ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

Posted On: 02 APR 2020 5:39PM by PIB Bhubaneshwar

ଦେଶରେ କୋଭିଡ-19ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଭାରତ ସରକାର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଏସବୁ ପଦକ୍ଷେପକୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଜିଲ୍ଲାସ୍ତରରେ ସଂକଟ ମୁକାବିଲା କରିବା ଏବଂ ପରୀକ୍ଷଣ, ସଙ୍ଗରୋଧ ଏବଂ ଏକାନ୍ତବାସ ସୁବିଧା କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିଲା ରାଜ୍ୟଗୁଡ଼ିକୁ ଚିକିତ୍ସା ସେବା ମାନବ ସମ୍ବଳ ବୃଦ୍ଧି ନିମନ୍ତେ ଅନୁରୋଧ କରାଯାଇଥିଲା ଆଗଧାଡ଼ିର ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ଅନଲାଇନ ତାଲିମ ବ୍ୟବସ୍ଥା କରିବା ଘରୋଇ ଏବଂ ସରକାରୀ ଡାକ୍ତରଖାନାର ଅବସରପ୍ରାପ୍ତ ସ୍ଵାସ୍ଥ୍ୟ କର୍ମଚାରୀ, ଏନଜିଓ, ଏନଏସଏସ ଏବଂ ଏନଏସଓ ଗୁଡ଼ିକରୁ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରିବା ନିମନ୍ତେ କୁହାଯାଇଥିଲା

ଲକଡାଉନ ଏବଂ ସାମାଜିକ ଦୂରତ୍ଵ ରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ସମ୍ପ୍ରସାରିତ ନିରୀକ୍ଷଣ ବ୍ୟବସ୍ଥା, ବ୍ୟାପକ ଭାବେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା, ବିଶେଷ କରି ପ୍ରବାସୀ ଶ୍ରମିକ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ନଜର ରଖିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରାଯାଇଥିଲା ରାଜ୍ୟଗୁଡ଼ିକ ପକ୍ଷରୁ ଆହୁରି ମଧ୍ୟ ସୂଚୀତ କରାଯାଇଥିଲା ଯେ ରିଲିଫ କ୍ୟାମ୍ପଗୁଡ଼ିକରେ ମାନସିକ-ସାମାଜିକ ସହାୟତା ଏବଂ ଜରୁରି ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯାଇଛି ସମର୍ପିତ କୋଭିଡ-19 ହସ୍ପିଟାଲ, ଆଇସିୟୁ ବେଡ, ସଙ୍ଗରୋଧ ସୁବିଧା, ଭେଣ୍ଟିଲେଟର, ପିପିଇ ଆଦି ବ୍ୟବସ୍ଥା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ରାଜ୍ୟଗୁଡ଼ିକ ମଧ୍ୟ ସୂଚନା ଦେଇଥିଲେ

ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଫେକ ନ୍ୟୁଜ (ମିଛ ଖବର) ପ୍ରସାର ରୋକିବା ଦିଗରେ ମାନନୀୟ ସୁପ୍ରିମକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ଏହାଛଡ଼ା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ରୋଗୀଙ୍କ ଲାଗି ଡାଏଲିସିସର ଗାଇଡଲାଇନ ଜାରି କରାଯାଇଛି ଏହା ୱେବସାଇଟ   www.mohfw.gov.in. ରେ ଉପଲବ୍ଧ ରହିଛି

କୋଭିଡ-19 ସଂକ୍ରମଣ କାରଣରୁ ବୟସ୍କ ନାଗରିକ ଏବଂ ପିଲାମାନଙ୍କ ଠାରେ ଦେଖାଦେଇଥିବା ଭୟ ଏବଂ ମାନସିକ ଚାପ ଦୂର କରିବା ଲାଗି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମାନସିକ ସ୍ଵାସ୍ଥ୍ୟ ଏବଂ ସ୍ନାୟୁ ବିଜ୍ଞାନ ସଂସ୍ଥାନ (ନିମହାସ)ର ସହାୟତାରେ ସାଧାରଣ ଜନସ୍ଵାସ୍ଥ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି ଯାହାକି   www.mohfw.gov.in/ ୱେବସାଇଟରେ ଉପଲବ୍ଧ ରହିଛି ମାନସିକ-ସାମାଜିକ ପରାମର୍ଶ ଲାଗି ଏକ ଶୁଳ୍କମୁକ୍ତ ସହାୟତା ଫୋନ ନଂ  08046110007 ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି ଏଥିରେ ବ୍ୟବହାରଗତ ସ୍ଵାସ୍ଥ୍ୟ ସଂକ୍ରାନ୍ତରେ ସୃଷ୍ଟି ହେଉଥିବା ସନ୍ଦେହର ସମାଧାନ କରାଯିବ

ବର୍ତ୍ତମାନ ସୁଦ୍ଧା 1965ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ 50 ଜଣ ପ୍ରାଣ ହରାଇଛନ୍ତି ବିଗତ 24 ଘଣ୍ଟା ମଧ୍ୟରେ 328ଟି ମାମଲା ସାମ୍ନାକୁ ଆସିଥିବା ବେଳେ 12 ଜଣଙ୍କର ପ୍ରାଣହାନି ଘଟିଛି ବର୍ତ୍ତମାନ ସୁଦ୍ଧା 151 ଜଣ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରମାଣଯୋଗ୍ୟ ଏବଂ ସଦ୍ୟତମ ସୂଚନା, ବୈଷୟିକ ପ୍ରସଙ୍ଗ, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ଦୟାକରି  https://www.mohfw.gov.in/  ୱେବସାଇଟ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]in ରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି

 

**********

 



(Release ID: 1610493) Visitor Counter : 225