ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଦ୍ଵିଶତାବ୍ଦୀ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 23 JAN 2026 2:06PM by PIB Bhubaneshwar

ଆଜି ଆମେ ଏକ ସ୍ୱତନ୍ତ୍ର ଉତ୍ସବର ସାକ୍ଷୀରେ ପରିଣତ ହେବାକୁ ଯାଉଛେ । ଏହା ଦୁଇଶହ ବର୍ଷର ଏକ ଉତ୍ସବ । ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଏହି ପବିତ୍ର ଉତ୍ସବରେ ଅଂଶଗ୍ରହଣ କରିବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ । ଏହି ପବିତ୍ର ଅବସରରେ ସବୁ ସାଧୁ ସନ୍ଥଙ୍କ ଆଗରେ ମୁଁ ମୁଣ୍ଡ ନୁଆଁଉଛି । ଏହି ଦୁଇଶହ ବର୍ଷ ପୂର୍ତି ଅବସରରେ ପ୍ରଭୁ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।
ବନ୍ଧୁଗଣ,
ବିଭିନ୍ନ କାଳଖଣ୍ଡରେ ସମୟ ସହ ତାଳ ଦେଇ ମହାତ୍ମା, ସାଧୁ, ସନ୍ଥ ଏହି ପରମ୍ପରାର ମୂଲ୍ୟବୋଧ ବଢାଇଛନ୍ତି । ଆମେ ସମସ୍ତେ ଜାଣିଛନ୍ତି ଯେ, ପ୍ରଭୁ ସ୍ୱାମୀନାରାୟଣଙ୍କ ଜୀବନାଦର୍ଶ ଲୋକ ଶିକ୍ଷା ଓ ଲୋକ ସେବା ସହ ଯୋଡି ହୋଇରହିଛି । ଏହି ଅନୁଭୂତିକୁ ସେ ସରଳ ଭାଷାରେ ବୁଝାଇଛନ୍ତି । ଶିକ୍ଷାପତ୍ରୀ ମାଧ୍ୟମରେ ସ୍ୱାମୀନାରାୟଣ ଆମକୁ ବିଭିନ୍ନ ଜୀବନାଦର୍ଶ ସମ୍ପର୍କରେ ଅବତାରଣା କରିଛନ୍ତି ।
ବନ୍ଧୁଗଣ,
ସ୍ୱାମୀନାରାୟଣଙ୍କ ମାର୍ଗରେ ଆମେ କେତେ ଅଗ୍ରସର ହୋଇପାରିଛେ କିମ୍ବା ଏହା ଆଧାରରେ ଆମେ ଆମ ଜୀବନକୁ କେତେ ଉତକୀର୍ଣ୍ଣ କରିପାରିଛେ ତାର ଆକଳନ କରିବା ଲାଗି ଏହି ଦୁଇଶହ ବର୍ଷ ପୂର୍ତି ଉତ୍ସବ ଏକ ଅବସର ଦେଇଛି ।
ବନ୍ଧୁଗଣ,
ସେବା ଓ ଧାର୍ମିକ ଆଚରଣ ହେଉଛି ପ୍ରଭୁ ସ୍ୱାମୀନାରାୟଣଣଙ୍କ ଜୀବନାଦର୍ଶ । ସମାଜ, ଦେଶ, ମାନବ ସଭ୍ୟତା ପାଇଁ ଆଜି ତାଙ୍କ ଅନୁଗାମୀମାନଙ୍କ ଦ୍ୱାରା ଅନେକ ସେବା କାର୍ଯ୍ୟ କରାଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ ପ୍ରକଳ୍ପ, କୃଷକ କଲ୍ୟାଣକାରୀ ଯୋଜନା, ଜଳସମ୍ପଦ ସମ୍ପର୍କିତ ଅଭିଯାନ ବାସ୍ତବିକ ପ୍ରଶଂସନୀୟ । ଆପଣମାନଙ୍କ ପରି ସନ୍ଥ ଓ ହରି ଭକ୍ତମାନଙ୍କୁ ସାମାଜିକ ସେବା କାର୍ଯ୍ୟ କରୁଥିବା ପ୍ରସଙ୍ଗ ବସ୍ତୁତଃ ପ୍ରେରଣାପ୍ରଦ । 
ବନ୍ଧୁଗଣ,
ଆଜି ସାରା ଦେଶରେ ସ୍ୱଦେଶୀ ଓ ସ୍ୱଚ୍ଛତାକୁ ନେଇ ବିଶାଳ ଅଭିଯାନ ଚଳାଯାଉଛି । ପ୍ରତିଟି ଘରେ ଭୋକାଲ ଫର ଲୋକାଲ ମନ୍ତ୍ର ପହଂଚାଯାଇପାରିଛି । ଏପରି ଅଭିଯାନକୁ ସାକାର କରିବା ପାଇଁ ଆପଣମାନଙ୍କ ସହଯୋଗ ରହିଲେ ଏହି ଶିକ୍ଷାପତ୍ରୀର ଦୁଇଶହ ବର୍ଷ ପୂର୍ତି ବାସ୍ତବିକ ସ୍ମରଣୀୟ ହୋଇ ରହିବ । ପୁରୁଣା ପାଣ୍ଡୁଲିପି ସଂରକ୍ଷଣ ଲାଗି ଭାରତ ସରକାର ଜ୍ଞାନ ଭାରତମ ମିଶନ ଆରମ୍ଭ କରିଥିବା ଆପଣ ଜାଣିଥିବେ । ଆପଣଙ୍କ ପରି ପ୍ରବୁଦ୍ଧ ଅନୁଷ୍ଠାନ ଏହି କାମରେ ସହଯୋଗ କରିବେ ବୋଲି ମୋର ଆଶା । ଆମକୁ ଭାରତବର୍ଷ ପୁରୁଣା ଜ୍ଞାନ ସଂରକ୍ଷଣ କରିବାକୁ ପଡିବ । ଆମକୁ ଏହାର ପରିଚୟକୁ ବି ସାଇତି ରଖିବାକୁ ପଡିବ । ଆପଣମାନଙ୍କ ସହଯୋଗକ୍ରମେ ଏହି ଜ୍ଞାନ ଭାରତମ ମିଶନ ନୂଆ ଶିଖର ଛୁଇଁବ ।
ବନ୍ଧୁଗଣ,
ଏବେ ଦେଶରେ ସୋମନାଥ ସ୍ୱାଭିମାନ ପର୍ବ ଚାଲିଛି । ସୋମନାଥ ମନ୍ଦିର ପ୍ରଥମେ ଧ୍ୱଂସ ହେବାର ଏକ ହଜାର ବର୍ଷ ପୂର୍ତି ପାଳନ ହିଁ ଏହି ସୋମନାଥ ସ୍ୱାଭିମାନ ପର୍ବ । ଏହି ଉତ୍ସବରେ ଯୋଗ ଦେଇ ଏହାର ଲକ୍ଷ୍ୟକୁ ତୃଣମୂଳସ୍ତରରେ ପହଂଚାଇବାକୁ ମୁଁ ଅନୁରୋଧ କରୁଛି । ମୋର ବିଶ୍ୱାସ ଯେ, ଆପଣଙ୍କ ମାଧ୍ୟମରେ ଭାରତବର୍ଷର ବିକାଶ ଯାତ୍ରା ସ୍ୱାମୀନାରାୟଣଙ୍କ ଆଶିଷ ଲାଭ କରିପାରିବ । ଆଉଥରେ ସାଧୁ, ସନ୍ଥ, ହରି ଭକ୍ତମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି । 
ଜୟ ସ୍ୱାମୀନାରାୟଣ !
ଅନେକ ଅନେକ ଧନ୍ୟବାଦ । 
PBD


(रिलीज़ आईडी: 2218701) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Telugu , Kannada , Malayalam