ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ପୁରୁଷ ସଟ୍ ପୁଟ୍ ଇଭେଣ୍ଟରେ କାଂସ୍ୟ ପଦକ ବିଜେତା ମନୁଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 27 OCT 2023 6:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୌ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍-ଏଫ୍‌୩୭ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବାରୁ ମନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ସେ ମନୁଙ୍କ ଅବିଶ୍ୱସନୀୟ ଶକ୍ତିର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ତାଙ୍କର ଦକ୍ଷତା ସମଗ୍ର ଦେଶକୁ ଗର୍ବିତ କରିଛି।

 

ପ୍ରଧାନମନ୍ତ୍ରୀ 'ଏକ୍ସ' ରେ ପୋଷ୍ଟ କରିଛନ୍ତି:

 

"ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍-ଏଫ୍‌୩୭ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବାରୁ ମନୁଙ୍କୁ ଅଭିନନ୍ଦନ।

 

ତାଙ୍କର ଅବିଶ୍ୱସନୀୟ ଶକ୍ତି ଏବଂ ଉତ୍କୃଷ୍ଟ ଦକ୍ଷତା ଆମ ଦେଶକୁ ଗର୍ବିତ କରିଛି। ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା।"

 

*****

MT


(रिलीज़ आईडी: 2187649) आगंतुक पटल : 33
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam