ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କୋଭିଡ-19 କାଳରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନେଇ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗଙ୍କ ମାର୍ଗଦର୍ଶିକା

Posted On: 06 APR 2020 3:21PM by PIB Bhubaneshwar

କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’ଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି କୋଭିଡ-19 ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ।

1.     ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ହେଲ୍ପଲାଇନ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଗୁଡିକ ନିୟମିତ ଭାବେ ନଜରରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

2.     ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ, ପତ୍ରାଚାର ଓ ନିବେଦନ ଜରିଆରେ ଶାନ୍ତ ଓ ମାନସିକ ଚାପ ମୁକ୍ତ ରହିବା ପାଇଁ କୁହାଯାଇଛି ଏହା ଟେଲିଫୋନ, ଇ-ମେଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ କରାଯାଇପାରିବ ।

3.     ଛାତ୍ରାବାସର ୱାଡେନ ବା ବରିଷ୍ଠ ଅଧ୍ୟାପକଙ୍କ ନେତୃତ୍ଵରେ କୋଭିଡ-19 ହେଲ୍ପ ଗ୍ରୁପ ଗଠନ କରାଯାଇ ତୁରନ୍ତ ସାହାଯ୍ୟ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ

4.     କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ https://www.mohfw.gov.in/ ରେ ଉପଲବ୍ଧ ଭିଡିଓ ଲିଙ୍କ ବା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ୱେବସାଇଟ ସହିତ ଇ-ମେଲ, ଫେସବୁକ, ୱାଟସଅପ ଜରିଆରେ ସଂଶ୍ଳିଷ୍ଟ ହେବା

ମାନସିକ ସ୍ୱାସ୍ଥ୍ୟ ଯତ୍ନର ସମ୍ଭାବ୍ୟ ସମାଧାନ

https://www.youtube.com/watch?v=uHB3WJsLJ8s&feature=youtu.be

କୋଭିଡ-19 କାଳରେ ସ୍ଵାସ୍ଥ୍ୟ ରକ୍ଷା   

https://www.mohfw.gov.in/pdf/MindingourmindsduringCoronaeditedat.pdf

କୋଭିଡ-19 କାଳରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମତାମତ

https://www.youtube.com/watch? v=iuKhtSehp24&feature=youtu.be

ବ୍ୟବହାରିକ ସ୍ୱାସ୍ଥ୍ୟ : ସାଇକୋ ସାମାଜିକ ଟୋଲ ଫ୍ରି ହେଲ୍ପ ଲାଇନ - 0804611007

ଏହି ସମସ୍ତ ନିୟମାବଳିକୁ କଡାକଡି ଭାବରେ ଲାଗୁ କରି ଏ ସଂକ୍ରାନ୍ତ ବିବରଣୀ ୟୁଜିସି ପୋର୍ଟାଲ ugc.ac.in/uamp ମାଧ୍ୟମରେ ନିୟମିତ ଭାବେ ପଠାଇବା ପାଇଁ କୁହାଯାଇଛି  

 

**********



(Release ID: 1611764) Visitor Counter : 206