ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କଠାରୁ ମତାମତ ଗ୍ରହଣ କରିଛନ୍ତି
प्रविष्टि तिथि:
07 JAN 2026 7:05PM by PIB Bhubaneshwar
ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବହୁ ପ୍ରତୀକ୍ଷିତ ବାର୍ଷିକ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଭାବିନିମୟ କରିବେ।
ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷା ଯୋଦ୍ଧା ମାନଙ୍କୁ ସେମାନଙ୍କ ପ୍ରଶ୍ନ, ମତାମତ ଏବଂ ଅଭିଜ୍ଞତା ବାଣ୍ଟିବା ପାଇଁ ନିମନ୍ତ୍ରଣ କରିଛନ୍ତି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇପାରିବ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଖେଇ ଆସୁଛି ଏବଂ ସେହିପରି ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ମଧ୍ୟ ।
ପରୀକ୍ଷାର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀ, ପିତାମାତା ଏବଂ ଶିକ୍ଷକମାନଙ୍କ ସହିତ ଆଲୋଚନା କରିବାକୁ ଅପେକ୍ଷା କରିଛି, ବିଶେଷ କରି ପରୀକ୍ଷାର ଚାପକୁ ଦୂର କରିବାର ଉପାୟ, ଶାନ୍ତ, ଆତ୍ମବିଶ୍ୱାସୀ ରହିବା ଏବଂ ହସର ସହିତ ପରୀକ୍ଷା ଦେବା।
ମୁଁ ପରୀକ୍ଷା ଯୋଦ୍ଧା ମାନଙ୍କ ଠାରୁ ଶୁଣିବାକୁ ଚାହେଁ, ତାହା ସେମାନଙ୍କର ପ୍ରଶ୍ନ ହେଉ କିମ୍ବା ସେମାନଙ୍କର ଅଭିଜ୍ଞତା ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇପାରିବ ।
https://innovateindia1.mygov.in/“
HS
(रिलीज़ आईडी: 2212309)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam
,
Malayalam