ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦ବର୍ଷ ବୟସରୁ କମ୍‍ ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ୧୯ଟି ପଦକ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUN 2026 12:47PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦ବର୍ଷରୁ କମ୍‍ ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଚାମ୍ପିଅନସିପରେ ୧୦ଟି ସ୍ୱର୍ଣ୍ଣ ପଦକ ସମେତ ୧୯ଟି ପଦକ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଫଳତା ଭାରତର ଯୁବ କ୍ରୀଡ଼ାବିତମାନଙ୍କ ଦୃଢ଼ ସଂକଳ୍ପ ଏବଂ ଉତ୍କର୍ଷକୁ ପ୍ରତିଫଳିତ କରୁଛି।

ଏହି ସଫଳତା ଆଗାମୀ ବର୍ଷଗୁଡ଼ିକରେ ଆହୁରି ଅନେକ ଯୁବ ଭାରତୀୟଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"୨୦ ବର୍ଷରୁ କମ୍‍ ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ୧୦ ଟି ସ୍ୱର୍ଣ୍ଣ ସମେତ ୧୯ ଟି ପଦକ ଜିତିଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଭାରତର ଯୁବ କ୍ରୀଡ଼ାବିତମାନଙ୍କ ଦୃଢ଼ ସଂକଳ୍ପ ଏବଂ ଉତ୍କର୍ଷକୁ ପ୍ରତିଫଳିତ କରୁଛି। ଏହି ସଫଳତା ଆଗାମୀ ବର୍ଷଗୁଡ଼ିକରେ ଆହୁରି ଅନେକ ଯୁବ ଭାରତୀୟଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରୁ । "

HS


(रिलीज़ आईडी: 2267793) आगंतुक पटल : 19
इस विज्ञप्ति को इन भाषाओं में पढ़ें: Marathi , Tamil , Telugu , Kannada , Malayalam , Assamese , Bengali , Bengali-TR , English , Urdu , हिन्दी , Manipuri , Punjabi , Gujarati