ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ଦିଲ୍ଲୀ–ମୁମ୍ବାଇ ଏକ୍ସପ୍ରେସୱେର ବଦନାୱାର–ତିମାରୱାନୀ ୪-ଲେନ୍ ସେକ୍ସନ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

प्रविष्टि तिथि: 10 MAR 2026 4:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଜାତୀୟ ରାଜପଥ-୭୫୨ଡି ଅନ୍ତର୍ଗତ ବଦନାୱାର-ପେଟଲାୱାଡ-ଥାଣ୍ଡଲା-ତିମାରୱାନୀ ଭାଗରୁ ୪ ଲେନ ବିଶିଷ୍ଟ ଏକ କରିଡର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି, ଯାହାର ଦୈର୍ଘ୍ୟ ୮୦.୪୫ କିଲୋମିଟର ଏବଂ ଏହାର ମୋଟ ପୁଞ୍ଜି ମୂଲ୍ୟ ୩୮୩୯.୪୨ କୋଟି ଟଙ୍କା। 

ଏହି ଅନୁମୋଦିତ କରିଡର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡି. ଏମ୍. ଇ.) ଠାରେ ଉଜ୍ଜୈନରୁ ତିମରାୱାନୀ ଅତିକ୍ରମ ସହିତ ସଂଯୋଗ ପ୍ରଦାନ କରିବ। 

ପ୍ରସ୍ତାବିତ ଚାରି ଲେନ ବିଶିଷ୍ଟ ପ୍ରକଳ୍ପ କରିଡରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭ୍ରମଣ ଦକ୍ଷତାରେ ଉନ୍ନତି ଆଣିବା ଏବଂ ଏହା ଯାତ୍ରା ସମୟକୁ ପ୍ରାୟ ଏକ ଘଣ୍ଟା ହ୍ରାସ କରିବ ବୋଲି ଆଶା କରାଯାଉଛି। ୭୦.୪୦ କି.ମି. ଦୈର୍ଘ୍ୟର ଉଜ୍ଜୟିନୀ-ବଦନାୱାର ସେକ୍ସନକୁ ପୂର୍ବରୁ ୨-ଲେନରୁ ୪-ଲେନକୁ ଉନ୍ନୀତ କରାଯାଇଛି। ବଦନାୱାର-ତିମାରୱାନୀ ଷ୍ଟ୍ରେଚର ମଧ୍ୟବର୍ତ୍ତୀ ଲେନ୍‍ (୫.୫ ମି)ର ଖରାପ ସଡକ (ଘଣ୍ଟା ପ୍ରତି ବେଗ ୨୦-୫୦ କିଲୋମିଟର) । ଏହି ସେକ୍ସନର ଉନ୍ନତିକରଣ ଦ୍ୱାରା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡି.ଏମ୍.ଇ.) ଠାରେ ଉଜ୍ଜୟିନୀରୁ ତିମରାୱାନୀ ଇଣ୍ଟରଚେଞ୍ଜ ପର୍ଯ୍ୟନ୍ତ ସିଧାସଳଖ ୪ ଲେନ ବିଶିଷ୍ଟ ସଂଯୋଗ ସମ୍ପୂର୍ଣ୍ଣ ହେବ, ଯାହାର ବେଗ ଘଣ୍ଟାପ୍ରତି ୮୦-୧୦୦ କିଲୋମିଟର ହେବ। 

ତିମାରୱାନୀ-ଥଣ୍ଡଲା-ପେଟଲାୱାଡ-ବଦନାୱାର-ଉଜ୍ଜୈନ କରିଡର ହେଉଛି ଗୁଜରାଟ ଏବଂ ମହାରାଷ୍ଟ୍ରରୁ ଉଜ୍ଜୟିନୀ ପର୍ଯ୍ୟନ୍ତ ଯାତାୟାତ ପାଇଁ ସବୁଠାରୁ ଛୋଟ ମାର୍ଗ। ତିମାରୱାନୀ-ବଦନାୱାର ସେକ୍ସନର ଉନ୍ନତିକରଣ ଆନ୍ତଃରାଜ୍ୟ ସଂଯୋଗକୁ ସୁଦୃଢ଼ କରିବ ଏବଂ ଟ୍ରାଫିକର ଦକ୍ଷ ଗତିବିଧିକୁ ସକ୍ଷମ କରିବ ଏବଂ ଏପ୍ରିଲ-୨୦୨୮ ରେ ସିଂହସ୍ଥ କୁମ୍ଭ ମେଳା ସମୟରେ ଟ୍ରାଫିକ ବୃଦ୍ଧିକୁ ମଧ୍ୟ ଦୃଷ୍ଟିରେ ରଖିବ। 

ବଦନାୱାର-ପେଟଲାୱାଡ ଥାଣ୍ଡଲା-ତିମାରୱାନୀ ସେକ୍ସନ ଧାର୍‍ ଏବଂ ଝାବୁଆ ଜିଲ୍ଲାର ଆଦିବାସୀ ଅଞ୍ଚଳ ଦେଇ ଗତି କରିଥାଏ। ନୀତି ଆୟୋଗର ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଧାର ଜିଲ୍ଲାର କିଛି ଅଂଶ ଅନ୍ତର୍ଭୁକ୍ତ । ଏହି ସେକ୍ସନର ଉନ୍ନତିକରଣ ଫଳରେ ଉଜ୍ଜୟିନୀ-ବଦନାୱାର-ତିମାରୱାନୀ କରିଡରରୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପର୍ଯ୍ୟନ୍ତ ସିଧାସଳଖ ଏବଂ ଦ୍ରୁତ ଯାତାୟତ ସୁବିଧା ଉପଲବ୍ଧ ହେବ। ଏହି ଉନ୍ନତ ସଂଯୋଗୀକରଣ ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ, କଞ୍ଚାମାଲ ଏବଂ ପ୍ରସ୍ତୁତ ସାମଗ୍ରୀର ଦକ୍ଷ ପରିବହନ ସହଜ ହେବ ଏବଂ ଇନ୍ଦୋର, ପିଥମପୁର, ଉଜ୍ଜୟିନୀ ଏବଂ ଦେୱାସରେ ଅବସ୍ଥିତ ଶିଳ୍ପ କେନ୍ଦ୍ର/ଏମ୍. ଏମ୍. ଏଲ୍. ପି. ଗୁଡ଼ିକୁ ପ୍ରବେଶ ସୁବିଧା ସୁଦୃଢ଼ ହେବ। 

ପ୍ରସ୍ତାବିତ ପ୍ରକଳ୍ପ ଉନ୍ନତ ସୁରକ୍ଷା ଏବଂ ନିରବଚ୍ଛିନ୍ନ ଟ୍ରାଫିକ୍ ଗତିବିଧି ପାଇଁ ଡିଜାଇନ୍ ହୋଇଥିବା ହାଇ ସ୍ପିଡ୍ ସଂଯୋଗ ପ୍ରଦାନ କରେ, ଯାତ୍ରା ସମୟ, ଭିଡ଼ ଏବଂ ପରିଚାଳନା ଖର୍ଚ୍ଚ ହ୍ରାସ କରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରକଳ୍ପ ଏହି ଅଞ୍ଚଳରେ ମୌଳିକ ଭିତ୍ତିଭୂମିକୁ ବୃଦ୍ଧି କରିବ, ଯାହା ମଧ୍ୟପ୍ରଦେଶ ରାଜ୍ୟର ଧାର ଏବଂ ଝାବୁଆ ଜିଲ୍ଲାର ସାମଗ୍ରିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିବ।

 

 

 

 


(रिलीज़ आईडी: 2237860) आगंतुक पटल : 39
इस विज्ञप्ति को इन भाषाओं में पढ़ें: Gujarati , Bengali , Bengali-TR , Telugu , English , Urdu , हिन्दी , Marathi , Assamese , Manipuri , Punjabi , Tamil , Kannada , Malayalam