ପୋଷ୍ଟ କରାଯିବା ଦିନାଙ୍କ:
08 NOV 2025 8:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ବାସଭବନକୁ ଯାଇ ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଆମ ଦେଶ ପ୍ରତି ସେବା ଚିରସ୍ମରଣୀୟ ଏବଂ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ବାସଭବନକୁ ଯାଇ ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଲି । ଆମ ଦେଶ ପ୍ରତି ତାଙ୍କର ସେବା ଚିରସ୍ମରଣୀୟ ଏବଂ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।”
SR