ଶକ୍ତି ମନ୍ତ୍ରଣାଳୟ

ଏପ୍ରିଲ 5 ରାତି 9ଟାରେ ସାମୁହିକ ଭାବେ ଲାଇଟ ବନ୍ଦ କରାଯିବା ସମୟରେ ଗ୍ରିଡର ସ୍ଥିରତା ଦିଗରେ ଯଥେଷ୍ଟ ବ୍ୟବସ୍ଥା ଓ ପୂର୍ବପ୍ରସ୍ତୁତି କରାଯାଇଛି

प्रविष्टि तिथि: 04 APR 2020 3:56PM by PIB Bhubaneshwar

ଏପ୍ରିଲ 5 ତାରିଖ ରାତି 9:00 ଟାରୁ 9:09 ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି କେତେକ କ୍ଷେତ୍ରରେ ଆଶଙ୍କା କରାଯାଉଛି ଯେ ଏହାଦ୍ଵାରା ବିଦ୍ୟୁତ ଗ୍ରୀଡରେ ଅସ୍ଥିରତା ଏବଂ ଭୋଲଟେଜ ହ୍ରାସବୃଦ୍ଧି ଯୋଗୁ ବୈଦ୍ୟୁତିକ ଉପକରଣ ଖରାପ ହୋଇଯିବ ମାତ୍ର ଏପରି ଆଶଙ୍କା ଅମୂଳକ ଭାରତୀୟ ବୈଦ୍ୟୁତିକ ଗ୍ରୀଡ ଅତ୍ୟନ୍ତ ସୁଦୃଢ଼ ତଥା ସ୍ଥିର ବିଦ୍ୟୁତ ଚାହିଦା ହ୍ରାସ ଏବଂ ବୃଦ୍ଧି ଲାଗି ଯଥେଷ୍ଟ ବ୍ୟବସ୍ଥା ଏବଂ ପୂର୍ବପ୍ରସ୍ତୁତି କରାଯାଇଛି ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ନିଆଯାଇପାରେ:

ପ୍ରଧାନମନ୍ତ୍ରୀ କେବଳ ଜନସାଧାରଣଙ୍କୁ ସେମାନଙ୍କର ଘରର ଲାଇଟ ଏପ୍ରିଲ 5 ତାରିଖ ରାତି 9ଟାଠାରୁ 9ଟା 9 ମିନିଟ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି ଷ୍ଟ୍ରିଟ ଲାଇଟ କିମ୍ବା କମ୍ପ୍ୟୁଟର, ଟିଭି, ଫ୍ୟାନ, ରେଫ୍ରିଜରେଟର ଏବଂ ଏସି ଭଳି ଘରେ ଥିବା ଅନ୍ୟ ବୈଦ୍ୟୁତିକ ଉପକରଣ ବନ୍ଦ କରିବା ଲାଗି କୁହାଯାଇନାହିଁ କେବଳ ଲାଇଟଗୁଡ଼ିକୁ ସୁଇଚ ଅଫ କରାଯିବ ଡାକ୍ତରଖାନା, ସାର୍ବଜନୀନ ସଂସ୍ଥାନ, ପୌରପାଳିକା ସେବା କାର୍ଯ୍ୟାଳୟ, ଅଫିସ, ପୋଲିସ ଷ୍ଟେସନ, ଉତ୍ପାଦନ କାରଖାନା ଆଦି ଜରୁରି ସେବା ପ୍ରତିଷ୍ଠାନରେ ଲାଇଟ ଜଳିବ ପ୍ରଧାନମନ୍ତ୍ରୀ କେବଳ ନିଜ ଘର ଲାଇଟ ବନ୍ଦ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରିଟ ଲାଇଟ ଜଳାଇ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦିଆଯାଉଛି।

 

************

 


(रिलीज़ आईडी: 1611151) आगंतुक पटल : 281
इस विज्ञप्ति को इन भाषाओं में पढ़ें: Assamese , हिन्दी , Marathi , Punjabi , Gujarati , Telugu , Bengali , English , Urdu , Tamil , Kannada , Malayalam