ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 04 APR 2020 9:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । କୋଭିଡ-19 ମୁକାବିଲା କ୍ଷେତ୍ରରେ ଦୁଇ ନେତା ନିଜ ନିଜର ମତ ବିନିମୟ କରିବା ସହ ବିଶ୍ୱ କଲ୍ୟାଣ ତଥା ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ।

ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପୀଡ଼ିତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ସମ୍ପର୍କକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱ ସଙ୍କଟର ମୁକାବିଲା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ଭାରତର ଦୃଢ ସମର୍ଥନ ରହିଛି ।

ଦୁଇ ନେତା ଭାରତ-ଆମେରିକା ଭାଗିଦାରୀର ସମସ୍ତ ଶକ୍ତି ବିନିଯୋଗ କରି କୋଭିଡ-19ର ମୁକାବିଲାକୁ ସଂକଳ୍ପବଦ୍ଧ ତଥା ପ୍ରଭାବଶାଳୀ ଢଙ୍ଗରେ କରିବେ ।

ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ନିଜ ଦେଶର ସ୍ୱାସ୍ଥ୍ୟ ଓ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଓ ଆମେରିକାର ରାଷ୍ଟ୍ରପତି ନେଇଥିବା ପଦକ୍ଷେପ ସମ୍ପର୍କରେ ପରସ୍ପର ସହ ବାର୍ତ୍ତା ବିନିମୟ କରିଥିଲେ ।

ସଙ୍କଟପୂର୍ଣ୍ଣ ସ୍ଥିତିରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଯୋଗଭ୍ୟାସ ଓ ଆୟୁର୍ବେଦ (ପାରମ୍ପରିକ ଭାରତୀୟ ହର୍ବାଲ ଔଷଧ)ର ଗୁରୁତ୍ୱ ସମ୍ପର୍କରେ ଦୁଇ ନେତା ଆଲୋଚନା କରିଥିଲେ ।

ସାରା ବିଶ୍ୱରେ ଦେଖା ଦେଇଥିବା କୋଭିଡ-19 ସଙ୍କଟର ମୁକାବିଲା ପାଇଁ ଦୁଇ ଦେଶର ଅଧିକାରୀ ଯୋଗାଯୋଗରେ ରହିବେ ବୋଲି ଉଭୟେ ରାଜି ହୋଇଛନ୍ତି ।

 

**********

 

 



(Release ID: 1611255) Visitor Counter : 199