ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦ୍ୱିପାକ୍ଷିକ ସମ୍ପର୍କର ଐତିହାସିକ ମାଇଲଖୁଣ୍ଟ ଭାବରେ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 17 JUN 2026 10:03PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ୧୫ ଜୁଲାଇ ୨୦୨୬ରେ କାର୍ଯ୍ୟକାରୀ ହେବା ନେଇ ଖୁସି ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଚୁକ୍ତିନାମା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ।

ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଚୁକ୍ତିନାମା ଭାରତୀୟ କୃଷକ, ଶ୍ରମିକ, ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ ଏବଂ ନବସୃଜନକାରୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ତଥା ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଏଭିଏନ ଆସିଥିବା ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏବଂ ସେ ଭାରତ-ୟୁକେ ଅର୍ଥନୈତିକ ସମ୍ପର୍କର ଏହି ନୂତନ ଦିଗ ଉପରେ ବହୁତ ଖୁସି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଭାରତ-ୟୁକେ ସମ୍ପର୍କ ପାଇଁ ଐତିହାସିକ ମାଇଲଖୁଣ୍ଟ ।

ଏହା ଜାଣି ଖୁସି ହେଲି ଯେ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ୧୫ ଜୁଲାଇ ୨୦୨୬ରେ କାର୍ଯ୍ୟକାରୀ ହେବ ।

ଏହି ଚୁକ୍ତିନାମା ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ।

ଏହା ଭାରତୀୟ କୃଷକ, ଶ୍ରମିକ, ଏମଏସଏମଇ, ଷ୍ଟାଟଅପ ଏବଂ ନବସୃଜନକାରୀଙ୍କ ପାଇଁ ଅନେକ ସୁଯୋଗ ମଧ୍ୟ ଖୋଲିବ ତଥା ‘ବିକଶିତ ଭାରତ ୨୦୪୭’କୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଜି୭ ଶିଖର ସମ୍ମିଳନୀ ପାଇଁ ଏଭିଏନରେ ଥିବା ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ମୁଁ ଉଭୟ ଆମର ଆର୍ଥିକ ସମ୍ପର୍କରେ ଯୋଡି ହୋଇଥିବା ଏହି ନୂତନ ଅଧ୍ୟାୟ ଯୋଗୁଁ ବହୁତ ଖୁସି ।

@Keir_Starmer”

 

SR


(रिलीज़ आईडी: 2275021) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam