ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ନିଆଯାଉଥିବା ପଦକ୍ଷେପର ସମୀକ୍ଷା ନିମନ୍ତେ ଆୟୋଜିତ ସିସିଏସ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
ପୋଷ୍ଟ କରାଯିବା ଦିନାଙ୍କ:
01 APR 2026 10:04PM by PIB Bhubaneswar
- କୃଷି, ସାର, ଜାହାଜ ଚଳାଚଳ, ବିମାନ ଚଳାଚଳ, ଲଜିଷ୍ଟିକ୍ସ ଏବଂ ଏମଏସଏମଇ କ୍ଷେତ୍ରରେ ସୃଷ୍ଟିହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ହ୍ରାସ କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା
- ଅତ୍ୟାବଶ୍ୟକ ସାମଗ୍ରୀର ସ୍ଥିର ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ଏଲପିଜି ଏବଂ ଏଲଏନଜି ଯୋଗାଣରେ ବିବିଧତା, ଇନ୍ଧନ ଉପରୁ ଶୁଳ୍କ ହ୍ରାସ ଏବଂ ବିଦ୍ୟୁତ କ୍ଷେତ୍ରର ପଦକ୍ଷେପଗୁଡ଼ିକର ସମୀକ୍ଷା
- ପ୍ରାଥମିକ ସାମଗ୍ରୀର ମୂଲ୍ୟ ସ୍ଥିର କରିବା ଏବଂ ମହଜୁଦକାରୀ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି
- ମୂଲ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅନୁପାଳନ ଉପରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିରନ୍ତର ତଦାରଖ ଏବଂ ପାରସ୍ପରିକ କ୍ରିୟା ପାଇଁ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି
- ସାର ଯୋଗାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ୟୁରିଆ ଉତ୍ପାଦନ ବଜାୟ ରଖିବା ଏବଂ ଡିଏପି/ଏନପିକେଏସ ଯୋଗାଣ ଲାଗି ବିଦେଶୀ ଯୋଗାଣକାରୀଙ୍କ ସହ ସମନ୍ୱୟ ଭଳି ପାଇଁ ଅନେକ ପ୍ରୟାସ କରାଯାଉଛି
- ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଦେଶରେ ସାରର ଉପଲବ୍ଧତା ସମୀକ୍ଷା କରିବା ସହ ଖରିଫ ଏବଂ ରବି ଋତୁରେ ଏହାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି
- ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ସଂଘର୍ଷର ପ୍ରଭାବରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରାଯିବା ଉଚିତ
- ବିଭ୍ରାନ୍ତିକର ସୂଚନା ଏବଂ ଗୁଜବ ପ୍ରସାରକୁ ରୋକିବା ପାଇଁ ଜନସାଧାରଣଙ୍କ ନିକଟରେ ପ୍ରାମାଣିକ ସୂଚନା ଠିକ ସମୟରେ ଓ ସହଜରେ ପହଞ୍ଚିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
- ଦେଶରେ ପର୍ଯ୍ୟାପ୍ତ ପରିମାଣର କୋଇଲା ମହଜୁଦ ଅଛି ଯାହା ଆଗାମୀ ମାସଗୁଡ଼ିକରେ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଲୋକ କଲ୍ୟାଣ ମାର୍ଗରେ ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍)ର ଏକ ସ୍ୱତନ୍ତ୍ର ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ସେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଏବଂ ନିଆଯିବାକୁ ଥିବା ଅନ୍ୟ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏହା ଏହି ପ୍ରସଙ୍ଗରେ ଦ୍ୱିତୀୟ ସ୍ୱତନ୍ତ୍ର ସିସିଏସ୍ ବୈଠକ ଥିଲା।
ବୈଠକରେ କ୍ୟାବିନେଟ ସଚିବ ପେଟ୍ରୋଲିୟମ ଉତ୍ପାଦ, ବିଶେଷକରି ଏଲଏନଜି / ଏଲପିଜିର ପର୍ଯ୍ୟାପ୍ତ ଯୋଗାଣ ଏବଂ ପର୍ଯ୍ୟାପ୍ତ ବିଦ୍ୟୁତ୍ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ବିଭିନ୍ନ ଦେଶରୁ ନୂତନ ପ୍ରବାହ ସହିତ ଏଲପିଜି ଯୋଗାଣ ଉତ୍ସଗୁଡ଼ିକୁ ବିବିଧ କରାଯାଉଛି। ସେହିପରି, ବିଭିନ୍ନ ଦେଶରୁ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲଏନଜି) ମଧ୍ୟ ସଂଗ୍ରହ କରାଯାଉଛି। ସେ ଆହୁରି ସୂଚନା ଦେଇଥିଲେ ଯେ ଘରୋଇ ଗ୍ରାହକଙ୍କ ପାଇଁ ଏଲପିଜିର ମୂଲ୍ୟ ସ୍ଥିର ରହିଛି ଏବଂ ଏଲପିଜିର ମହଜୁଦ ଏବଂ କଳାବଜାରୀକୁ ରୋକିବା ପାଇଁ ନିୟମିତ ଭାବରେ ପରିବର୍ତ୍ତନ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ପାଇପ୍ ପ୍ରାକୃତିକ ଗ୍ୟାସ ସଂଯୋଗ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ୭-୮ ଗିଗାଓ୍ବାଟ୍ କ୍ଷମତା ବିଶିଷ୍ଟ ଗ୍ୟାସ୍-ଚାଳିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଗ୍ୟାସ ପୁଲିଂ ମେକାନିଜିମରୁ ମୁକ୍ତ କରିବା ଏବଂ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଅଧିକ କୋଇଲା ପହଞ୍ଚାଇବା ନିମନ୍ତେ ରେକ୍ ସଂଖ୍ୟା ବୃଦ୍ଧି କରିବା ଭଳି ପଦକ୍ଷେପ ମଧ୍ୟ ନିଆଯାଇଛି।
ଏହା ସହିତ, କୃଷି, ବେସାମରିକ ବିମାନ ଚଳାଚଳ, ଜାହାଜ ଚଳାଚଳ ଏବଂ ଲଜିଷ୍ଟିକ୍ସ ଭଳି ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ବଢିଚାଲିଥିବା ଆହ୍ବାନର ମୁକାବିଲା ପାଇଁ ଗ୍ରହଣ କରାଯିବାକୁ ପ୍ରସ୍ତାବିତ ପଦକ୍ଷେର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ୟୁରିଆ ଉତ୍ପାଦନ ସ୍ଥିର ରଖିବା, ଡିଏପି/ଏନପିକେଏସ ଯୋଗାଣକାରୀଙ୍କ ପାଇଁ ବିଦେଶୀ ଯୋଗାଣ ସହିତ ସମନ୍ୱୟ ରଖିବା ଭଳି ବିଭିନ୍ନ ପ୍ରୟାସ କରାଯାଉଛି, ଯେପରିକି ସାର ଯୋଗାଣ ସୁନିଶ୍ଚିତ ହୋଇପାରିବ। ରାଜ୍ୟ ସରକାରଙ୍କୁ ନିୟମିତ ସତର୍କ ଦୃଷ୍ଟି, ଚଢାଉ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ କଳାବଜାରୀ, ମହଜୁଦ ଏବଂ ସାରର ବେଆଇନ ଚାଲାଣକୁରୋକିବା ପାଇଁ ଅନୁରୋଧ କରାଯାଉଛି।
ଗତ ଏକ ମାସ ମଧ୍ୟରେ ଖାଦ୍ୟ ସାମଗ୍ରୀର ଖୁଚୁରା ମୂଲ୍ୟ ସ୍ଥିର ରହିଛି। ମୂଲ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ନିରନ୍ତର ତଦାରଖ ଏବଂ ଯୋଗାଯୋଗ ପାଇଁ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। କୃଷି ଉତ୍ପାଦ, ପନିପରିବା ଏବଂ ଫଳର ମୂଲ୍ୟ ମଧ୍ୟ ତଦାରଖ କରାଯାଉଛି।
ବିଶ୍ୱ ସ୍ତରରେ ଶକ୍ତି, ସାର ଏବଂ ଅନ୍ୟାନ୍ୟ ଯୋଗାଣ ଶୃଙ୍ଖଳ ପାଇଁ ଆମର ଯୋଗାଣ ଉତ୍ସଗୁଡ଼ିକୁ ବିବିଧ କରିବା ପାଇଁ ପ୍ରୟାସ କରାଯାଉଛି। ଏହା ସହିତ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ପଦକ୍ଷେପ ସମେତ ନିରନ୍ତର କୂଟନୈତିକ ପ୍ରୟାସ କରାଯାଉଛି।
ବଢୁଥିବା ସଙ୍କଟ ମଧ୍ୟରେ ପ୍ରଭାବୀ ସୂଚନା ପ୍ରସାରଣ ଏବଂ ଜନସଚେତନତା ପାଇଁ କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଉନ୍ନତ ସମନ୍ୱୟ, ତୁରନ୍ତ ଯୋଗାଯୋଗ ଆଦି ବିଭିନ୍ନ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି।
ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ଆବଶ୍ୟକତା ପଡ଼ୁଥିବା ଜରୁରୀ ସାମଗ୍ରୀର ଉପଲବ୍ଧତା ସମୀକ୍ଷା କରିଥିଲେ। ସେ ଦେଶରେ ସାରର ଉପଲବ୍ଧତା ଏବଂ ଖରିଫ ଏବଂ ରବି ଋତୁରେ ଏହାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଏହି ସଂଘର୍ଷର ପ୍ରଭାବରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ଭୁଲ ସୂଚନା ଏବଂ ଗୁଜବ ପ୍ରସାରଣକୁ ବନ୍ଦ କରିବା ପାଇଁ ଜନସାଧାରଣଙ୍କ ନିକଟକୁ ପ୍ରାମାଣିକ ସୂଚନାର ସୁଗମ ପ୍ରବାହ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଜାରିରହିଥିବା ବିଶ୍ୱ ପରିସ୍ଥିତି ଦ୍ୱାରା ପ୍ରଭାବିତ ନାଗରିକ ଏବଂ କ୍ଷେତ୍ରଗୁଡ଼ିକର ସମସ୍ୟାର ସମାଧାନ ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
TKM
(ରିଲିଜ ଆଡି: 2249244)
ପରିଦର୍ଶକ କାଉଣ୍ଟର : 32
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam