ଅର୍ଥ ମନ୍ତ୍ରଣାଳୟ

5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ଜାରି କରିବ ଆୟକର ବିଭାଗ

• ଉପକୃତ ହେବେ 14 ଲକ୍ଷ ଟିକସଦାତା
• ସମସ୍ତ ଜିଏସଟି ଏବଂ ସୀମା ଶୁଳ୍କ ରିଫଣ୍ଡ ମଧ୍ୟ ଜାରି କରାଯିବ
• ଏମଏସଏମଇ ସମେତ 1 ଲକ୍ଷ ବ୍ୟବସାୟିକ ସଂସ୍ଥା ହେବେ ଉପକୃତ
• ତୁରନ୍ତ ଜାରି ହେଲା ମୋଟ 18,000 କୋଟି ଟଙ୍କାର ରିଫଣ୍ଡ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2020 6:16PM by PIB Bhubaneswar

କୋଭିଡ-19 ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ଜାରି କରିବା ଲାଗି ନିଷ୍ପତ୍ତି ନିଆଯାଇଛି ଯାହା ଫଳରେ 14 ଲକ୍ଷ ଟିକସଦାତା ଉପକୃତ ହୋଇପାରିବେ।

ସେହିପରି ସମସ୍ତ ବକେୟା ଜିଏସଟି ଏବଂ ସୀମାଶୁଳ୍କ ରିଫଣ୍ଡ ଫେରସ୍ତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯାହାଫଳରେ ଏମଏସଏମଇ ସମେତ 1 ଲକ୍ଷ ବ୍ୟବସାୟିକ ସଂସ୍ଥା ଲାଭାନ୍ବିତ ହୋଇପାରିବେ ଏହିପରି ଭାବେ ମୋଟ 18,000 କୋଟି ଟଙ୍କାର ରିଫଣ୍ଡ ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିଛି

 

***********

 

 


(ରିଲିଜ ଆଡି: 1612369) ପରିଦର୍ଶକ କାଉଣ୍ଟର : 378