ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

‘ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ


କ୍ୟାଲେଣ୍ଡରର ବିଷୟ "ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି"

ଭାରତ@୨୦୨୬ କ୍ୟାଲେଣ୍ଡର ଦେଶର ରୁପାନ୍ତରଣକୁ ଦର୍ଶାଏ : ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ସଞ୍ଜୟ ଜାଜୁ

प्रविष्टि तिथि: 31 DEC 2025 2:25PM by PIB Bhubaneshwar


କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଆଜି ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଡଃ ମୁରୁଗନ କହିଛନ୍ତି ଯେ ଏହି କ୍ୟାଲେଣ୍ଡର କେବଳ ଦିନ ଓ ମାସର ଏକ ବାର୍ଷିକ ପ୍ରକାଶନ ନୁହେଁ, ବରଂ ଏହା ଭାରତ ରୁପାନ୍ତରଣର ଯାତ୍ରା । ସରକାରଙ୍କ ପ୍ରାଥମିକତାର ରେଖାଙ୍କନ ସହ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ ଏହା ଆମର ମିଳିତ ଅଙ୍ଗୀକାରକୁ ଦର୍ଶାଏ ।  


କ୍ୟାଲେଣ୍ଡରର ବିଷୟ "ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି" ଏପରି ଏକ ଭାରତର ଚିତ୍ର ପ୍ରଦାନ କରେ ଯିଏକି ନିଜର ପରିଚୟ ପ୍ରତି ସୁରକ୍ଷିତ, ଯାହାର ଅନୁଷ୍ଠାନଗୁଡ଼ିକ ସୁଦୃଢ ଓ ଯିଏ ନିଜ ଦୀର୍ଘକାଳୀନ ଲକ୍ଷ୍ୟକୁ ନେଇ ସ୍ପଷ୍ଟ ଦୃଷ୍ଟିକୋଣ ରଖେ । ଡକ୍ଟର ମୁରୁଗନ କହିଛନ୍ତି ଯେ ଏହି କ୍ୟାଲେଣ୍ଡର ଦେଶର ଆତ୍ମବିଶ୍ୱାସ ଭାବନାକୁ ପ୍ରତିଫଳିତ କରେ, ଯାହା ଲୋକ-କୈନ୍ଦ୍ରିକ ଶାସନ, ଦୃଢ଼ ସେବା ପ୍ରଦାନ ଏବଂ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଏବଂ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ସଂସ୍କାର ଉପରେ ଆଧାରିତ। 

୨୦୨୫ ମସିହାରେ ନିଆଯାଇଥିବା ପ୍ରମୁଖ ସଂସ୍କାର ବିଷୟରେ ଉଲ୍ଲେଖ କରି ଡକ୍ଟର ମୁରୁଗାନ କହିଛନ୍ତି ଯେ ଢାଞ୍ଚାଗତ ପଦକ୍ଷେପଗୁଡ଼ିକ ଭାରତର ଅର୍ଥନୈତିକ ସହନଶୀଳତାକୁ ସୁଦୃଢ କରିଛି ଏବଂ ଅଭିବୃଦ୍ଧିର ଲାଭ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚିବା ନିଶ୍ଚିତ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ରିହାତି, ଜିଏସଟି ୨.୦ର ସରଳୀକରଣ, ଚାରୋଟି ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଏବଂ କେନ୍ଦ୍ରିତ ନିଯୁକ୍ତି ସୃଷ୍ଟି ଆଦି ପଦକ୍ଷେପ ଉତ୍ପାଦକତା, ଜୀବନଧାରଣର ସହଜତା ଏବଂ ସମାବେଶୀମୂଳକ ସମୃଦ୍ଧିକୁ ତ୍ୱରାନ୍ୱିତ କରିଛି।
ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି ଯେ ଭାରତ ସରକାରଙ୍କ କ୍ୟାଲେଣ୍ଡର ପ୍ରକୃତରେ ସରକାରଙ୍କ ପ୍ରାଥମିକତାକୁ ସ୍ପଷ୍ଟ କରିଥାଏ । ଏହା ଏକ ଶକ୍ତିଶାଳୀ ଯୋଗାଯୋଗ ମାଧ୍ୟମରେ ପରିଣତ ହୋଇଛି, ଯାହା ଦେଶର ପ୍ରାଥମିକତା ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ସେ ଉଲ୍ଲେଖ କରିଛନ୍ତି ଯେ " ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି" ବିଷୟବସ୍ତୁ ଉପରେ ଆଧାରିତ ୨୦୨୬ କ୍ୟାଲେଣ୍ଡର ସଂସ୍କାର, ଅନ୍ତର୍ଭୁକ୍ତିକରଣ ଏବଂ ଆକାଂକ୍ଷା ମାଧ୍ୟମରେ ଭାରତର ଆତ୍ମବିଶ୍ୱାସୀ ପଦକ୍ଷେପକୁ ପ୍ରତିଫଳିତ କରେ।
କ୍ୟାଲେଣ୍ଡର ୨୦୨୬ରେ ବାରଟି ବିଷୟଭିତ୍ତିକ ମାସିକ ପୃଷ୍ଠା ରହିଛି ଯାହା ଜାତୀୟ ପ୍ରଗତିର ପ୍ରମୁଖ ସ୍ତମ୍ଭଗୁଡ଼ିକୁ ଦର୍ଶାଏ ଏବଂ ଏକ ପରିବର୍ତ୍ତିତ ଭାରତର ଆତ୍ମାକୁ ପ୍ରତିଫଳିତ କରେ। ଜାନୁଆରୀ ମାସର ବିଷୟବସ୍ତୁ ହେଉଛି "ଆତ୍ମନିର୍ଭରଶୀଳତାରୁ ଆତ୍ମବିଶ୍ବାସ", ଯାହା ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥାଏ; ଫେବୃଆରୀ ମାସର ବିଷୟବସ୍ତୁ ହେଉଛି "ସମୃଦ୍ଧ ଚାଷୀ, ସମୃଦ୍ଧ ଭାରତ", ଯାହାକି କୃଷକମାନଙ୍କ କେନ୍ଦ୍ରୀୟ ଭୂମିକାକୁ ଉଜ୍ଜ୍ୱଳ କରିଥାଏ ।
 ମାର୍ଚ୍ଚ ମାସର ବିଷୟବସ୍ତୁ ହେଉଛି "ନୂତନ ଭାରତ ପାଇଁ ନାରୀ ଶକ୍ତି"ଯାହାକି  ଆଧୁନିକ ଭାରତର ସ୍ଥପତି ଭାବରେ ମହିଳାମାନଙ୍କୁ ସମ୍ମାନିତ କରିଥାଏ । ଏପ୍ରିଲ ମାସର ବିଷୟବସ୍ତୁ ହେଉଛି " ସରଳୀକରଣରୁ ସଶକ୍ତିକରଣ ", ଯାହା ପ୍ରକ୍ରିୟା ସରଳୀକରଣ ଏବଂ ଶାସନ ସଂସ୍କାର ଉପରେ ଧ୍ୟାନ ଦେଇଥାଏ। ମେ ମାସର ବିଷୟବସ୍ତୁ ହେଉଛି "ବୀରତାରୁ ବିଜୟ ପର୍ଯ୍ୟନ୍ତ: ଅପରେସନ ସିନ୍ଦୂର", ଯାହା ସଶସ୍ତ୍ର ବାହିନୀର ସାହସ ଏବଂ ବଳିଦାନକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରେ । ଜୁନ ମାସର ବିଷୟବସ୍ତୁ ହେଉଛି "ସୁସ୍ଥ ଭାରତ, ସମୃଦ୍ଧ ଭାରତ" ଏବଂ ଜୁଲାଇ ମାସର ବିଷୟବସ୍ତୁ ହେଉଛି "ବଞ୍ଚିତ ବର୍ଗଙ୍କ ପାଇଁ ସମ୍ମାନ" ଯାହାକି ସମାଜର ସବୁଠାରୁ ଦୁର୍ବଳ ବର୍ଗର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ମର୍ଯ୍ୟାଦା ଉପରେ ଗୁରୁତ୍ୱାରୋପ କରେ। ଅଗଷ୍ଟର ବିଷୟବସ୍ତୁ ହେଉଛି "ଯୁବ ଶକ୍ତି, ରାଷ୍ଟ୍ର ଶକ୍ତି" ଏବଂ ସେପ୍ଟେମ୍ବରର ବିଷୟବସ୍ତୁ ହେଉଛି "ଗତି, ଶକ୍ତି, ପ୍ରଗତି" ଯାହାକି ଯୁବଶକ୍ତିର ଶକ୍ତି ଏବଂ ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିର ପ୍ରସାରକୁ ପ୍ରତିଫଳିତ କରେ। ଅକ୍ଟୋବରର ବିଷୟବସ୍ତୁ 'ପରମ୍ପରାରୁ ପ୍ରଗତି ପର୍ଯ୍ୟନ୍ତ' ଏବଂ ନଭେମ୍ବରର ବିଷୟବସ୍ତୁ  'ସବକା ସାଥ, ସବକା ସମ୍ମାନ' ଭାରତର ସଭ୍ୟତାମୂଳକ ମୂଲ୍ୟବୋଧ ଏବଂ ଅନ୍ତର୍ଭୁକ୍ତ ପ୍ରଗତି ପାଇଁ ସଂକଳ୍ପକୁ ଦୋହରାଇଥାଏ । ଡିସେମ୍ବରର ବିଷୟବସ୍ତୁ 'ବିଶ୍ୱ ବନ୍ଧୁ ଭାରତ' ଏକ ଦାୟିତ୍ୱବାନ ଏବଂ ନିର୍ଭରଯୋଗ୍ୟ ବିଶ୍ୱବ୍ୟାପୀ ଅଂଶୀଦାର ଭାବରେ ଭାରତର ଭୂମିକାକୁ ରେଖାଙ୍କିତ କରିଥାଏ।
ଶ୍ରୀମତି କାଞ୍ଚନ ପ୍ରସାଦ, ମହାନିର୍ଦ୍ଦେଶକ (ସିବିସି) କହିଛନ୍ତି ଯେ ଏହି କ୍ୟାଲେଣ୍ଡରଟି ୧୩ଟି ଭାରତୀୟ ଭାଷାରେ ପ୍ରକଶିତ ହୋଇଛି । ଏହି କ୍ୟାଲେଣ୍ଡରର ସମାବେଶୀ ବୈଶିଷ୍ଟ୍ୟ ପ୍ରତ୍ୟେକ ଭାଷାଗତ ଏବଂ ସାଂସ୍କୃତିକ ପୃଷ୍ଠଭୂମିର ନାଗରିକଙ୍କ ସହିତ ସଂଯୋଗ ସ୍ଥାପନ ଲାଗି ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହି କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ମହାନିର୍ଦ୍ଦେଶକ ଶ୍ରୀମତୀ ଅନୁପମା ଭଟନାଗର ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ୨୦୨୬ ବର୍ଷ ଏକ ସମୃଦ୍ଧ, ସମାବେଶୀ ଏବଂ ଆତ୍ମବିଶ୍ୱାସୀ ଭାରତ ପାଇଁ ଆଉ ଏକ ନିର୍ଣ୍ଣାୟକ ପାହାଚ ପ୍ରମାଣିତ ହେବ।
ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬କୁ ଡାଉନଲୋଡ୍ କରିବାକୁ, ନିମ୍ନରେ ଥିବା QR କୋଡ୍ ସ୍କାନ୍ କରନ୍ତୁ: 


TKM
 


(रिलीज़ आईडी: 2210331) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali-TR , Punjabi , Gujarati , Tamil , Kannada , Malayalam