ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର-ପୂର୍ବ ଭାରତ କିପରି ଦକ୍ଷିଣ-ପୂର୍ବ ଏସିଆରେ ଭାରତର ପ୍ରାକୃତିକ ପ୍ରବେଶ ଦ୍ୱାରରେ ପରିଣତ ହେଉଛି, ସେ ସମ୍ପର୍କରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 09 NOV 2025 11:16AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି ଯେଉଁଥିରେ ଉତ୍ତର-ପୂର୍ବ ଭାରତ କିପରି ଦକ୍ଷିଣ-ପୂର୍ବ ଏସିଆରେ ଭାରତର ପ୍ରାକୃତିକ ପ୍ରବେଶ ଦ୍ୱାରରେ ପରିଣତ ହେଉଛି ତାହା ଉଲ୍ଲେଖ ରହିଛି। "ଉତ୍ତର-ପୂର୍ବାଞ୍ଚଳକୁ 'ଅଷ୍ଟଲକ୍ଷ୍ମୀଭାବେ ଉଲ୍ଲେଖ କରି ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ, ଏହା କିପରି ଦକ୍ଷିଣ-ପୂର୍ବ ଏସିଆରେ ଭାରତର ପ୍ରାକୃତିକ ପ୍ରବେଶ ଦ୍ୱାର ପାଲଟିଛିସେ ଗୁରୁତ୍ୱାରୋପ କରିଛନ୍ତି ଯେ ଉତ୍ତର-ପୂର୍ବ କେବଳ ଭାରତର ସୀମା ନୁହେଁ, ଏହା ବର୍ତ୍ତମାନ ଏହାର ମୁଖଶାଳା ଅଟେ।”

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କଏକ୍ସ’ରେ ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଲେ:

"ଏହି ଅନ୍ତର୍ଦୃଷ୍ଟିସମ୍ପନ୍ନ ନିବନ୍ଧରେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଉତ୍ତର-ପୂର୍ବକୁ ଗସ୍ତ କରିବାର ନିଜର ଅଭିଜ୍ଞତା ସେୟାର କରିଛନ୍ତି, ଏହାର ସୌନ୍ଦର୍ଯ୍ୟ ଏବଂ ଏହାର ଲୋକଙ୍କ ଅଦମ୍ୟ ଉତ୍ସାହ ବର୍ଣ୍ଣନା କରିଛନ୍ତି

ଉତ୍ତର-ପୂର୍ବାଂଚଳକୁଅଷ୍ଟଲକ୍ଷ୍ମୀଭାବେ ଉଲ୍ଲେଖ କରି ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ ଏହା କିପରି ଦକ୍ଷିଣ-ପୂର୍ବ ଏସିଆରେ ଭାରତର ପ୍ରାକୃତିକ ପ୍ରବେଶ ଦ୍ୱାର ପାଲଟିଛିସେ ଗୁରୁତ୍ୱାରୋପ କରିଛନ୍ତି ଯେ ଉତ୍ତର-ପୂର୍ବ କେବଳ ଭାରତର ସୀମା ନୁହେଁ, ଏହା ବର୍ତ୍ତମାନ ଏହାର ମୁଖଶାଳା ।’’

HS


(Release ID: 2188189) Visitor Counter : 9