ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୌସେନା ଦିବସରେ ଭାରତୀୟ ନୌସେନାର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 04 DEC 2025 8:41AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତିଶ୍ରୀ ମୋଦୀ କହିଥିଲେ ଯେ ଆମ ନୌସେନା ଅସାଧାରଣ ସାହସ ଏବଂ ସଂକଳ୍ପର ପ୍ରତୀକସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। "ମୁଁ ଚଳିତ ବର୍ଷର ଦୀପାବଳିକୁ କେବେବି ଭୁଲି ପାରିବି ନାହିଁ, ଯାହା ମୁଁ ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିଲିଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ 'ଏକ୍ସ’ ରେ ପୋଷ୍ଟ କରିଛନ୍ତି:

"ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ନୌସେନା ଦିବସର ଶୁଭେଚ୍ଛାଆମ ନୌସେନା ଅସାଧାରଣ ସାହସ ଏବଂ ଦୃଢ଼ ସଂକଳ୍ପର ପ୍ରତୀକସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତିବିଗତ ବର୍ଷଗୁଡ଼ିକରେ, ଆମର ନୌସେନା ଆତ୍ମନିର୍ଭରଶୀଳତା ଏବଂ ଆଧୁନିକୀକରଣ ଉପରେ ଧ୍ୟାନ ଦେଇଛିଏହା ଆମର ସୁରକ୍ଷା ଉପକରଣକୁ ଉନ୍ନତ କରିଛି

ଆଇ.ଏନ୍.ଏସ୍. ବିକ୍ରାନ୍ତ ଜାହାଜରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିବା ଚଳିତ ବର୍ଷର ଦୀପାବଳିକୁ ମୁଁ କେବେବି ଭୁଲି ପାରିବି ନାହିଁଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି "

HS


(रिलीज़ आईडी: 2198905) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam