ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 04 APR 2020 10:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ ରାଷ୍ଟ୍ରପତି ମହାମାନ୍ୟ ଜାୟର ମେସିଆସ ବୋଲସୋନାରୋଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । କୋଭିଡ-19 ମହାମାରୀ ସଂକ୍ରମଣ ଯୋଗୁ ବିଶ୍ୱ ସ୍ଥିତି ନେଇ ଉଭୟ ନେତା ଆଲୋଚନା କରିଥିଲେ ।

କୋଭିଡ-19 ଯୋଗୁ ବ୍ରାଜିଲରେ ହୋଇଥିବା ଜନଜୀବନ ହାନି ନେଇ ପ୍ରଧାନମନ୍ତ୍ରୀ ନିଜର ସମବେଦନା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏଭଳି ସମୟରେ ବନ୍ଧୁବତ୍ସଳ ବ୍ରାଜିଲ ବାସୀଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ରହିଛି ।

ଉଭୟ ନେତା ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ କୋଭିଡ-19 ଦ୍ୱାରା ସୃଷ୍ଟ ତୀବ୍ର ସଙ୍କଟର ମୁକାବିଲା ନେଇ ଘନିଷ୍ଠ ସହଭାଗୀତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କୋଭିଡ ପରବର୍ତ୍ତୀ ବିଶ୍ୱ ପାଇଁ ଏକ ନୂଆ ମାନବ-କୈନ୍ଦ୍ରିକ ଉଦାରୀକରଣ ବିଚାରର ଆବଶ୍ୟକତା ରହିଛି ବୋଲି ସେମାନେ ସହମତ ହୋଇଥିଲେ ।

ବର୍ତ୍ତମାନର କଷ୍ଟକର ସମୟରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କୋଭିଡ-19 ପରିସ୍ଥିତି ଓ ଏହାଯୋଗୁ ସୃଷ୍ଟି ଆହ୍ୱାନର ମୁକାବିଲା ଉଦ୍ଦେଶ୍ୟରେ ଉଭୟ ଦେଶର ଅଧିକାରୀ ନିୟମିତ ଯୋଗାଯୋଗରେ ରହିବେ ବୋଲି ସେମାନେ ସହମତ ହୋଇଥିଲେ ।

ଚଳିତ ବର୍ଷ ଭାରତର 70ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ପାଇଁ ପୁନଃ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଭାରତ-ବ୍ରାଜିଲ ବନ୍ଧୁତାର ସୁଦୃଢ଼ତା ପାଇଁ ଖୁସି ବ୍ୟକ୍ତ କରିଥିଲେ । ଗତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ନେତୃତ୍ୱ ପାଇଁ ସେ ବ୍ରାଜିଲକୁ ଧନ୍ୟବାଦ ଜଣାଇଥିଲେ ।

 

**********



(Release ID: 1611309) Visitor Counter : 183