ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସର୍ବିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 7:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଆଇ ଇମ୍ପାକ୍ସ ଶିଖର ସମ୍ମିଳନୀ ଅବସରରେ ସର୍ବିଆର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ବୁସିକ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ରାଷ୍ଟ୍ରପତି ବୁସିକ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ୨୦୧୭ରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ବୁସିକ୍ଙ୍କ ପୂର୍ବ ଭାରତ ଗସ୍ତ ଏବଂ ନଭେମ୍ବର ୨୦୨୩ରେ ଭର୍ଚୁଆଲ ଭାବରେ ଅନୁଷ୍ଠିତ ଦ୍ୱିତୀୟ ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ ଶିଖର ସମ୍ମିଳନୀରେ ତାଙ୍କ ଅଂଶଗ୍ରହଣକୁ ମଧ୍ୟ ମନେ ପକାଇଥିଲେ ।
ଦୁଇ ନେତା ବାଣିଜ୍ୟ ଏବଂ ନିବେଶ, ଏଆଇ, ଫିନ୍-ଟେକ୍, ଶିକ୍ଷା, କୃଷି ଏବଂ ଲୋକଙ୍କ ମଧ୍ୟରେ ଆଦାନାପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ । ସେମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଥିଲେ । ସେମାନେ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ମଞ୍ଚରେ ପରସ୍ପରର ସମର୍ଥନକୁ ପ୍ରଶଂସା କରିଥିଲେ ।
SR
(ରିଲିଜ ଆଡି: 2230305)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam