ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 NOV 2025 11:18AM by PIB Bhubaneshwar
  • ଆହ୍ୱାନକୁ ଅତିକ୍ରମ କରି ଆତ୍ମବିଶ୍ୱାସର ସହ ପ୍ରତିଭା ଏବଂ ରାଷ୍ଟ୍ରୀୟ ଗୌରବ ପ୍ରଦର୍ଶନ କରିଥିବାରୁ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
  • କଠିନ ପରିଶ୍ରମ କ୍ରୀଡ଼ା ମଇଦାନ ସହିତ ଜୀବନରେ ମଧ୍ୟ ସଫଳତାକୁ ସୁନିଶ୍ଚିତ କରିଥାଏ: ପ୍ରଧାନମନ୍ତ୍ରୀ
  • ଟିମର ଏହି ଉପଲବ୍ଧି ସମସ୍ତଙ୍କୁ ପ୍ରେରଣା ଦେବା ସହ ଦେଶର ଯୁବପିଢ଼ିଙ୍କ ଶକ୍ତି ଓ ଦୃଢ଼ତାକୁ ଉଜାଗର କରୁଛି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକକଲ୍ୟାଣ ମାର୍ଗରେ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କରିଛନ୍ତି । ଶ୍ରୀ ମୋଦୀ ଖେଳାଳିଙ୍କ ସହ ଉତ୍ସାହର ସହ ଆଲୋଚନା କରିଥିଲେ, ସେମାନଙ୍କ ଦୃଢ଼ ସଂକଳ୍ପର ପ୍ରଶଂସା କରିଥିଲେ  ଏବଂ ଆତ୍ମବିଶ୍ୱାସ ତଥା ଦୃଢ଼ତାର ସହ ଭବିଷ୍ୟତରେ ମଧ୍ୟ ଏପରି ଖେଳ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ସେ କହିଥିଲେ, କଠିନ ପରିଶ୍ରମରେ ଆଗକୁ ବଢ଼ୁଥିବା ଖେଳାଳି କେବଳ ଖେଳ ମଇଦାନରେ ନୁହେଁ ବରଂ ଜୀବନରେ କେବେ ବି ବିଫଳ ହୋଇ ନଥାଏ । ସେ କହିଛନ୍ତି, ଖେଳାଳିମାନେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି, ଯାହାଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇପାରିଛି ।

ବନ୍ଦେ ମାତରମର ୧୫୦ତମ ବର୍ଷର ମହତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ,ଟିମର ଭାବନା ଓ ଏକତା ରାଷ୍ଟ୍ରୀୟ ଗୌରବର ମୂଲ୍ୟକୁ ଦର୍ଶାଉଛି । ସେ ଟିମର ଜଣେ ଖେଳାଳିଙ୍କ ସଙ୍ଗୀତ ପ୍ରତିଭାର ପ୍ରଶଂସା କରିଥିଲେ, ଯିଏ କି ଭକ୍ତି ସଙ୍ଗୀତ ଗାଇଥିଲେ ଏବଂ ଏହାକୁ କାଶୀ ସହ ଥିବାର ନିଜର ସମ୍ପର୍କ ସହ ଯୋଡ଼ିଥିଲେ ଶ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ ମଜାଦାର ଢଙ୍ଗରେ ଟିମର ବହୁମୁଖୀ ପ୍ରତିଭାର ତୁଳନା ରାଜନୀତି ସହ କରିଥିଲେ ଏବଂ କହିଥିଲେ କି ଯେଉଁଭଳି ରାଜନୀତିରେ ଲୋକମାନେ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ଭଳି ବିଭିନ୍ନ ଭୂମିକା ନିଭାଇଥାନ୍ତି ସେହିପରି ଖେଳାଳିମାନେ ବହୁମୁଖୀ ପ୍ରତିଭାସମ୍ପନ୍ନ ।

ଖେଳାଳିମାନେ ସାମାଜିକ ବାଧାବନ୍ଧନ, ବିଭିନ୍ନ ପ୍ରକାର ଆହ୍ୱାନ ଏବଂ ପାରିବାରିକ କଷ୍ଟକୁ ଅତିକ୍ରମ କରିବା ଦିଗରେ ନିଜର ଅନୁଭବ ବଖାଣିଥିଲେ । ଜଣେ ଖେଳାଳି ନିଜ ଦିବଙ୍ଗତ ପିତାଙ୍କ ସ୍ୱପ୍ନକୁ ସ୍ମରଣ କରିଥିଲେ, ଯିଏ କି ତାଙ୍କୁ ସଫଳ ହେବା ଦେଖିବାକୁ ଚାହୁଁଥିଲେ, ଏବେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ପରେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଟିମକୁ କହିଥିଲେ,ସେମାନଙ୍କର ଏହି ସଫଳତା କେବଳ ଦିବ୍ୟାଙ୍ଗମାନଙ୍କ ପାଇଁ ନୁହେଁ,ବରଂ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏକ ପ୍ରେରଣା । ସେ କହିଥିଲେ କି, ସେମାଙ୍କ ଉପଲବ୍ଧ ଦେଶର ଯୁବପିଢ଼ିଙ୍କ ଶକ୍ତି ଓ ଦୃଢ଼ତାକୁ ଦର୍ଶାଉଛି । ସେ ଏହା ଉପରେ ଗର୍ବ କରିଥିଲେ କି ଦେଶ ନିଜ ସନ୍ତାନମାନଙ୍କ ଏଭଳି ସଂକଳ୍ପ ଏବଂ ସାହସ ସହିତ ଆଗକୁ ବଢ଼ୁଛି ।

ଶ୍ରୀ ମୋଦୀ ଆଲୋଚନା ଶେଷରେ ଟିମକୁ ଶୁଭକାମନା ଜଣାଇଥିଲେ ଏବଂ ବୈଶ୍ୱିକ ସ୍ତରରେ ଭାରତର ଛବିକୁ ବଢ଼ାଇଥିବାରୁ ପ୍ରଶଂସା କରିଥିଲେ । ସେ ଏହା ମଧ୍ୟ କହିଥିଲେ କି ଏହି ଖେଳାଳିମାନଙ୍କ ସମର୍ପଣ ଏବଂ ଉତ୍ସାହ ଅଗଣିତ ଲୋକଙ୍କୁ ପ୍ରେରଣା ଦେଇଛି ।

SR


(रिलीज़ आईडी: 2196345) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam