ଅର୍ଥ ମନ୍ତ୍ରଣାଳୟ
ଗ୍ରାମାଞ୍ଚଳରେ ହ୍ରାସ ପାଉଥିବା ମୁଦ୍ରାସ୍ଫିତି ଧାରା ଗ୍ରାମ୍ୟ ସ୍ତରରେ ଚାପ ହ୍ରାସ କରୁଛି
ଅଧିକାଂଶ ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ରହିଛି
प्रविष्टि तिथि:
29 JAN 2026 2:15PM by PIB Bhubaneshwar
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ସର୍ଭେ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ସେ କହିଥିଲେ ଯେ, ପୂର୍ବ ବର୍ଷ (୨୦୨୩ ଏବଂ ୨୦୨୪) ତୁଳନାରେ ଗ୍ରାମୀଣ ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ ସହରାଞ୍ଚଳ ମୁଦ୍ରାସ୍ଫୀତି ତୁଳନାରେ କମ୍ ରହିଛି, ଯାହା ଗ୍ରାମୀଣ ଚାପକୁ ଆହୁରି ହ୍ରାସ କରିଛି। ୨୦୨୩-୨୦୨୪ ସାରା ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ସହରାଞ୍ଚଳ ମୁଦ୍ରାସ୍ଫୀତି ତୁଳନାରେ ଅଧିକ ରହିଥିଲା। ଏହି ଢାଞ୍ଚା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଉପଭୋକ୍ତା ଦର ପାର୍ଥକ୍ୟକୁ ପ୍ରତିଫଳିତ କରିଥିଲା, ବିଶେଷ କରି ଗ୍ରାମାଞ୍ଚଳରେ ଖାଉଥିବା ଖାଦ୍ୟ ସାମଗ୍ରୀର ଅଧିକ ଅଂଶ, ଯାହା ଗ୍ରାମୀଣ ମୁଦ୍ରାସ୍ଫୀତି ଖାଦ୍ୟ ମୂଲ୍ୟରେ ବୃଦ୍ଧି କରିଥିଲା। ୨୦୨୫ ମସିହାରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଇବା ସହିତ ଉଭୟ କ୍ଷେତ୍ରରେ ମୁଦ୍ରାସ୍ଫୀତି ହ୍ରାସ ପାଇଥିଲା, ଏବଂ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ସହରାଞ୍ଚଳ ତୁଳନାରେ କମ୍ ରହିଥିଲା।
୨୦୨୫-୨୬ ସମୟରେ, ରାଜ୍ୟ ସ୍ତରୀୟ ମୁଦ୍ରାସ୍ଫୀତି ଜାତୀୟ ଧାରାକୁ ଅନୁସରଣ କରିଥିଲା। ଏଥିରେ କେବଳ କେରଳ ଏବଂ ଲାକ୍ଷାଦ୍ବୀପ ମୁଦ୍ରାସ୍ଫୀତି ଅଧିକ ଥିଲା, ଯେଉଁଠାରେ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉଚ୍ଚ ସହନଶୀଳତା ସ୍ତରକୁ ଅତିକ୍ରମ କରିଥିଲା। ଅବଶିଷ୍ଟ ରାଜ୍ୟଗୁଡ଼ିକରେ ହାରାହାରି ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ୨ରୁ ୬ ପ୍ରତିଶତ ସ୍ତର ମଧ୍ୟରେ କିମ୍ବା ତା'ଠାରୁ ତଳେ ରହିଥିଲା।
ରାଜ୍ୟ ମୁଦ୍ରାସ୍ଫୀତିରେ ବିଚ୍ୟୁତି ମୁଖ୍ୟତଃ ବ୍ୟାପକ-ଆଧାରିତ ମୁଦ୍ରାସ୍ଫୀତି ସ୍ଥିରତା ପରିବର୍ତ୍ତେ ସ୍ଥାନୀୟ ଆପେକ୍ଷିକ-ମୂଲ୍ୟ ଗତିବିଧି ଦ୍ୱାରା ପରିଚାଳିତ । ଜାନୁଆରୀ ୨୦୧୪ ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ମାସିକ ରାଜ୍ୟୱାରୀ ସିପିଆଇ ମୁଦ୍ରାସ୍ଫୀତି ତଥ୍ୟ ଉପରେ ଆଧାର କରି, କେତେକ ରାଜ୍ୟ କ୍ରମାଗତ ଭାବେ ଜାତୀୟ ହାରଠାରୁ ଅଧିକିମ୍ବା କମ୍ ମୁଦ୍ରାସ୍ଫୀତି ରେକର୍ଡ କରିଛନ୍ତି କି ନାହିଁ ତାହା ସର୍ବେକ୍ଷଣ କରିଥିଲା। ସର୍ବେକ୍ଷଣରେ କୁହାଯାଇଛି ଯେ, ବିଭିନ୍ନ ରାଜ୍ୟରେ ମୁଦ୍ରାସ୍ଫୀତିର ପାର୍ଥକ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷଣସ୍ଥାୟୀ ନଥିଲା ଏବଂ ଜାତୀୟ ହାରଠାରୁ ବିଚ୍ୟୁତତା ପ୍ରାୟତଃ ଗୋଟିଏ ମାସରୁ ଅଧିକ ସମୟ ଧରି ରହିଥିଲା। ଦକ୍ଷିଣ ଏବଂ ଉତ୍ତର-ପୂର୍ବାଞ୍ଚଳର ସୁଦୂର-ପ୍ରାନ୍ତୀୟ ରାଜ୍ୟଗୁଡ଼ିକରେ ମୁଦ୍ରାସ୍ଫୀତି ଜାତୀୟ ହାରଠାରୁ ଅଧିକ ରେକର୍ଡ କରାଯାଇଛି, ଅନ୍ୟପକ୍ଷରେ ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ସାଧାରଣତଃ ଜାତୀୟ ହାରଠାରୁ ତଳେ ରହିଛନ୍ତି।
ମୁଦ୍ରାସ୍ଫୀତି ଫଳାଫଳକୁ ରୂପ ଦେବାରେ ଜାତୀୟ କାରକ କେନ୍ଦ୍ରବିନ୍ଦୁରେ ଥିବାବେଳେ ରାଜ୍ୟ ସ୍ତରୀୟ ମୁଦ୍ରାସ୍ଫୀତି ଗତିଶୀଳତା ସମୟ ସହିତ ବିବିଧତା ପ୍ରଦର୍ଶନ କରେ । ଦଶନ୍ଧି ଧରି ରାଜ୍ୟସ୍ତରୀୟ ମୁଦ୍ରାସ୍ଫୀତି ହାରକୁ ଦେଖିଲେ ଜଣାପଡ଼େ ଯେ, ରାଜ୍ୟଗୁଡ଼ିକରେ ହାରାହାରି ମଜୁରୀ ହାର ଜାତୀୟ ମଜୁରୀ ହାର ଅପେକ୍ଷା ଅଧିକ। ସର୍ଭେରେ ଉଲ୍ଲେଖ କରାଯାଇଛି "ଆମର ପରବର୍ତ୍ତୀ ବିଶ୍ଳେଷଣ ଦର୍ଶାଇଛି ଯେ, ରାଜ୍ୟ ସ୍ତରୀୟ ମୁଦ୍ରାସ୍ଫୀତି ହାର ମଜୁରୀ ହାର, ରାଜ୍ୟ ସ୍ତରୀୟ ଜିଡିପି ଅଭିବୃଦ୍ଧି ହାର ଏବଂ କୋଭିଡ ପ୍ରଭାବ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ସମ୍ପର୍କ ଦର୍ଶାଉଛି। ତଥାପି, ଶିଳ୍ପ ଉତ୍ପାଦନର ଅଂଶ ରାଜ୍ୟ ସ୍ତରରେ ନକାରାତ୍ମକ ମୁଦ୍ରାସ୍ଫୀତି ଦର୍ଶାଉଛି, ଯାହା ସୂଚାଇ ଦେଉଛି, ମୂଲ୍ୟ ଚାପ ଉତ୍ପାଦନ କ୍ଷେତ୍ରରେ ଯୋଗାଣ କ୍ଷେତ୍ରଗୁଡ଼ିକର କ୍ଷମତାକୁ ପ୍ରଭାବିତ କରେ। ଜିଏସଟିରୁ ରାଜ୍ୟସ୍ତରୀୟ ମୁଦ୍ରାସ୍ଫୀତିରେ ପାର୍ଥକ୍ୟ ପାଇଁ କୌଣସି ମୂଲ୍ୟ ପରିବର୍ତ୍ତନ ମିଳି ନାହିଁ।
HS
(रिलीज़ आईडी: 2220520)
आगंतुक पटल : 6