ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

ପୋଷ୍ଟ କରାଯିବା ଦିନାଙ୍କ: 26 NOV 2025 9:39PM by PIB Bhubaneswar

ନୂଆଦିଲ୍ଲୀ, 26 ନଭେମ୍ବର

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି।

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଭାରତର ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିଥିଲେ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ଦେଶର ସାମୂହିକ ଦାୟିତ୍ୱକୁ ଦୋହରାଇଥିଲେ।

ଶ୍ରୀ ମୋଦୀ ଗୋଟିଏ ଏକ୍ସ ପୋଷ୍ଟରେ ଲେଖିଛନ୍ତି: ‘‘ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଲି। ଏହି ଅବସରରେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିବା ସହିତ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ଦେଶର ସାମୂହିକ ଦାୟିତ୍ୱକୁ ଦୋହରାଇଛି।’’

 

******

 

PS


(ରିଲିଜ ଆଡି: 2195211) ପରିଦର୍ଶକ କାଉଣ୍ଟର : 29