ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ତିନିଟି ଗିନିଜ ୱାର୍ଲ୍ଡ ରେକର୍ଡ ହାସଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
01 NOV 2025 2:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ତିନିଟି ଗିନିଜ ୱାର୍ଲ୍ଡ ରେକର୍ଡ ଟାଇଟଲ ହାସଲକୁ ପ୍ରଶଂସା କରିଛନ୍ତି ।
ଏହି ସଫଳତା ବିଷୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏପରି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ଏହି ପ୍ରକାର ଜନ ଆନ୍ଦୋଳନ ମହିଳା ସଶକ୍ତିକରଣ ପ୍ରୟାସକୁ ଅଧିକ ପ୍ରୋତ୍ସାହିତ କରିଥାଏ ଏବଂ ନାରୀ ଶକ୍ତିର ଜୀବନ ଉପରେ ଏକ ପରିବର୍ତ୍ତନକାରୀ ପ୍ରଭାବ ପକାଇଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଏହା ବହୁତ ପ୍ରଶଂସନୀୟ! ଏପରି ଜନ ଆନ୍ଦୋଳନ ଆମର ମହିଳା ସଶକ୍ତିକରଣ ପ୍ରୟାସକୁ ପ୍ରେରଣା ଯୋଗାଇଥାଏ ଏବଂ ଆମର ନାରୀ ଶକ୍ତିର ଜୀବନ ଉପରେ ଏକ ପରିବର୍ତ୍ତନକାରି ପ୍ରଭାବ ପକାଇଥାଏ ।”
SR
(Release ID: 2185660)
Visitor Counter : 4
Read this release in:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam