ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଲକଡାଉନ କାଳରେ ଜାହାଜ ଚଳାଚଳକୁ ସୁଗମ କରିବା ପାଇଁ ପ୍ରୟାସ ଜାରି
ପ୍ରମୁଖ ବନ୍ଦର ସମୂହର ସାମଗ୍ରୀ ବୋଝେଇ, ଖଲାସ ପରିମାଣ 0.82% ବୃଦ୍ଧି , 46 ହଜାର ଯାତ୍ରୀ/ କ୍ରିଭଟ ଥର୍ମାଲ ସ୍କାନିଂ
Posted On:
07 APR 2020 12:45PM by PIB Bhubaneshwar
କରୋନା ସଂକ୍ରମଣ ଜନିତ ଅସାଧାରଣ ପରିସ୍ଥିତିରେ ଯାତ୍ରୀ ଓ ମାଲ ପରିବହନକୁ ସୁଗମ କରିବା ସହ ବନ୍ଦରଗୁଡିକର କାର୍ଯ୍ୟ ସ୍ୱାଭାବିକ ଭାବେ ଜାରି ରଖିବା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ତତ୍ପରତାର ସହ କାର୍ଯ୍ୟ ଚାଲିଛି । ଏହାଛଡା କରୋନା ମୁକାବିଲା ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ମତାମତ ସାହାଯ୍ୟ ସହଯୋଗ ଜାରି ରଖିଛି । ଚଳିତବର୍ଷ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଦେଶର ବୃହତ ବନ୍ଦର (ଏମଜିର ପୋର୍ଟ) ଗୁଡିକ ଦ୍ୱାରା ମୋଟ 704.63 ନିୟୁତ ଟନ ମାଲ ବୋଝେଇ ଓ ଖଲାସ କରାଯାଇଛି । ଗତ ବର୍ଷ ଏହି ସମୟରେ ଏହି କାରବାର ଥିଲା 699.10 ନିୟୁତ ଟନ । ଏହା ଫଳରେ ଏ କ୍ଷେତ୍ରରେ 0.82% ଅଭିବୃଦ୍ଧି ହାସଲ କରାଯାଇଛି ।
ମାର୍ଚ୍ଚ 2020ରେ ମୋଟ ସାମଗ୍ରୀ ପରିବହନ ପରିମାଣ ଥିଲା 61,120 ଟନ । ଏହା ଗତ ଫେବୃୟାରୀରେ ହୋଇଥିବା ମୋଟ ଟ୍ରାଫିକ ପରିମାଣଠାରୁ ଅଧିକ । ଫେବୃୟାରୀରେ ଏହି ପରିମାଣଥିଲା 57,233 ଟନ । ତେବେ ଏହା ଗତ ବର୍ଷ ମାର୍ଚ୍ଚ ତୁଳନାରେ 5.25% କମ୍ । 2019-20ରେ ଦେଶର ପ୍ରମୁଖ ବନ୍ଦର ଗୁଡିକରେ 20,837ଟି ଜାହାଜର ବୋଝେଇ ଖଲାସ କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ବେଳେ 2018-19 ବର୍ଷରେ ଏହି ସଂଖ୍ୟା ଥିଲା 20,853 । ଗତ ବର୍ଷ ତୁଳନାରେ ଭେସେଲ ଟ୍ରାଫିକ 0.08% କମିଛି ।
କୋଭିଡ-19ର ମୁକାବିଲା କ୍ଷେତ୍ରରେ ମନ୍ତ୍ରଣାଳୟ ମଧ୍ୟ ତାହାର ଦାୟିତ୍ୱ ନିର୍ବାହ କରିଆସୁଛି । 2020 ଜାନୁୟାରୀ 27 ଠାରୁ ଏପ୍ରିଲ 4 ତାରିଖ ମଧ୍ୟରେ ବନ୍ଦର ଗୁଡିକରେ ଥର୍ମାଲ ସ୍କାନର ଲଗାଯାଇ 39,225 ଜଣଙ୍କ ସ୍କାନିଂ କରାଯାଇଛି । କରୋନା ସଂକ୍ରମଣ ଭଳି ବିଶେଷ ପରିସ୍ଥିତିରେ ବନ୍ଦର ବ୍ୟବହାରକାରୀ, ବ୍ୟବସାୟୀ, ଜାହାଜ ଚଳାଚଳକାରୀ କମ୍ପାନୀ, ଲାଇସେନ୍ସଧାରୀ ଓ ଅନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କ ଠାରୁ ଲୋଡ୍, ଅନଲୋଡ, ବର୍ଥିଂ, ସାମଗ୍ରୀ ଅପସରଣ ଓ ଅନ୍ୟାନ୍ୟ କାର୍ଯ୍ୟରେ କୌଣସି ବିଳମ୍ବ ଘଟିଲେ ଜରିମନା ଆଦାୟ ନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶାନାମା ଜାରି କରିଛି । ଏହାଛଡା ଡିମରେଜ ଓ ଗ୍ରାଉଣ୍ଡା ରେଣ୍ଟ ଆଦିକୁ ମଧ୍ୟ ସହାୟକ ଭାବେ ସ୍ଥାପିତ ରଖାଯାଇଛି । ସେହିଭଳି ବିଭିନ୍ନ ବୃହତ ବନ୍ଦରରେ ପିପିପି ମୋଡରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶ୍ରମିକ ଅଭାବ ତଥା ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବାରୁ ଏସବୁର ମିଆଦ ବୃଦ୍ଧି କରାଯାଇଛି ।
ବିଭିନ୍ନ ପ୍ରକଳ୍ପର ସ୍ଥିତିକୁ ଅନୁଧ୍ୟାନକରି ସଂପୃକ୍ତ ବୃହତ ବନ୍ଦର କର୍ତ୍ତୃପକ୍ଷ ଏ ସଂପର୍କରେ ନିଷ୍ପତ୍ତି ନେବାକୁ ଅଧିକୃତ ହୋଇଛନ୍ତି ।
ହସପିଟାଲ ପ୍ରସ୍ତୁତି :- କୋଭିଡ-19କୁ ଦୃଷ୍ଟିରେ ରଖି ସବୁ ପ୍ରମୁଖ ବନ୍ଦର ହସ୍ପିଟାଲରେ ଡାକ୍ତର ଓ ଚିକିତ୍ସା କର୍ମୀଙ୍କୁ ବ୍ୟକ୍ତିଗତ ନିରାପତ୍ତା ପୋଷାକ ଓ ଉପକରଣ ଯୋଗଇ ଦିଆଯାଇଛି । ଅତିରିକ୍ତ ଚିକିତ୍ସା ଆବଶ୍ୟକତା ପୂରଣ କରିବାକୁ ଅଧିକ ଡାକ୍ତର ଓ କର୍ମଚାରୀ ଯୋଗାଣ ସହିତ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏହାଛଡା ଜାହାଜଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ସବୁ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହ ସିଏସଆର ପାଣ୍ଠିରୁ 52 କୋଟି ଟଙ୍କା ପିଏମ୍-କେଆର୍ସ ପାଣ୍ଠିକୁ ପ୍ରଦାନ ଦେଇଛନ୍ତି । ଏହାବ୍ୟତୀତ କର୍ମଚାରୀମାନେ ସେମାନଙ୍କ ବେତନରୁ ସାତକୋଟି ଟଙ୍କା ପିଏମ୍-କେଆର୍ସକୁ ଦାନ କରିଛନ୍ତି ।
ସର୍ବୋପରି କୋଭିଡ-19 ସଂକ୍ରମଣ କାଳରେ ବନ୍ଦରଗୁଡିକରେ ଅନେକ ସ୍କ୍ରିନିଂ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି । ବିନା ଅନୁମତି ଓ ଡାକ୍ତରୀ ସାର୍ଟି ଫିକେଟ ବିନା ବନ୍ଦର ମଧ୍ୟକୁ କାହାରିକୁ ପ୍ରବେଶ ପ୍ରସ୍ଥାନ ସୁବିଧା ଦିଆଯାଉ ନାହିଁ । ସାମାଜିକ ଦୂରତ୍ୱ ରକ୍ଷା ଓ ବ୍ୟକ୍ତିଗତ ତଥା ସାମୁହିକ ସ୍ୱାସ୍ଥ୍ୟ ନୀତି ମାନିବାକୁ ସବୁ ବନ୍ଦରରେ ବାଧ୍ୟତାମୂଳକ କରାଯାଇଛି । କୌଣସି ଜାହାଜରେ ଯଦି କେହି ସନ୍ଦିଗ୍ଧ ବା ଆକ୍ରାନ୍ତ ଥାଆନ୍ତି, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗସୂତ୍ର ସ୍ଥାପନ କରି ଜାହାଜ ଓ ଏହାର ଯାତ୍ରୀଙ୍କ କ୍ଵାରେଣ୍ଟାଇନ ଏବଂ ଚିକତ୍ସା ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
**********
(Release ID: 1612117)
Visitor Counter : 250
Read this release in:
Urdu
,
English
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada