ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁଏତର କ୍ରାଉନ ପ୍ରିନ୍ସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
03 MAR 2026 6:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁଏତର କ୍ରାଉନ୍ ପ୍ରିନ୍ସ ଶେଖ ସେବାହ ଅଲ୍-ଖାଲିଦ ଅଲ୍-ହମଦ ଅଲ୍-ମୁବାରକ ଅଲ୍-ସବାହଙ୍କ ସହ ଏକ ଫଳପ୍ରଦ ଟେଲିଫୋନ ଆଲୋଚନା କରିଥିଲେ ।
ବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କୁଏତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ନିନ୍ଦା କରେ ଏବଂ ଏହି କଷ୍ଟକର ସମୟରେ କୁଏତର ଲୋକଙ୍କ ସହିତ ଠିଆ ହୋଇଛି ।
ଦୁଇ ନେତା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପନ କରିବାରେ ଆଲୋଚନା ଏବଂ କୂଟନୀତିର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ କୁଏତରେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବାରେ କୁଏତ ନେତୃତ୍ୱର ନିରନ୍ତର ସମର୍ଥନକୁ ମଧ୍ୟ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“କୁଏତର କ୍ରାଉନ୍ ପ୍ରିନ୍ସ ଶେଖ ସବାହ ଅଲ୍-ଖାଲିଦ ଅଲ୍-ହମଦ ଅଲ୍-ମୁବାରକ ଅଲ୍-ସବାହଙ୍କ ସହ ଏକ ଫଳପ୍ରଦ ଟେଲିଫୋନ ଆଲୋଚନା ହୋଇଥିଲା । ଭାରତ କୁଏତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ନିନ୍ଦା କରୁଛି ଏବଂ ଏହି କଷ୍ଟକର ସମୟରେ ଏହାର ଲୋକଙ୍କ ସହିତ ଠିଆ ହୋଇଛି ।
ଆମେ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ଆଲୋଚନା ଏବଂ କୂଟନୀତିର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛୁ । କୁଏତରେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କୁଏତ ନେତୃତ୍ୱଙ୍କ ନିରନ୍ତର ସମର୍ଥନକୁ ପ୍ରଶଂସା କଲି ।”
SR
(ରିଲିଜ ଆଡି: 2235648)
ପରିଦର୍ଶକ କାଉଣ୍ଟର : 45
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam