ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଲାଇଫଲାଇନ ଉଡ଼ାନ ମାଧ୍ୟମରେ ଉତ୍ତର ପୂର୍ବାଞ୍ଚଳର ଜୋରହାଟ, ଲେଙ୍ଗପୁଇ, ଦୀମାପୁର, ଇମ୍ଫାଲ ଓ ଅନ୍ୟାନ୍ୟ ସ୍ଥାନକୁ ଚିକିତ୍ସା ସାମଗ୍ରୀ ପ୍ରେରଣ

• ଲାଇଫଲାଇନ ଉଡ଼ାନ ପରିବହନ ସକାଶେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‘ଚିନ୍ତନ’ ଓ ‘ମନ୍ଥନ’ ସମୀକ୍ଷା ବୈଠକ ଅନୁଷ୍ଠିତ
• 152 ଲାଇଫଲାଇନ ଉଡ଼ାନ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚାଗଲା 200 ଟନରୁ ଅଧିକ ଚିକିତ୍ସା ସାମଗ୍ରୀ

Posted On: 07 APR 2020 5:03PM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ଦେଶରେ ଜାରି ହୋଇଥିବା ଲକଡାଉନ ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅତି ଉନ୍ନତ ଯୋଜନା ପ୍ରସ୍ତୁତ କରାଯିବା ସହ ନିୟମିତ ଭାବେ ବୈଠକ ଅନୁଷ୍ଠିତ ହେଉଛି । ମନ୍ତ୍ରଣାଳୟରେ ଖୋଲାଯାଇଥିବା ଭଚୁଆଲ୍‌ ୱାର୍‌ ରୁମ ମାଧ୍ୟମରେ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣଙ୍କ ଚିକିତ୍ସା ସକାଶେ ଆବଶ୍ୟକ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଔଷଧପତ୍ର ଯୋଗାଇ ଦିଆଯାଉଛି । ଏବେସୁଦ୍ଧା ଲାଇଫଲାଇନ୍‌ ଉଡ଼ାନ ମାଧ୍ୟମରେ ଦେଶର ବିଭିନ୍ନ ଭାଗକୁ 152 ଥର ପରିବହନ ବିମାନ ମାଧ୍ୟମରେ 200 ଟନରୁ ଅଧିକ ଚିକିତ୍ସା ସାମଗ୍ରୀ ଓ ଔଷଧପତ୍ର ଯୋଗାଣ ସରିଛି । ଲାଇଫଲାଇନ୍‌ ଉଡ଼ାନ ମାଧ୍ୟମରେ ଉତ୍ତର ପୂର୍ବାଞ୍ଚଳର ଜୋରହାଟ, ଲେଙ୍ଗପୁଇ, ଦୀମାପୁର, ଇମ୍ଫାଲ ଓ ଅନ୍ୟାନ୍ୟ ସ୍ଥାନକୁ ଚିକିତ୍ସା ସାମଗ୍ରୀ ପ୍ରେରଣ କରାଯାଇଛି । ଏହା ଦ୍ୱାରା କୋଭିଡ଼-19 ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସହଜସାଧ୍ୟ ହୋଇପାରିଛି ।

ପ୍ରତିଦିନ ବେସାମରିକ ବିମାନ ଚଳାଚଳ ମନ୍ତୟଣାଳୟ ପକ୍ଷରୁ ସକାଳ 8ଟା ବେଳେ ସମୀକ୍ଷା ଯୋଜନା ବୈଠକ ଚିନ୍ତନଅନୁଷ୍ଠିତ ହେଉଛି । ଗତ ଦିନର କାର୍ଯ୍ୟ ପ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା କରାଯାଉଛି । ସେହିଭଳି ଦୈନିକ ୩ଟାବେଳେ ମନ୍ଥନବୈଠକ ଅନୁଷ୍ଠିତ ହେଉଛି ଯେଉଁଥିରେ ସେହି ଦିନ ସଂପାଦନ କରାଯିବାକୁ ଥିବା ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ସେଥିରେ କୌଣସି ପର୍ଯ୍ୟାୟରେ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ଥାଏ ତାହା ତର୍ଜମା କରାଯାଉଛି । ଏହି ବୈଠକରେ ଆଗାମୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥାଏ ତଥା ଦେଶର ବିଭିନ୍ନ ଭାଗରେ କିପରି ଚିକିତ୍ସା ସାମଗ୍ରୀ ଓ ଔଷଧ ପହଞ୍ଚାଯାଇପାରିବ ତାହାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇଥାଏ ।

ଏପର୍ଯ୍ୟନ୍ତ ଲାଇଫଲାଇନ ଉଡ଼ାନ ମାଧ୍ୟମରେ କାର୍ଗୋ ବିମାନରେ 152 ଥର ଏଭଳି ସାମଗ୍ରୀକୁ ଦେଶର ବିଭିନ୍ନ ଭାଗରେ ପହଞ୍ଚାଯାଇସାରିଛି । ସେଥି ମଧ୍ୟରେ ଦୁର୍ଗମ ପାର୍ବତ୍ୟାଞ୍ଚଳ ରହିଛି । ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାରର ସହାୟତାରେ ଭାରତୀୟ ବାୟୁସେନା ତଥା ଘରୋଇ ଏୟାରଲାଇନମାନେ 200 ଟନରୁ ଅଧିକ ଓଜନର ଏଭଳି ଚିକିତ୍ସା ସାମଗ୍ରୀ ପରିବହନ କରିଛନ୍ତି ଏବଂ ଲକଡାଉନ ସମୟରେ ତାହା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇଛନ୍ତି ।

ଅପ୍ରେଲ 6, 2020 ଦିନ ଲାଇଫଲାଇନ୍‌ ଉଡ଼ାନ ଆଇସିଏମଆର କିଟ୍‌, ଏଚଏଲଏଲ ଉପକରଣ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଧରି ଉତ୍ତର ପୂର୍ବାଞ୍ଚଳର ଅନେକ ସ୍ଥାନରେ ତଥା କେନ୍ଦ୍ର ତଥା ପୂର୍ବାଞ୍ଚଳ ରାଜ୍ୟରେ ସେସବୁ ପହଞ୍ଚାଇଥିଲା । ଲାଇଫଲାଇନ-1 (ଆଇଏଏଫ) ମାଧ୍ୟମରେ ଦିଲ୍ଲୀରୁ ବାହାରି ଏହି ବିମାନ ପାଟନା-ଜୋରହାଟ-ଲେଙ୍ଗପୁଇ-ଇମ୍ଫାଲ-ଦୀମାପୁର-ଗୌହାଟୀକୁ ଆଇସିଏମଆର କିଟ୍‌ ପହଞ୍ଚାଇଥିଲା ସେଥିରେ ରେଡ଼କ୍ରସ୍‌ ଚିକିତ୍ସା ଉପକରଣ ମଧ୍ୟ ରହିଥିଲା ।  ସେହିଭଳି ଏହି ବିମାନ ଜରିଆରେ ମେଘାଳୟ, ମଣିପୁର, ନାଗାଲାଣ୍ଡ ଦିବ୍ରୁଗଡ଼, ମିଜୋରାମ, ରାଞ୍ଚି ଓ ପାଟନାରେ ମଧ୍ୟ ବିଭିନ୍ନ ମେଡ଼ିକାଲ ସାମଗ୍ରୀ ପହଞ୍ଚାଯାଇଛି ।

ଲାଇଫଲାଇନ-2 ଆଲିଆନ୍ସ ଏୟାର (ଏଟିଆର) : ଏହା ଦିଲ୍ଲୀ-ବାରାଣାସୀ-ରାୟପୁର-ହାଇଦ୍ରାବାଦ-ଦିଲ୍ଲୀ ମଧ୍ୟରେ ଯାତ୍ରା କରି ଆଇସିଏମଆର କିଟକୁ ବାରାଣାସୀ, ରାୟପୁର, ହାଇଦ୍ରାବାଦ, ବିଜୟୱାଡ଼ାରେ ପହଞ୍ଚାଇଛି ।

ଲାଇଫଲାଇନ-3: ଏୟାର ଇଣ୍ଡିଆ (ଏ-320): ଏହା ମୁମ୍ବାଇ-ବାଙ୍ଗାଲୋର-ଚେନ୍ନାଇ-ମୁମ୍ବାଇ ମଧ୍ୟରେ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରେରିତ ସାମଗ୍ରୀକୁ ବାଙ୍ଗାଲୋର ଏବଂ ଚେନ୍ନାଇରେ ପହଞ୍ଚାଇଛି ।

ଲାଇଫଲାଇନ-4: ସ୍ପାଇସ୍‌ ଜେଟ୍‌: ଦିଲ୍ଲୀ-ଚେନ୍ନାଇ ମଧ୍ୟରେ ଏହା ଯାତ୍ରା କରି ଆଇସିଏମଆର ମେଡ଼ିକାଲ କିଟ୍‌ କୁ ଚେନ୍ନାଇରେ ପହଞ୍ଚାଇଛି ।

ଲାଇଫଲାଇନ୍‌-5 ଏଆଇ ଚାର୍ଟର (ଏ-320) ଦିଲ୍ଲୀ-ଡ଼େରାଡ଼ୁନ ମଧ୍ୟରେ ଏହି ବିମାନ ଆଇସିଏମଆର ସାମଗ୍ରୀ ଧରି ଡ଼େରାଡ଼ୁନରେ ପହଞ୍ଚାଇଛି ।

 

 

Date wise break up is as below:

S.

No.

Date

Air India

Alliance

IAF

Indigo

SpiceJet

Total flights operated

1

26.3.2020

02

--

-

-

02

04

2

27.3.2020

04

09

01

-

--

14

3

28.3.2020

04

08

-

06

--

18

4

29.3.2020

04

10

06

--

--

20

5

30.3.2020

04

-

03

--

--

07

6

31.3.2020

09

02

01

 

--

12

7

01.4.2020

03

03

04

--

-

10

8

02.4.2020

04

05

03

--

--

12

9

03.4.2020

08

--

02

--

--

10

10

04.4.2020

04

03

02

--

--

09

11

05.4.2020

--

--

16

--

--

16

12

06.4.2020

03

04

13

 

 

20

 

Total Flights

49

44

51

06

02

152

ଏୟାର ଇଣ୍ଡିଆ ଏବଂ ଆଇଏଏଫ ପାରସ୍ପରିକ ସହଯୋଗୀତାରେ ଲଦାଖ, କାର୍ଗିଲ, ଦିମାପୁର, ଇମ୍ଫାଲ, ଗୌହାଟୀ, ଚେନ୍ନାଇ, ଅହମ୍ମଦାବାଦ, ପାଟନା, ଜୋରହାଟ, ଲେଙ୍ଗପୁଇ, ମହୀଶୂର, ହାଇଦ୍ରାବାଦ, ରାଞ୍ଚି, ଜମ୍ମୁ, ଶ୍ରୀନଗର, ଚଣ୍ଡୀଗଡ଼ ଓ ପୋର୍ଟ ବ୍ଲେୟାରରେ ମେଡ଼ିକାଲ ସାମଗ୍ରୀ ପହଞ୍ଚା ଯାଇଛି ।

ଏହି ସହଯୋଗ ଗୌହାଟୀ, ଦିବ୍ରୁଗଡ଼, ଅଗରତାଲା, ଆଇଜଲ, ଦୀମାପୁର, ଇମ୍ଫାଲ, ଜୋରହାଟ, ଲେଙ୍ଗପୁଇ, ମହୀଶୂର, କୋଇମ୍ବାଟୁର, ତ୍ରିଭେନ୍ଦ୍ରମ୍‌, ଭୁବନେଶ୍ୱର, ରାୟପୁର, ରାଞ୍ଚି, ଶ୍ରୀନଗର, ପୋର୍ଟ ବ୍ଲେୟାର, ପାଟନା, କୋଚିନ୍‌, ବିଜୟୱାଡ଼ା, ଅହମ୍ମଦାବାଦ, ଜମ୍ମୁ, କାର୍ଗିଲ, ଲଦାଖ, ଚଣ୍ଡୀଗଡ଼ ଓ ଗୋଆରେ ମଧ୍ୟ ଚିକିତ୍ସା ସାମଗ୍ରୀ ଓ ଔଷଧପତ୍ର ପହଞ୍ଚାଯାଇ ପାରିଛି ।

Total Kilometers covered -  1,32,029 Kms

Cargo load carried on 06.04.2020 -  15.54 Tons

Total cargo load carried till 06.04.2020 =

184.66 + 15.54 = 200.20 Tons

ଅନ୍ତରାଷ୍ଟ୍ରୀୟ ସ୍ତରରେ ସାଂଘାଇ ଏବଂ ଦିଲ୍ଲୀ ମଧ୍ୟରେ ଏକ ଏୟାର ବ୍ରିଜ୍‌ ସ୍ଥାପନ କରାଯାଇଛି । ଅପ୍ରେଲ 2, 2020 ଠାରୁ ଏୟାର ଇଣ୍ଡିଆ ତାର ପ୍ରଥମ କାର୍ଗୋ ବିମାନ ଏହି ପଥ ଦେଇ ଚଳାଚଳ ଆରମ୍ଭ କରିଛି ଏବଂ ଏବେସୁଦ୍ଧା ତାହା ମାଧ୍ୟମରେ 21 ଟନ୍‌ ମେଡ଼ିକାଲ ସାମଗ୍ରୀ ଭାରତକୁ ଆଣିଛି । ହଂକଂକୁ ମଧ୍ୟ ଏହି ବ୍ରିଜ୍‌ ମାଧ୍ୟମରେ ଏକ ଉଡ଼ାଣ ହୋଇଛି । କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ସକାଶେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣ ଆମଦାନି ସକାଶେ  ଏୟାର ଇଣ୍ଡିଆ ଚୀନକୁ ତାର ନିୟମିତ ଉଡ଼ାଣ ଜାରି ରଖିବ ।

ଘରୋଇ ଅପରେଟର, ଯଥା, ବ୍ଲୁ ଡାର୍ଟ, ସ୍ପାଇସ୍‌ ଜେଟ୍‌ ଏବଂ ଇଣ୍ଡିଗୋ ସେମାନଙ୍କର କାର୍ଗୋ ବିମାନ ଉଡ଼ାଣ ବ୍ୟବସାୟିକ ଭିତ୍ତିରେ ଜାରି ରଖିଛନ୍ତି ଓ ଦେଶର ବିଭିନ୍ନ ଭାଗରେ ଆବଶ୍ୟକ ମୁତାବକ ମେଡ଼ିକାଲ ଉପକରଣ ଓ ଔଷଧ ପହଞ୍ଚାଉଛନ୍ତି ।

 

**********

 



(Release ID: 1612115) Visitor Counter : 168