ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବୋଲିଭିଆର ନୂତନ ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ପରେରୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 OCT 2025 6:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୋଲିଭିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଶ୍ରୀ ରୋଡ୍ରିଗୋ ପାଜ୍ ପରେରୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“ଶ୍ରୀ ରୋଡ୍ରିଗୋ ପାଜ ପରେରୋ, ବୋଲିଭିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦ । ଭାରତ ଏବଂ ବୋଲିଭିଆ ମଧ୍ୟରେ ଘନିଷ୍ଠ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦୀର୍ଘ ସମୟ ଧରି ଆମର ପାରସ୍ପରିକ ଲାଭଦାୟକ ସହଯୋଗର ଆଧାର ରହିଆସିଛି । ଆଗାମୀ ବର୍ଷଗୁଡିକରେ ସମାନ ପ୍ରଗତି ଏବଂ ସମୃଦ୍ଧି ପାଇଁ ଆମର ସହଭାଗୀତାକୁ ଆହୁରି ଗଭୀର କରିବାକୁ ମୁଁ ଉତ୍ସାହିତ ଅଛି ।”
@Rodrigo_PazP”

SR


(रिलीज़ आईडी: 2185113) आगंतुक पटल : 14
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam