ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ନକ୍ସଲମୁକ୍ତ ଭାରତ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ
କନ୍ଧମାଳରେ ଏକ ବଡ଼ ଅପରେସନରେ ନିହତ ହେଲେ 6 ନକ୍ସଲ
ମୃତକଙ୍କ ମଧ୍ୟରେ କେନ୍ଦ୍ର କମିଟି ସଦସ୍ୟ ଗଣେଶ ଉଇକେ ସାମିଲ
ଏହି ମହତ୍ୱପୂର୍ଣ୍ଣ ସଫଳତା ସହିତ, ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଓଡ଼ିଶା
31 ମାର୍ଚ୍ଚ 2026 ପୂର୍ବରୁ ନକ୍ସଲବାଦର ବିଲୋପ ପାଇଁ ଆମେ ସଂକଳ୍ପବଦ୍ଧ: ଅମିତ ଶାହ
ପୋଷ୍ଟ କରାଯିବା ଦିନାଙ୍କ:
25 DEC 2025 4:35PM by PIB Bhubaneshwar
ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। କନ୍ଧମାଳରେ ସୁରକ୍ଷାବାହିନୀର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା 6 ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତ ନକ୍ସଲଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସାମିଲ ରହିଛି।
ଏକ୍ସରେ ଏକ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ‘‘ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଓଡ଼ିଶାର କନ୍ଧମାଳରେ ଏକ ବଡ଼ଧରଣର ଅପରେସନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ଏବେ ସୁଦ୍ଧା 6 ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ପ୍ରମୁଖ ସଫଳତା ସହିତ, ଓଡ଼ିଶା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଛିଡ଼ା ହୋଇଛି। 31 ମାର୍ଚ୍ଚ 2026 ସୁଦ୍ଧା ନକ୍ସଲବାଦର ବିଲୋପ ପାଇଁ ଆମେ ସଂକଳ୍ପବଦ୍ଧ।’’
******
PS/Swadhin
(ରିଲିଜ ଆଡି: 2208572)
ପରିଦର୍ଶକ କାଉଣ୍ଟର : 46
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam