ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷ ରାଷ୍ଟ୍ରପତିଙ୍କ ସହଯୋଗୀ

प्रविष्टि तिथि: 18 NOV 2025 9:05PM by PIB Bhubaneshwar
  • ଯୋଗାଯୋଗ, ଜାହାଜ ନିର୍ମାଣ ଏବଂ ନୀଳ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମତ ବିନିମୟ
  • ଆସନ୍ତା ମାସରେ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ଆତିଥ୍ୟ ପ୍ରଦାନ କରିବା ଲାଗି ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି

 

ଋଷ ସାମୁଦ୍ରିକ ବୋର୍ଡର ଅଧ୍ୟକ୍ଷ ତଥା ରାଷ୍ଟ୍ରପତିଙ୍କ ସହଯୋଗୀ ମାନ୍ୟବର ନିକୋଲାଇ ପାତ୍ରୁଶେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଯୋଗାଯୋଗ, ଦକ୍ଷତା ବିକାଶ, ଜାହାଜ ନିର୍ମାଣ ଏବଂ ନୀଳ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗର ନୂତନ ସୁଯୋଗ ସମେତ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ସେମାନେ ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ଆସନ୍ତା ମାସରେ ତାଙ୍କୁ ଭାରତରେ ଆତିଥ୍ୟ ପ୍ରଦାନ କରିବା ଲାଗି ସେ ଆଗ୍ରହୀ।

HS


(रिलीज़ आईडी: 2191526) आगंतुक पटल : 6
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam