ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଜାନୁଆରୀ ୪ ବାରଣାସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ
ବିଭିନ୍ନ ରାଜ୍ୟ ଓ ସଂସ୍ଥା ପକ୍ଷରୁ ୫୮ଟି ଦଳରେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ ପ୍ରତିଦ୍ୱନ୍ଦ୍ୱିତା କରିବେ
प्रविष्टि तिथि:
03 JAN 2026 2:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜାନୁଆରୀ ୨୦୨୬ରେ ଭିଡିଓ କନଫରେନ୍ସିଂ ଜରିଆରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ । ବାରଣାସୀର ଡ. ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟ୍ସ ଷ୍ଟାଡିୟମରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ ।
ଜାନୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟ ଓ ସଂସ୍ଥାରୁ ୫୮ଟି ଦଳରେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଭଲିବଲରେ ଉଚ୍ଚମାନର ପ୍ରତିଦ୍ୱନ୍ଦ୍ୱିତା, ଖେଳଭାବନା ଏବଂ ଦକ୍ଷତାର ପ୍ରଦର୍ଶନ ଦେଖିବାକୁ ମିଳିବ ।
ବାରଣାସୀରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ସହରର ବର୍ଦ୍ଧିତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ବିକାଶର ପ୍ରୋତ୍ସାହନକୁ ରେଖାଙ୍କିତ କରୁଛି । ଏହା ମଧ୍ୟ ପ୍ରମୁଖ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆୟୋଜନର କେନ୍ଦ୍ର ଭାବେ ସହରର ଦାବିଦାରୀକୁ ବଢ଼ାଉଛି ଏବଂ ଏଥିସହ ସାଂସ୍କୃତିକ ଏବଂ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭୂମିକାକୁ ସମ୍ପ୍ରସାରିତ କରୁଛି ।
SR
(रिलीज़ आईडी: 2211170)
आगंतुक पटल : 13
इस विज्ञप्ति को इन भाषाओं में पढ़ें:
Assamese
,
Tamil
,
Gujarati
,
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Punjabi
,
Telugu
,
Kannada
,
Malayalam