ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ପୋରବନ୍ଦର ଠାରେ ଅନୁଷ୍ଠିତ ମାଧବପୁର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 MAR 2026 10:23AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୋରବନ୍ଦରରେ ଚାଲିଥିବା ମାଧବପୁର ମେଳା ପାଇଁ ଶୁଭେଚ୍ଛା ଜଣାଇଛନ୍ତିଶ୍ରୀ ମୋଦୀ କହିଛନ୍ତି ଯେ ଏହି ଭବ୍ୟ ଉତ୍ସବ ଆମର ଗୌରବମୟ ସଂସ୍କୃତିକୁ ଦର୍ଶାଉଛି ଏବଂ ଏହା ଗୁଜରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଚିରନ୍ତନ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରୁଛି। "ଏହି ପର୍ବ ବିବିଧ ପରମ୍ପରାକୁ ଏକତ୍ର କରିଥାଏ, ଯାହା 'ଏକ ଭାରତ, ଶ୍ରେଷ୍ଠ ଭାରତ" ପ୍ରକୃତ ଭାବନାକୁ ପ୍ରତିଫଳିତ କରିଥାଏମୁଁ ଲୋକମାନଙ୍କୁ ଏହି ମେଳା ପରିଦର୍ଶନ କରିବାକୁ ଆହ୍ୱାନ କରୁଛି! , ଶ୍ରୀ ମୋଦୀ କହିଥିଲେ

ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୦୨୨ 'ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମାଧବପୁର ମେଳା ଏବଂ ଆମ ସଂସ୍କୃତିରେ ଏହାର ଗୁରୁତ୍ୱ ବିଷୟରେ କହିଥିଲେ

ପ୍ରଧାନମନ୍ତ୍ରୀ 'ଏକ୍ସରେ ପୋଷ୍ଟ କରିଛନ୍ତି:

"ଗୁଜରାଟର ପୋରବନ୍ଦରରେ ଚାଲିଥିବା ମାଧବପୁର ମେଳା ପାଇଁ ମୋର ଶୁଭେଚ୍ଛା

ଏହି ଜୀବନ୍ତ ଉତ୍ସବ ଆମର ଗୌରବମୟ ସଂସ୍କୃତିକୁ ଦର୍ଶାଇଥାଏ ଏବଂ ଏହା ଗୁଜରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଚିରନ୍ତନ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିଥାଏ

ଏହି ପର୍ବ ବିବିଧ ପରମ୍ପରାକୁ ଏକତ୍ର କରିଥାଏ, ଯାହା 'ଏକ ଭାରତ, ଶ୍ରେଷ୍ଠ ଭାରତ ’ ପ୍ରକୃତ ଭାବନାକୁ ପ୍ରତିଫଳିତ କରିଥାଏମୁଁ ଲୋକମାନଙ୍କୁ ଏହି ମେଳା ପରିଦର୍ଶନ କରିବାକୁ ଆହ୍ୱାନ କରୁଛି!

"ଏପ୍ରିଲ୍ ୨୦୨୨ ର ମନ କି ବାତ୍‍ କାର୍ଯ୍ୟକ୍ରମରେ ମୁଁ ମାଧବପୁର ମେଳାର ଗୁରୁତ୍ୱ ଏବଂ ଆମ ସଂସ୍କୃତିରେ ଏହାର ପ୍ରଭାବ ବିଷୟରେ କହିଥିଲିଶୁଣନ୍ତୁ "

HS


(ରିଲିଜ ଆଡି: 2247514) ପରିଦର୍ଶକ କାଉଣ୍ଟର : 11