୟବସାୟିକ ଭିତ୍ତିରେ ସମ୍ପାଦନ କରାଯାଉଛି । ସ୍ପାଇସ୍‌ ଜେଟ୍‌ ମାର୍ଚ୍ଚ 24 ଠାରୁ ଏପ୍ରିଲ 7, 2020 ମଧ୍ୟରେ 203 ଥର ଉଡ଼ାଣ ଜରିଆରେ 2,77,080 କିଲୋମିଟର ଆକାଶପଥ ଯାତ୍ରା କରି 1,647.59 ଟନ୍‌ କାର୍ଗୋ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିନେଇଛିସେଥି ମଧ୍ୟରୁ 55ଟି ଆନ୍ତର୍ଜାତିକ କାର୍ଗୋ ବିମାନଯାତ୍ରା । ବ୍ଲୁ ଡାର୍ଟ 64ଟି ଉଡ଼ାଣ ମାଧ୍ୟମରେ 62,245 କିଲୋମିଟର ଆକାଶ ପଥ ଅତିକ୍ରମ କରିଛି ଏବଂ ମୋଟ 951.73 ଟନ୍‌ ସାମଗ୍ରୀ ପରିବହନ କରିଛି ଯାହାକି ମାର୍ଚ୍ଚ 25 ଠାରୁ ଏପ୍ରିଲ 7, 2020 ମଧ୍ୟରେ ସଂପାଦନ କରାଯାଇଛି । ସେହିପରି ଇଣ୍ଡିଗୋ 3-4 ଏପ୍ରିଲ, 2020 ମଧ୍ୟରେ 8ଟି କାର୍ଗୋ ବିମାନ ପରିବହନ ମାଧ୍ୟମରେ 6103 କିଲୋମିଟର ଆକାଶପଥ ଯାତ୍ରା କରି 3.14 ଟନ୍‌ କାର୍ଗୋ ବିଭିନ୍ନ ସ୍ଥାନରେ ପହଞ୍ଚାଇଛି ।

Domestic cargo by Spicejet (As on 07.4.2020)

Date

No. of Flights

Tonnage

Kilometres

07-04-2020

12

96.89

13,634

International cargo by Spicejet (As on 07.4.2020)

Date

No. of Flights

Tonnage

Kilometres

07-04-2020

2

20.57

5,236

Blue Dart cargo uplift (As on 07.4.2020)

Date

No. of Flights

Tonnage

Kilometres

07-04-2020

6

89.600

7131.30

 

**********



(Release ID: 1612371) Visitor Counter : 142