ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍କାଇରୁଟ୍ ଏରୋସ୍ପେସ୍‌ର ପୱନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2026 10:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜଣାଇଛନ୍ତି ଯେ ସେ ‘ସ୍କାଇରୁଟ୍ ଏରୋସ୍ପେସ୍‌’ର ପୱନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କ ସହିତ ଏକ ଉତ୍ତମ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଅନ୍ୟାନ୍ୟ ଅନେକ ପ୍ରମୁଖ ବିଷୟ ସହିତ ‘ବିକ୍ରମ-୧’ ର ସଫଳତା ସେମାନଙ୍କ ଆଲୋଚନାର ଏକ ପ୍ରମୁଖ ଅଂଶ ଥିଲା । ସେମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଏବଂ ଭବିଷ୍ୟତ ପାଇଁ ଥିବା ଦୃଷ୍ଟିକୋଣ ବିଷୟରେ ଜାଣି ସେ ଖୁସି ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କର ଉତ୍ସାହ, ମହତ୍ୱାକାଂକ୍ଷା ଏବଂ ସକରାତ୍ମକ ମନୋଭାବ ଆମର ପ୍ରାଇଭେଟ୍ ସ୍ପେସ ଇକୋସିଷ୍ଟମର ଜୀବନ୍ତ ଭାବନାକୁ ପ୍ରତିଫଳିତ କରେ ଏବଂ ସେ ସମଗ୍ର ‘ସ୍କାଇରୁଟ୍‌’ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସ୍କାଇରୁଟ ଏରୋସ୍ପେସ୍‌ର ପୱନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କ ସହ ଏକ ଉତ୍ତମ ଆଲୋଚନା ହେଲା ।

ଅନ୍ୟାନ୍ୟ ଅନେକ ଆକର୍ଷଣୀୟ ବିଷୟ ସହିତ ‘ବିକ୍ରମ-୧’ର ସଫଳତା ଆମ ଆଲୋଚନାର ଏକ ପ୍ରମୁଖ ଅଂଶ ଥିଲା । ସେମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତର ଯାତ୍ରା ଏବଂ ଭବିଷ୍ୟତ ପାଇଁ ଥିବା ଦୃଷ୍ଟିକୋଣ ବିଷୟରେ ଜାଣି ଖୁସି ଲାଗିଲା । ସେମାନଙ୍କର ଉତ୍ସାହ, ମହତ୍ୱାକାଂକ୍ଷା ଏବଂ ସକାରାତ୍ମକ ମନୋଭାବ ଆମର ପ୍ରାଇଭେଟ୍ ସ୍ପେସ୍ ଇକୋସିଷ୍ଟମର ଜୀବନ୍ତ ଭାବନାକୁ ପ୍ରତିଫଳିତ କରେ ।

ସମଗ୍ର ସ୍କାଇରୁଟ ଦଳକୁ ଶୁଭେଚ୍ଛା ।”

 

SR

 

 


(ରିଲିଜ ଆଡି: 2290560) ପରିଦର୍ଶକ କାଉଣ୍ଟର : 20