ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
'ପରୀକ୍ଷା ପେ ଚର୍ଚ୍ଚା ୨୦୨୬’ର ଦ୍ୱିତୀୟ ଅଧ୍ୟାୟରେ କୋଏମ୍ବାଟୁର, ଛତିଶଗଡ଼, ଗୁଜରାଟ ଏବଂ ଆସାମର ଛାତ୍ରଛାତ୍ରୀମାନଙ୍କ ସହ ତାଙ୍କର ଭାବବିନିମୟର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
10 FEB 2026 5:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ପରୀକ୍ଷା ପେ ଚର୍ଚ୍ଚା "(ପିପିସି) ୨୦୨୬ ର ନବମ ସଂସ୍କରଣରେ ଛାତ୍ରଛାତ୍ରୀମାନଙ୍କ ସହ ତାଙ୍କର ଭାବବିନିମୟର ଝଲକ ସେୟାର କରିଛନ୍ତି । ପିପିସି ୨୦୨୬ ର ଦ୍ୱିତୀୟ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ କୋଏମ୍ବାଟୁର, ଛତିଶଗଡ଼, ଗୁଜରାଟ ଏବଂ ଆସାମର ପରୀକ୍ଷା ଯୋଦ୍ଧାଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପ କରିଥିଲେ। 'ପରୀକ୍ଷା ପେ ଚର୍ଚ୍ଚା ’ ର ସ୍ୱତନ୍ତ୍ର ସଂସ୍କରଣକୁ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏଥର ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଭାଗରେ ଆୟୋଜିତ ହୋଇଥିଲା।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ତାମିଲନାଡୁର କୋଏମ୍ବାଟୁରରେ 'ପରୀକ୍ଷା ପେ ଚର୍ଚ୍ଚା ୨୦୨୬ ସମୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ଏକ ଅଭୂତପୂର୍ବ ଅନୁଭୂତି ଥିଲା। ଷ୍ଟାର୍ଟଅପ୍ ଏବଂ ଏଆଇ ଠାରୁ ଆରମ୍ଭ କରି ଆତ୍ମ-ଶୃଙ୍ଖଳା ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବାର ସ୍ୱପ୍ନ ପର୍ଯ୍ୟନ୍ତ, ଆଜିର ଯୁବ ମସ୍ତିଷ୍କଗୁଡ଼ିକର କୌତୁହଳ ଏବଂ ସ୍ପଷ୍ଟତା ଉଲ୍ଲେଖନୀୟ ।
'ପରୀକ୍ଷା ପେ ଚର୍ଚ୍ଚା ୨୦୨୬ ସମୟରେ, ଛତିଶଗଡ଼ର ଛାତ୍ରମାନଙ୍କ ସହିତ ବାର୍ତ୍ତାଳାପ ଏକ ପିଢ଼ିକୁ ପ୍ରକାଶ କରିଥିଲା ଯାହା କୌତୁହଳୀ, ଚିନ୍ତାଶୀଳ ଏବଂ ସଚେତନ । ଅଧ୍ୟୟନ ଏବଂ କ୍ରୀଡ଼ାର ସନ୍ତୁଳନ ଠାରୁ ଆରମ୍ଭ କରି ପରିବେଶର ଯତ୍ନ ନେବା ଏବଂ ନେତୃତ୍ୱ ଗୁଣର ବିକାଶ ପର୍ଯ୍ୟନ୍ତ, ସେମାନଙ୍କ ପ୍ରଶ୍ନଗୁଡ଼ିକ ଚିନ୍ତାଧାରାର ସ୍ପଷ୍ଟତା ପ୍ରତିଫଳିତ କରୁଥିଲା ।
"ଗୁଜୁରାଟରେ 'ପରୀକ୍ଷା ପେ ଚର୍ଚ୍ଚା ୨୦୨୬କେବଳ ପରୀକ୍ଷା ପ୍ରସ୍ତୁତିରୁ ଉର୍ଦ୍ଧ୍ବକୁ ଯାଇଥିଲା। ସେମାନଙ୍କର ପ୍ରଶ୍ନଗୁଡ଼ିକ ଶିଖିବା ଏବଂ ଆତ୍ମବିଶ୍ୱାସର ସହିତ ବୃଦ୍ଧି ପାଇବାର ଗଭୀର ଇଚ୍ଛାକୁ ପ୍ରତିଫଳିତ କରୁଥିଲା। ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ଚାପ ପରିଚାଳନା, ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଆହୁରି ଅନେକ ବିଷୟରେ ମୁକ୍ତ ଭାବରେ କହିଥିଲେ। ଏପରିକି ସେମାନେ ଚମତ୍କାର ୱାର୍ଲି, ପିଥୋରା ଏବଂ ଲିପାନ୍ କଳା ପ୍ରଦର୍ଶନ କରିଥିଲେ ।
"ଚାପ ପରିଚାଳନା ଏବଂ ତୁଳନା ଠାରୁ ଆରମ୍ଭ କରି ଆତ୍ମବିଶ୍ୱାସ ଏବଂ ସୁସ୍ଥ ରୁଟିନ୍ ନିର୍ମାଣ କରିବା ପର୍ଯ୍ୟନ୍ତ, ଆସାମର ଛାତ୍ରମାନଙ୍କ ସହିତ 'ପରୀକ୍ଷା ପେ ଚର୍ଚ୍ଚା ୨୦୨୬ ସବୁକିଛି ଅନ୍ତର୍ଭୁକ୍ତ କରିଥିଲା। ଏହା ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା, ଆଗକୁ ବଢ଼ିବା ସହିତ ନିଜ ମୂଳ ଏବଂ ସଂସ୍କୃତି ସହିତ ଯୋଡ଼ି ହୋଇ ରହିବା ପାଇଁ ସେମାନଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଥିଲା ।
HS
(ରିଲିଜ ଆଡି: 2226903)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam