ରେଳ ମନ୍ତ୍ରଣାଳୟ
ଭୀଷଣ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ରେଳ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Posted On:
28 OCT 2025 4:09PM by PIB Bhubaneshwar
କେନ୍ଦ୍ର ମନ୍ତ୍ରୀ ନିରବଚ୍ଛିନ୍ନ ଯୋଗାଯୋଗ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳଗୁଡ଼ିକର ସମୟାନୁବର୍ତ୍ତିତା ଉପରେ କଲେ ଗୁରୁତ୍ୱାରୋପ; ସମସ୍ତ ରେଳ ଜୋନକୁ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ ଏବଂ ଘୂର୍ଣ୍ଣିଝଡ଼ ପରେ ଟ୍ରେନ୍ ସେବାର ଦ୍ରୁତ ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ଦେଲେ ନିର୍ଦ୍ଦେଶ
ଭାରତୀୟ ରେଳ ପ୍ରକୃତ ସମୟ ଘୂର୍ଣ୍ଣିଝଡ଼ ପ୍ରତିକ୍ରିୟା ପାଇଁ ଡିଭିଜନାଲ ଜରୁରିକାଳୀନ ପ୍ରକୋଷ୍ଠଗୁଡ଼ିକୁ ସକ୍ରିୟ କଲା
ବିଜୟାୱାଡା, ବିଶାଖାପାଟନମ୍ ଏବଂ ଗୁଣ୍ଟୁର ଡିଭିଜନରେ ଅତ୍ୟାବଶ୍ୟକ ସାମଗ୍ରୀ, ଯନ୍ତ୍ରପାତି ଏବଂ ମାନବସମ୍ବଳ ପ୍ରସ୍ତୁତ
ଯାତ୍ରୀ ସୁରକ୍ଷା ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ ପରିଚାଳନା ଉପରେ କଡ଼ା ନଜର ରଖାଯାଇଛି
ପୂର୍ବତଟ ରେଳ ପଥ, ଦକ୍ଷିଣପୂର୍ବ ରେଳପଥ, ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଜୋନଗୁଡ଼ିକ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି ଏବଂ ସୁରକ୍ଷା ପଦକ୍ଷେପ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆସନ୍ନ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପୂର୍ବ ତଟ ସହିତ ରେଳ ନେଟୱାର୍କର ପ୍ରସ୍ତୁତି ମୂଲ୍ୟାଙ୍କନ ଉପରେ ଧ୍ୟାନ ଦିଆଯାଇଥିଲା।
କେନ୍ଦ୍ର ମନ୍ତ୍ରୀ ଯାତ୍ରୀ ସୁରକ୍ଷା, ଟ୍ରେନ୍ ନିୟନ୍ତ୍ରଣ, ପୁନରୁଦ୍ଧାର ଯୋଜନା ଏବଂ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସହିତ ସମନ୍ୱୟ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। ସେ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି, ବିଶେଷକରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲଙ୍ଗାନାର ପୂର୍ବ ଉପକୂଳରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିପର୍ଯ୍ୟୟ ପ୍ରତିକ୍ରିୟା ଦଳଗୁଡ଼ିକର ନିରବଚ୍ଛିନ୍ନ ଯୋଗାଯୋଗ ଏବଂ ସମୟାନୁସାରେ ନିୟୋଜିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ରମନ୍ତ୍ରୀ ସମସ୍ତ ରେଳ ଜୋନକୁ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ ଏବଂ ବାତ୍ୟା ପରେ ଟ୍ରେନ୍ ସେବାର ଶୀଘ୍ର ପୁନଃସ୍ଥାପନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଭାରତୀୟ ରେଳବାଇ ଆସନ୍ନ ବାତ୍ୟା ମୋନ୍ଥାର ବାସ୍ତବ-ସମୟ ସମନ୍ୱୟ ଏବଂ ପ୍ରତିକ୍ରିୟା ପାଇଁ ଡିଭିଜନ ସ୍ତରୀୟ ଜରୁରିକାଳୀନ କକ୍ଷଗୁଡ଼ିକୁ ସକ୍ରିୟ କରିଛି। ବିଶେଷକରି ବିଜୟୱାଡା, ବିଶାଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଅତ୍ୟାବଶ୍ୟକ ସାମଗ୍ରୀ, ଯନ୍ତ୍ରପାତି ଏବଂ ମାନବ ସମ୍ବଳଙ୍କୁ ପ୍ରସ୍ତୁତ ରଖାଯାଇଛି।
ଯାତ୍ରୀଙ୍କ ଅସୁବିଧାକୁ କମ କରିବା ପାଇଁ ଟ୍ରେନ ପରିଚାଳନାର ନିରନ୍ତର ତଦାରଖ କରାଯାଉଛି। ପୂର୍ବତଟ ରେଳପଥ, ଦକ୍ଷିଣତଟ ରେଳପଥ, ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଜୋନଗୁଡ଼ିକୁ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ସମ୍ବଳ ସଂଗ୍ରହ କରିବାକୁ ଏବଂ ସମସ୍ତ ଆବଶ୍ୟକ ସୁରକ୍ଷା ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫଙ୍କୱାଲ, ପ୍ରମୁଖ ବିଭାଗୀୟ ମୁଖ୍ୟ ଏବଂ ବିଭାଗୀୟ ରେଳ ପରିଚାଳକମାନଙ୍କ ସହିତ ଦୁର୍ବଳ ସ୍ଥାନ, ବିଶେଷକରି ୱାଲଟିୟର ଏବଂ ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଗୁଆ ଆରମ୍ଭ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।
*******
PS
(Release ID: 2183470)
Visitor Counter : 9