ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସହିଦ ଦିବସ ଅବସରରେ ଭଗତ୍ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 MAR 2026 8:29AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶହୀଦ ଦିବସ ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ୍ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ପାଇଁ ଏହି ପ୍ରତିଭାବାନ ବୀରମାନଙ୍କ ବଳିଦାନ ଭାରତର ସାମୂହିକ ସ୍ମୃତିରେ ଗଭୀର ଭାବେ ଲିପିବଦ୍ଧ ହୋଇ ରହିଛି, ଏବଂ ଉଲ୍ଲେଖ କରିଥିଲେ ଯେ କମ୍ ବୟସରେ ସେମାନେ ଭାରତର ସ୍ୱାଧୀନତା ପାଇଁ ଏକ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଔପନିବେଶିକ ଶାସନର ଶକ୍ତି ଦ୍ୱାରା ବିଚଳିତ ନହୋଇ, ସେମାନେ ଦୃଢ଼ ବିଶ୍ୱାସର ସହ ବଳିଦାନର ମାର୍ଗ ବାଛିଥିଲେ, ଦେଶକୁ ନିଜ ଜୀବନରୁ ଉର୍ଦ୍ଧ୍ବରେ ରଖିଥିଲେ, ଏବଂ ସେମାନଙ୍କର ନ୍ୟାୟ, ଦେଶପ୍ରେମ ଏବଂ ନିର୍ଭୀକ ପ୍ରତିରୋଧର ଆଦର୍ଶ ଆଜି ମଧ୍ୟ ଅସଂଖ୍ୟ ଭାରତୀୟଙ୍କ ଭାବନାକୁ ପ୍ରଜ୍ୱଳିତ କରୁଛି।
ପ୍ରଧାନମନ୍ତ୍ରୀ 'ଏକ୍ସ' ରେ ଲେଖିଥିଲେ:
"ଆଜି ଆମେ ଭାରତ ମାତାଙ୍କ ବୀର ପୁତ୍ର ଭଗତ୍ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ସମ୍ମାନର ସହ ପ୍ରଣାମ କରୁଛୁ। ଦେଶ ପାଇଁ ସେମାନଙ୍କର ବଳିଦାନ ଆମ ସାମୂହିକ ସ୍ମୃତିରେ ଲିପିବଦ୍ଧ ହୋଇ ରହିଛି।
କମ୍ ବୟସରେ ସେମାନେ ଅସାଧାରଣ ସାହସ ଏବଂ ଭାରତର ସ୍ୱାଧୀନତା ପାଇଁ ଏକ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। ଔପନିବେଶିକ ଶାସନର ଶକ୍ତି ଦ୍ୱାରା ବିଚଳିତ ନହୋଇ, ସେମାନେ ଦୃଢ଼ ବିଶ୍ୱାସର ସହ ବଳିଦାନର ପଥ ବାଛିଥିଲେ, ରାଷ୍ଟ୍ରକୁ ନିଜ ଜୀବନରୁ ଊର୍ଦ୍ଧ୍ବରେ ରଖିଥିଲେ। ସେମାନଙ୍କର ନ୍ୟାୟ, ଦେଶପ୍ରେମ ଏବଂ ନିର୍ଭୀକ ପ୍ରତିରୋଧର ଆଦର୍ଶ ଅଗଣିତ ଭାରତୀୟଙ୍କ ଭାବନାକୁ ପ୍ରଜ୍ୱଳିତ କରୁଛି ।
HS
(ରିଲିଜ ଆଡି: 2245577)
ପରିଦର୍ଶକ କାଉଣ୍ଟର : 11
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam