ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଇଥିଓପିୟାର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 16 DEC 2025 11:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୬-୧୭ ତାରିଖ ୨୦୨୫ରେ  ଇଥିଓପିୟାକୁ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ କରୁଛନ୍ତି।  ଆଜି ଆଡିସ୍ ​​ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ, ଇଥିଓପିୟାର ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ-ଇଥିଓପିୟା ସହଭାଗୀତାକୁ ସୁଦୃଢ଼ ​​କରିବା ପାଇଁ ତାଙ୍କର ଅସାଧାରଣ ଯୋଗଦାନ ଏବଂ ଜଣେ ବିଶ୍ୱସ୍ତରୀୟ  ରାଜନେତା ଭାବରେ ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପାଇଁ  ଇଥିଓପିୟାର ସର୍ବୋଚ୍ଚ ପୁରସ୍କାର 'ଗ୍ରେଟ୍ ଅନର୍ ନିଶାନ୍ ଅଫ୍ ଇଥିଓପିୟା’ ରେ ସମ୍ମାନିତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ବିଶ୍ୱର ସବୁଠାରୁ ପ୍ରାଚୀନ ସଭ୍ୟତା ମଧ୍ୟରୁ ଗୋଟିଏରୁ ଏହି ପୁରସ୍କାର ଗ୍ରହଣ କରିବା ତାଙ୍କ ପାଇଁ ଏକ ସମ୍ମାନର ବିଷୟ ଏବଂ ସେ ଗଭୀର ନମ୍ରତା ଏବଂ କୃତଜ୍ଞତାର ସହିତ ସ୍ବିକାର  କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଏବଂ ଇଥିଓପିଆର ଜନସାଧାରଣଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଡକ୍ଟର ଆବିଙ୍କ ନେତୃତ୍ୱ ଏବଂ ଜାତୀୟ ଏକତା, ସ୍ଥିରତା ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ। ରାଷ୍ଟ୍ର ନିର୍ମାଣ ପାଇଁ ଜ୍ଞାନର ଗୁରୁତ୍ୱକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଇଥିଓପିୟାର ପ୍ରଗତି ଏବଂ ବିକାଶରେ ଯୋଗଦାନ ଦେବା ଭାରତୀୟ ଶିକ୍ଷକମାନଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାରକୁ, ସେ ସମସ୍ତ  ଭାରତୀୟ ଏବଂ ଇଥିଓପିୟାବାସୀଙ୍କୁ ଉତ୍ସର୍ଗ କରିଛନ୍ତି।  ଯେଉଁମାନେ ଯୁଗ ଯୁଗ ଧରି ଦ୍ୱିପାକ୍ଷିକ ସମ୍ପର୍କକୁ ପୋଷଣ କରିଛନ୍ତି ଏବଂ ଏହି ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗୁଁ  ସେ ୧୪୦ କୋଟି  ଭାରତୀୟଙ୍କ ପକ୍ଷରୁ ହୃଦୟର ସହିତ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ପୁରସ୍କାର ପ୍ରଦାନ ଭାରତ ଏବଂ ଇଥିଓପିୟା ମଧ୍ୟରେ ଘନିଷ୍ଠ ସହଭାଗୀତା ଏବଂ ବିଶ୍ୱ ଦକ୍ଷିଣର ସକାରାତ୍ମକ କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବାରେ ଏକ ମାଇଲଖୁଣ୍ଟ ହେବ । 

 

NS


(ରିଲିଜ ଆଡି: 2236987) ପରିଦର୍ଶକ କାଉଣ୍ଟର : 13